ଗୀଟାର ଧୂନରେ ଗୀତ ଗାଉଛି ଶୁଆ: ଭାଇରାଲ ହେଉଛି ଭିଡିଓ

Published By : Prameya-News7 Bureau | June 02, 2021 IST

ନୂଆଦିଲ୍ଲୀ ୨/୬: ଆମେ ଦେଖିଥାଉ ପଶୁ ପକ୍ଷୀମାନେ ବିଭିନ୍ନ ପ୍ରକାରର ଧ୍ୱନି କରିଥାନ୍ତି । ବିଶେଷ କରି ଶୁଆମାନେ କଥା ହେବା ନଜିର ରହିଛି । କିନ୍ତୁ ଆପଣ କେବେ ଦେଖିଛନ୍ତି କି, ଶୁଆଟିଏ ଗୀତ ଗାଇବା । ତେବେ ଆପଣଙ୍କୁ କହିଦେଉଛି ଏହା ସତ କଥା, ଏମିତି ଗୋଟେ ଶୁଆଟିଏ ଅଛି ଯି, ଗୀଟାର ଧୂନରେ ଗୀତ ଗାଉଛି । ଆଉ ସୋସିଆଲ ମିଡିଆରେ ବେଶ୍ପା ଭାଇରାଲ ହେଉଛି ଦୃଶ୍ୟ ।

wp:html /wp:html

ଟ୍ୱିଟର ଭାଇରାଲ ହୋଇଥିବା ଭିଡିଓଟିକୁ ଲୋକେ ବହୁ ମାତ୍ରା ପସନ୍ଦ କରିବା ସହ ସେୟାର ବି କରୁଛନ୍ତି । ସୋସିଆଲ ମିଡିଆରେ ଏପର୍ଯ୍ୟନ୍ତ ୩.୭ ନିୟୁତ ଲୋକ ଏହି ଶୁଆର ଭିଡିଓ ଦେଖିଛନ୍ତି । ଏହା ସହ, ଏହି ଭିଡିଓକୁ ୬୫ ହଜାରରୁ ଅଧିକ ଥର ରିଟ୍ୱିଟ କରାଯାଇଛି ।

wp:html /wp:html

୨ ଲକ୍ଷ ୬୯ ହଜାରରୁ ଅଧିକ ଲାଇକ୍ ବି ମିଳିଛି । ସୋସିଆଲ ମିଡିଆରେ କିଛି ଉପଭୋକ୍ତା କହିଛନ୍ତି ଯେ ଯଦି ପକ୍ଷୀମାନଙ୍କ ପାଇଁ ଇଣ୍ଡିଆନ ଆଇଡଲ ଭଳି ପ୍ରତିଯୋଗିତା ଥାଆନ୍ତା ତାହେଲେ ତେବେ ନିଶ୍ଚିତ ଭାବରେ ଏହି ଶୁଆଟି ବିଜେତା ହୋଇଥାନ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.