Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ଟିକେଟ ବଣ୍ଟା ଯେତିକି ଝୁଲୁଛି ସେତିକି ବଢୁଛି ଆଶାୟୀଙ୍କ ଟେନସନ: ରାତି ପାହିଲେ ନବୀନ ନିବାସ ଆଗରେ ନାରାବାଜି ଆରମ୍ଭ କରିଦେଉଛନ୍ତି ଅସନ୍ତୁଷ୍ଟ ଏବଂ ଆଶାୟୀ

23/03/2019 at 7:11 PM

ଭୁବନେଶ୍ୱର ୨୩/୩ ( ସୁକାନ୍ତ ରାଉତରାୟ ) : ନବୀନ ନିବାସ ଆଗରେ ଥମୁନି ଭିଡ । ଆଶାୟୀଙ୍କ ଠାରୁ ନିରାଶ ସମସ୍ତେ ନବୀନ ନିବାସ ଆଗରେ ଜମଉଛନ୍ତି ଭିଡ । ଯେଉଁମାନେ ଟିକେଟ ପାଇନାହାନ୍ତି ସେମାନେ ଶେଷ ପ୍ରୟାସ ତ କରୁଛନ୍ତି, କିନ୍ତୁ ଆଶାୟୀ ପୁରା ଦମ ଲଗାଇଛନ୍ତି । କିଛି ଷ୍ଟାଣ୍ଡିଂ ବିଧାୟକଙ୍କୁ ବିରେ।ଧ କରି ନବୀନ ନିବାସ ଆଗରେ ପ୍ରତିଦିନ ଆରମ୍ଭ ହେ।ଇଯାଉଛି ନାରାବାଜି । ସେପଟେ ଖୁବଶୀଘ୍ର ବାକି ଦୁଇ ପର୍ଯ୍ୟାୟ ପାଇଁ ଟିକେଟ ଘୋଷଣା ହେବାକୁ ଥିବାରୁ ଲବି କିଛି କମ୍ ହେଉନି…

ଟିକେଟ ବଣ୍ଟା ଯେତିକି ଝୁଲୁଛି ବିଜେଡି ଆଶାୟୀଙ୍କ ଟେନସନ ସେତିକି ବଢୁଛି। ଆଉ ଏହାର ସିଧା ଝଲକ ଦେଖିବାକୁ ମିଳୁଛି ନବୀନ ନିବାସରେ । ରାତି ପାହିଲେ ଆଶାୟୀ ଆଉ ଅସନ୍ତୁଷ୍ଟ ନବୀନ ନିବାସ ଆଗରେ ନାରାବାଜି ଆରମ୍ଭ କରିଦେଉଛନ୍ତି । ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ବିରୋଧରେ ଆଜି ଗୋଟିଏ ଗୋଷ୍ଠୀ ଆସି ବିଷ ଓଗାଳିଛନ୍ତି ।

ଦାବି କରିଛନ୍ତି ଦେବୀ ମିଶ୍ରଙ୍କ ଟିକେଟ କାଟି ନୂଆ ମୁହଁ ସାମାନ୍ନାକୁ ଅଣାଯାଉ । ସେହିଭଳି ପାଲଲହଡା ବିଧାୟକ ମହେଶ ସାହୁଙ୍କ ବିରୋଧରେ ଫେରାଦ ହୋଇଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ । ଆନନ୍ଦପୁରର ବିଧାୟକ ମାୟାଧର ଜେନାଙ୍କୁ ଏଥର ଟିକେଟ ନଦେବାକୁ ସ୍ଥାନୀୟ ବିଜେଡି କର୍ମୀ ନବୀନ ନିବାସ ଆଗରେ ରାଲି କରିଛନ୍ତି । ଦିନ ତମାମ ଏଭଳି ଚିତ୍ର ନବୀନ ନିବାସ ଆଗରେ ଦେଖିବାକୁ ମିଳିଛି ।

ପ୍ରଥମ ଦୁଇ ପର୍ଯ୍ୟାୟରେ ୫୪ ବିଧାନସଭା ଓ ୯ ଲୋକସଭା ଆସନ ପାଇଁ ଟିକେଟ ଘୋଷଣା କରିଛି ବିଜେଡି । ବାକି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ବିଧାନସଭା ଓ ଲୋକସଭା ପାଇଁ ଟିକେଟ ଘୋଷଣା ହୋଇନାହଁ । ଟିକେଟ ଘୋଷଣା ନହେଉ ସେହି ସ୍ଥାନରେ ବିରୋଧ ପ୍ରଦର୍ଶନ ଏବେ ନିତିଦିନିଆ ଘଟଣା ହେଲାଣି ।

ଏମିତି କି ଯେଉଁ ସ୍ଥାନରେ ଟିକେଟ ବଣ୍ଟା ସରିଲାଣି ଏବଂ ନେତାଙ୍କ ନାଁ ବାଦ ପଡିଲାଣି ସେମାନେ ବି ନବୀନ ନିବାସ ଆସି ଫେରାଦ ହେଉଛନ୍ତି । ପ୍ରଥମ ଦୁଇ ପଯ୍ୟାୟର ଯେଉଁ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନି ସେଠି ବିଦ୍ରୋହ ହେବ ଜାଣି ସେମାନଙ୍କୁ କୁଆଡେ ଭିତିରିଆ କୁହାସରିଛି ନୋମିନେସନ ପ୍ରସ୍ତୁତ କରିବାକୁ । ହେଲେ ଏହି ୯ ଜଣଙ୍କ ଭିତରୁ କିଛି ଆଶାୟୀ ଏବେ ବି ନିଶ୍ଚିତ ସେମାନଙ୍କୁ ହିଁ ଟିକେଟ ମିଳିବ।

ତୃତୀୟ ଓ ଚତୁର୍ଥ ପଯ୍ୟାୟର ପ୍ରାର୍ଥୀ ତାଳିକା ଉପରେ ବିଜେଡି ଏକ ପ୍ରକାର କସରତ କରିସାରିଛି । ଖୁବ ଶ୍ରୀଘ ନବୀନ ତାଲିକା ଘୋଷଣା କରିବେ ବୋଲି ଦଳ ଭିତରେ ଚର୍ଚ୍ଚା । କାରଣ ନିର୍ବାଚନ ଘୋଷଣା ପରେ କାଲି ନବୀନ ନୟାଗଡରୁ ପ୍ରଚାର ମୈଦାନକୁ ଓହ୍ଲାଇବେ । ସୋମବାର ବିଜେପୁର ବିଧାନସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିବାକୁ ଯିବେ ବରଗଡ । ତେଣୁ ଆଶାୟୀଙ୍କ ମନ ଥୟ ଧରୁନି

   Related Posts