ପୋଲିସର କମ୍ବିଂ : ଟିଫିନ୍ ବୋମା ସହ ଦେଶୀ ବନ୍ଧୁକ ଜବତ
17/03/2019 at 2:30 PM

ମୋହନା ୧୭|୩ : ଗଜପତି ଜିଲ୍ଲା ମୋହନା ପାଣିଗାଣ୍ଡା ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ୩୫ କିଲୋର ଏକ ଟିଫିନ୍ ବୋମା ସହିତ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ଗଜପତି ପୋଲିସ ଓ ଡିଭିଏଫ୍ ଯବାନଙ୍କ ମିଳିତ କୁମ୍ବିଂ ଅପରେସନ ବେଳେ ପୋତାଯାଇଥିବା ଟିଫିନ୍ ବୋମା ସହ ବନ୍ଧୁକ ଜବତ କରିଛି ପୋଲିସ । ଏହାକୁ ପ୍ରାୟ ୬ମାସରୁ ବର୍ଷେ ମଧ୍ୟରେ ପୋତାଯାଇଥିବା ଅନୁମାନ କରାଯାଉଛି । ଏହାକୁ ମାଓବାଦୀମାନେ ଖଞ୍ଜିଥିବା ଆଶଙ୍କା କରାଯାଉଛି ବୋଲି କହିଛନ୍ତି ଗଜପତି ଏସପି ସାରା ଶର୍ମା ।
Related Posts
ଅବକାରୀ ବିଭାଗ ଓ ପୋଲିସର ଅତର୍କିତ ଚଢାଉ, ବିପୁଳ ପରିମାଣର ମଦ-ପୋଚ ଜବତ
28 January 2021