Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଟିକେଟକୁ ନେଇ ବଲାଙ୍ଗୀର ବିଜେପିରେ ଜଳିଲା ଅସଂତୋଷର ନିଆଁ, ଦୁର୍ନୀତି ଓ ଫିକ୍ସିଂ ଅଭିଯୋଗ ଆଣିଲେ ଅସନ୍ତୁଷ୍ଟ

24/03/2019 at 7:28 PM

ବଲାଙ୍ଗୀର ୨୪|୩: ନିର୍ବାଚନ ପାଇଁ ବଲାଙ୍ଗୀର ଜିଲ୍ଲା ରାଜନୀତି ସରଗରମ ।ଏ ଟିକଟ ଘୋଷଣା ପରେ ଏବେ ବିବାଦ ସୃଷ୍ଟି ହେଉଛି ବିଭିନ୍ନ ଦଳରେ।  ବିଜେପି ବିଧାନସଭା ଆସନ ପାଇଁ ଟିକଟ ଘୋଷଣା କରିବା ପରେ ବଲାଙ୍ଗୀର ବିଜେପିରେ ସୃଷ୍ଟି ହୋଇଛି ଫାଟ ଓ ବିବାଦ। ବହୁ ଅପେକ୍ଷା ପରେ ବଲାଙ୍ଗୀର ବିଧାନସଭା ଆସନ ପାଇଁ ବିଜେପି ଅନନ୍ତ ଦାଶଙ୍କୁ ବିଧାନସଭା ଓ ସଂଗୀତା ସିଂ ଦେଓଙ୍କୁ ଲୋକସଭା ପ୍ରାର୍ଥୀ କରିଛି। ହେଲେ ଏହାକୁ ନେଇ ବିଜେପିରେ ସୃଷ୍ଟି ହୋଇଛି ଫାଟ। ପ୍ରତିବାଦରେ କିଏ ଦଳର ବିଭିନ୍ନ ପଦପଦବିରୁ ଇସ୍ତଫା ଦେଇଛି ତ ଆଉ କିଏ ଟିକଟ ପରିବର୍ତ୍ତନ ପାଇଁ ଦାବି କରିଛି।

ଆରମ୍ଭରୁ ବିବାଦ। ଟିକଟ ଘୋଷଣାରୁ ହିଁ ସୃଷ୍ଟି ହୋଇଗଲା ଫାଟ। ଆମେ କହୁଛୁ ବଲାଙ୍ଗୀର ନିର୍ବାଚନ ମଣ୍ଡଳି ରେ ବିଜେପି ର କଥା । ଗତ କାଲି ବିଜେପି ଅନନ୍ତ ଦାଶ ଙ୍କୁ ଟିକଟ ଦେବା ପରେ ଅନ୍ୟତମ ଆଶାୟୀ ପ୍ରାର୍ଥୀ ଏହାକୁ ବିରୋଧ କରିଛନ୍ତି। ବାସୁ ପତି ଗତ ଥର ନିର୍ବାଚନ ଲଢିଥିଲେ । ଚଳିତ ଥର ମଧ୍ୟ ତାଙ୍କୁ ଟିକଟ ମିଳିବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ତାଙ୍କୁ ଏଥର ଟିକଟ ମିଳିନଥିଲା । ଟିକେଟ ପାଇଛନ୍ତି ଅନନ୍ତ ଦାଶ ।ଫଲରେ ବାସୁ ପତି ଏବେ କ୍ଷୁବ୍ଧ ହୋଇ କରିଛନ୍ତି ବିଷୋଦଗାର ।  ସାମ୍ବାଦିକ ସମ୍ମିଳନୀ କରି ବାସୁପତି ଆଣିଛନ୍ତି ଗୁରୁତର ଅଭିଯୋଗ । ବଲାଙ୍ଗୀର ବିଜେପି ପାର୍ଟି କାର୍ଯ୍ୟାଳୟ ପାଇଁ ଜମି କିଣାରେ ବ୍ୟାପକ ଦୁର୍ନିତି ହୋଇଥିବା ଅଭିଯୋଗ ଆଣିଛନ୍ତି ବାସୁଦେବ ପତି।ଜମି ଦୁର୍ନୀତି କରିଥିବା ବ୍ୟକ୍ତିଙ୍କୁ କିଭଳି  ଟିକଟ ଦିଆଯାଇଛି ବୋଲି ସେ ପ୍ରଶ୍ନ କରିବା ସହ ତାଙ୍କଠାରୁ ଟିକେଟ  ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ବାସୁ ପତି।

ଏଥିସହ ଗୁରୁତର ଅଭିଯୋଗ ଆଣିଛନ୍ତି ଦଳର ନେତାଙ୍କ ବିରୋଧରେ। ବଲାଙ୍ଗୀର ବିଧାନସଭା ଓ ପାଟଣାଗଡ ବିଧାନସଭା ଆସନ ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଫିକ୍ସିଂ କରାଯାଇଥିବା କହିଛନ୍ତି ବାସୁପତି। ବଳାଙ୍ଗୀରରେ ଦୁର୍ବଳ ପ୍ରାର୍ଥି ଦେଲେ କଂଗ୍ରେସର ବିଜୟ ହେବ । ପ୍ରତିବଦଳରେ  ପାଟଣାଗଡରେ କଂଗ୍ରେସ ଦୁର୍ବଳ ପ୍ରାର୍ଥୀ ଦେବ ଓ ପାଟଣାଗଡରେ ବିଜେପିର ଜୟ ହେବା । ଦୁଇ ଦଳ ମଧ୍ୟରେ ଏଭଳି ଏକ ଭିତିରିଆ ବୁଝାମଣା କରାଯାଇଥିବା ଅଭିଯୋଗ କରିଛନ୍ତି ବାସୁଦେବ ପତି।

ଖାଲି ସେତିକି ନୂହେଁ ପୂର୍ବରୁ ରେସରେ ଥିବା ପ୍ରଭାଷ କୁମାର ପାଣିଗ୍ରାହୀ  ଓ ଗୋପାଲଜି ପାଣିଗ୍ରାହୀଙ୍କୁ ମଧ୍ୟ ଟିକଟ ନ ମିଳିବାରୁ ଦେଖାଦେଇଛି ଅସଂନ୍ତୋଷ। ଏନେଇ ଆଜି କର୍ମି ଓ ସମର୍ଥକ କରିଛନ୍ତି ବିକ୍ଷୋଭ। କଚେରୀ ଛକଠାରେ ବିରୋଧ କରିବା ସହ କରିଉନ୍ତି  ଟିକଟ ପରିବର୍ତ୍ତନ ପାଇଁ ଦାବି । ସେପଟେ ବିଜେପିର ବିଭିନ୍ନ ପଦପଦବିରେ ଥିବା କର୍ମି ମଧ୍ୟ ଇସ୍ତଫା ଦେଇଥିବା ମିଳିଛି ସୂଚନା।

   Related Posts