Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ; ଶ୍ରୀଜିଉଙ୍କ ଦର୍ଶନ ଲାଗି ଏଣିକି ହେବ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା

26/11/2018 at 4:24 PM

ପୁରୀ ୨୬|୧୧:  ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଏଣିକି ହେବ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା । ଦର୍ଶନାର୍ଥୀ ବା ଭକ୍ତମାନେ ଏଣିକି ଟିକେଟ୍ କରି ମନ୍ଦିରରେ ପ୍ରବେଶ କରିବେ । ୬୦ପ୍ରତିଶତ ଟିକେଟ୍ ଅନଲାଇନରେ ମିଳିବ ଏବଂ ୩୦ପ୍ରତିଶତ ଟିକେଟ୍ ସିଧାସଳଖ ଶ୍ରୀମନ୍ଦିର କାଉଣ୍ଟରରେ ବିରକ୍ରି ହେବ । ଅବକାଶ, ଗୋପାଳ ବଲ୍ଲଭ, ମଧ୍ୟାହ୍ନ ଧୂପ ଓ ଚନ୍ଦନଲାଗି ନୀତି ଶେଷ ପରେ ଦର୍ଶନ ଲାଗି ବ୍ୟବସ୍ଥା ରହିବ । ସେହିପରି ଦାନ ଅର୍ଥରେ ଆସୁଥିବା ସମସ୍ତ ସ୍ବର୍ଣ୍ଣ ଅଳଙ୍କାର ଗୋଲ୍ଡ ମନିଟାଇଜେସନ ସ୍କିମରେ ବିନିଯୋଗ ହେବ । ଯେଉଁଥିରେ ବାର୍ଷିକ ୨.୫ପ୍ରିତଶତ ସୁଧ ମିଳିବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଗୋବର୍ଦ୍ଧନ ମଠର ସମସ୍ତ ସମ୍ପତ୍ତିକୁ ମଠକୁ ହସ୍ତାନ୍ତର କରାଯିବ । ସେହିପରି ବ୍ରହ୍ମ ପରିବର୍ତ୍ତନ ସମୟରେ ହୋଇଥିବା ବିଭ୍ରାଟ ପାଇଁ ୧୧ଜଣ ଦଇତାପତିଙ୍କୁ ନୋଟିସ୍ କରାଯାଇଥିଲା । ୫ଜଣ ଦଇତାପତି ହାଜର ହୋଇ ସେମାନଙ୍କର ପକ୍ଷ ରଖିଛନ୍ତି । ଏହାବ୍ୟତୀତ ନୋଟିସ୍ ବାବଦରେ ଦଇତାପତିମାନେ ଗଣମାଧ୍ୟରେ ରଖିଥିବା ବିବୃତ୍ତିକୁ ନେଇ ଉଦବେଗ ପ୍ରକାଶ ପାଇଛି । ଏଥିପାଇଁ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ଶ୍ରୀମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟକରଣ ଏବଂ ଶୌଚାଳୟ ପାଇଁ ଜିନ୍ଦଲ ବ୍ୟବସ୍ଥା କରିବ ।

   Related Posts