Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ନରହନ୍ତା ଦନ୍ତା ଆଖି ବୁଜିଲା, ୪ଜଣଙ୍କୁ ମାରିଥିଲା, ଶିକୁଳିରେ ବନ୍ଧା ହୋଇ ରୋଗରେ ଚାଲିଗଲା…

9/03/2020 at 6:51 PM

ଯାଜପୁର୯/୩: ଆଖି ବୁଜିଲା ନରହନ୍ତା ଦନ୍ତା । ଯାଜପୁରରେ ୪ଜଣଙ୍କୁ ମାରିଦେଇଥିବା ଦନ୍ତାର ସୋମବାରରେ ମୃତ୍ୟୁ ହୋଇଛି । ଚନ୍ଦକା ଡମପଡା ଅଭୟାରଣ୍ୟରୁ ମୃତ ଅବସ୍ଥାରେ ହାତୀକୁ ଉଦ୍ଧାର କରାଯାଇଛି । ଯାଜପୁର ଜିଲ୍ଲାରେ ଆତଙ୍କ ଖେଳାଇଥିବା ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରି ଭୁବନେଶ୍ବର ଅଣାଯାଇଥିଲା। ଦୀର୍ଘଦିନ ଧରି ଆତଙ୍କ ଖେଳାଇଥିବା ଦନ୍ତା ଆଖି ବୁଜିବା ପରେ ଲୋକେ ଆଶ୍ବସ୍ତି ଲାଭ କରିଛନ୍ତି। ତା ଭୟରେ ଲୋକେ ଘରୁ ବାହାରିବା ପାଇଁ ଭୟ କରୁଥିଲେ। ଏପରି କି ଚାରିଜଣଙ୍କୁ ମାଡ଼ି ଚକିଟି ମାରି ଦେଇଥିଲା ଏହି ଦନ୍ତା

ତେବେ ଦନ୍ତାର ଗୋଡରେ ଯେଉଁଠି ଶିକୁଳି ବନ୍ଧା ହୋଇଥିଲା ସେହି ଜାଗାରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ସେହିପରି ଭୁବନେଶ୍ବର ଆଣିବା ପାଇଁ ତାକୁ ଏକାଧିକ ଥର ଟ୍ରାଙ୍କୁଲାଇଜ୍ ବି କରାଯାଇଥିଲା । ଗତ କିଛି ଦିନ ହେଲା ଦନ୍ତାର ଅବସ୍ଥା ଗୁରୁତର ଥିଲା । ସେ ଠିକ୍ ଭାବରେ ଖାଦ୍ୟ ଗ୍ରହଣ କରୁନଥିବା ବେଳେ ପାଣି ମଧ୍ୟ ଠିକରେ ପିଉ ନଥିଲା । ତେବେ କଣ ପାଇଁ ଦନ୍ତାର ମୃତ୍ୟୁ ହେଲା ତାହା ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ।

   Related Posts