ପାଟକୁରାରେ ବଦଳିବ କି ବିଜେଡି ଟିକେଟ ? ନବୀନ ନିବାସରେ ବେଦୁଙ୍କ ପୁଅ ଓ ପତ୍ନୀ: ଆସନ ପରିବର୍ତ୍ତନ ଯୋଗୁଁ ବେଗୁନିଆ ବିଧାୟକଙ୍କ ସମର୍ଥକ କଲେ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | April 02, 2019 IST

ଭୁବନେଶ୍ବର ୨|୪ : ବିଜେଡିକୁ ଛାଡୁନି ପାଟକୁରା ଟେନସନ। ବିଜେଡି ପାଟକୁରା ପାଇଁ ବେଦପ୍ରକାଶ ଅଗ୍ରୱାଲାଙ୍କୁ ପୁଣି ପ୍ରାର୍ଥୀ କରିଥିବା ବେଳେ ସେ କିନ୍ତୁ ଦଳୀୟ ଟିକେଟ୍ ନେଇନାହାନ୍ତି । ବେଜ ପ୍ରକାଶ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି ।  ଗୋଟିଏ ପଟେ ବିଜେପି ବିଜୟ ମହାପାତ୍ରଙ୍କୁ ପୁଣି ପାଟକୁରା ପାଇଁ ପ୍ରାର୍ଥୀ କରିଛି। ଅନ୍ୟପଟେ କିନ୍ତୁ ବିଜେଡି ପାଇଁ ବେଦ ପ୍ରକାଶ ଟେନସନ ବଢ଼ାଇବାରେ ଲାଗିଛନ୍ତି। ବେଦପ୍ରକାଶଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିଛନ୍ତି ବିଜେଡିର କିଛି ଟାଣୁଆ ନେତା। ଯେଉଁମାନଙ୍କ ଭିତରେ ତେଜେଶ୍ବର ପରିଡ଼ା, ପ୍ରମୋଦ ସାହୁ ପ୍ରମୁଖ ଅଛନ୍ତି।

{"id":99365}

ସେପଟେ ୧୯ ନିର୍ବାଚନରେ ସବୁ ବରିଷ୍ଠ ନେତାଙ୍କ ପୁଅ ଝିଅ ଥଇଥାନ ହୋଇଯାଇଥିବା ବେଦୁଙ୍କ ପୁଅ-ଝିଅ ଥଇଥାନ ହୋଇନାହାନ୍ତି। ସୂଚନା ଅନୁସାରେ ବେଦପ୍ରକାଶ କୁଆଡ଼େ ତାଙ୍କ ବଦଳରେ ତାଙ୍କ ପୁଅଙ୍କୁ ବିଜେଡି ପ୍ରାର୍ଥୀ କରିବା ପାଇଁ ଚାହୁଁଥିଲେ। ଆଜି ବିଜେଡି ପୁଣି ବେବଶ ହୋଇଛି। ବେଦପ୍ରକାଶଙ୍କ ଜିଦ୍  ଆଗରେ ଦଳ ନରମ ହୋଇଛି। ବେଦପ୍ରକାଶଙ୍କ ପତ୍ନୀ ଓ ତାଙ୍କ ପୁଅ ନବୀନ ନିବାସରେ ପହଞ୍ଚିଛନ୍ତି।

{"id":99368}

ସମ୍ଭବତଃ ବେଦ ପ୍ରକାଶଙ୍କ ଟିକେଟ ପରିବର୍ତ୍ତନ କରି ତାଙ୍କ ପୁଅଙ୍କୁ ସେଠାରୁ ଟିକେଟ ଦିଆଯାଇପାରେ ବୋଲି ଆଲୋଚନା ହେଉଛି । ନବୀନ ନିବାସ ସମ୍ମୁଖରେ ଆଜି ସବୁଠୁ ଅଧିକ ନାରାବାଜି ଓ ବିରୋଧ ପ୍ରଦ୍ନ ଦେଖିବାକୁ ମିଳିଛି । ବିଭିନ୍ନ ନେତାଙ୍କ ଟିକେଟ କଟିଥିବାରୁ ସେମାନଙ୍କ ସମର୍ଥକମାନେ ଆସି ବିରୋଧ ପ୍ରଦର୍ଶନ କରୁଛନ୍ତି । ଜୟଦେବ ନିର୍ବାଚନମଣ୍ଡଳିରୁ ଟିକେଟ କଟିବାପରେ ଅସନ୍ତୁଷ୍ଟ ହୋଇଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ସମର୍ଥକମାନେ । ନବୀନ ନିବାସ ସମ୍ମୁଖରେ କ୍ଷୋଭ ପ୍ରକାଶ କରିଛନ୍ତି ।ତେବେ ଶଶୀଭୂଷଣଙ୍କୁ ଭୁବନେଶ୍ବର ମଧ୍ୟ କିମ୍ବା ଭୁବନେଶ୍ବର ଉତ୍ତରରୁ ପ୍ରାର୍ଥୀ କରାଯାଇପାରେ ବୋଲି ଆଲୋଚନା ହେଉଛି ।

{"id":99369}

ଏକାମ୍ର ଭୁବନେଶ୍ବରରୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ବିଜେଡି ପୁଣି ରିପିଟ କରିଥିବାବେଳେ ଭୁବନେଶ୍ବର ମଧ୍ୟ ଓ ଭୁବନେଶ୍ବର ଉତ୍ତରରୁ ପ୍ରାର୍ଥୀ ଘୋଷଣା କରିନାହିଁ । ଭୁବନେଶ୍ବର ମଧ୍ୟ ଆସନର ବିଧାୟକ ବିଜୟ ମହାନ୍ତିଙ୍କୁ ଟିକେଟ ନଦେବା ପାଇଁ ଦଳ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଥିବାବେଳେ ଏହି ଆସନ ପାଇଁ ଆଶାୟୀ ଅଛନ୍ତି ଭୁବନେଶ୍ବର ମହାନଗର ନିଗମର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା । ଆଜି ଅନନ୍ତ ନାରାୟଣ ଜେନାଙ୍କୁ ମଧ୍ୟ ନବୀନ ନିବାସରେ ଦେଖିବାକୁ ମିଳିଥିଲା ।  

ସେହିଭଳି ବିଧାନସଭା ଆସନ ପରିର୍ତ୍ତନ ଯୋଗୁଁ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସମର୍ଥକମାନେ ବିକ୍ଷୋଭ କରିଛନ୍ତି । ଗତକାଲି ବିଜେଡି ୯ଟି ବିଧାନସଭା ପାଇଁ ପ୍ରର୍ଥୀ ତାଲିକା ଘୋଷଣା କରିଥିଲା । ସେଥିରେ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବେଗୁନିଆରୁ ଟିକେଟ ନଦେଇ ଚିଲିକା ନିର୍ବାଚନମଣ୍ଡଳିରୁ ଟିକେଟ ଦିଆଯାଇଛି । ବେଗୁନିଆ ପାଇଁ ରାଜକିଶୋର ସାହୁଙ୍କୁ ଟିକେଟ ଦିଆଯାଇଛି । ଟିକେଟ ପରିବର୍ତ୍ତନ କରି ପ୍ରଶାନ୍ତଙ୍କୁ ପୁଣି ବେଗୁନିଆରୁ ପ୍ରର୍ଥୀ କରାଯାଉବୋଲି ସମର୍ଥକମାନେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.