Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ନବୀନ ନିବାସ ସାମ୍ନା ପାଲଟିଛି ରଣକ୍ଷେତ୍ର: ପରସ୍ପର ବିରୋଧୀ ଗୋଷ୍ଠୀଙ୍କ ହାତାହାତି ଓ ନାରାବାଜି, ଛିଣ୍ଡୁନି ଉପକୂଳ ଅଂକ

26/03/2019 at 6:18 PM

ଭୁବନେଶ୍ବର୨୬|୩: ବିଜେଡ଼ି ଟିକେଟ୍ କସରତ ନେଇ ଦଳରେ ଚାଲିଛି ଛକାପଞ୍ଝା । ନୂଆ ଆଶାୟୀ ମାନେ ପୁରୁଣାଙ୍କ ବିରେ।ଧରେ ବିଷୋଦଗାର କରୁଛନ୍ତି ତ ପୁରୁଣା ମାନେ ଟିକେଟ୍ ହାତେଇବାକୁ ପୁରା ଦମ୍ ରେ ମାତିଛନ୍ତି । ନବୀନ ନିବାସ ଭିତର ଓ ବାହାର ଏଭଳି ଚିତ୍ର ସାମ୍ନାକୁ ଆସିଛି । ବାହାରେ ବିଧାୟକଙ୍କ ସମର୍ଥକ ଓ ବିରୋଧୀ ହାତାହାତି ହୋଇଛନ୍ତି । ସେପଟେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଟିକେଟ୍ ବଣ୍ଟନକୁ ନେଇ ଯୋରଦାର କସରତ୍ ଜାରି ରହିଛି। ….

ନବୀନ ନିବାସ ସାମ୍ନାରେ ବିଜେଡିର ଦୁଇଗୋଷ୍ଠୀ ମୁହାଁମୁହିଁ । ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ସମର୍ଥକ ଏବଂ ସେଠାରୁ ଟିକେଟ୍ ଆଶାୟୀ ତୃପ୍ତିରଂଜନ ବେହେରାଙ୍କ ସମର୍ଥକଙ୍କ ଭିତରେ ଚାଲିଥିଲା ଧକ୍କାମୁକ୍କି ।

 ଉଭୟ ଗୋଷ୍ଠୀ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଉଥିଲେ କିନ୍ତୁ ପରସ୍ପରକୁ ଲଲକାରୁଥିଲେ । ପରିସ୍ଥିତ ଏଭଳି ହୋଇଥିଲା ଯେ ତୃପ୍ତିରଂଜନଙ୍କ ସମର୍ଥକ ମାନେ ରାସ୍ତା ଉପରେ ଧାରଣାରେ ବସିଥିଲେ । କେବଳ ନିଆଳି ନୁହେଁ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅକୁ ଟିକେଟ ନଦେବାକୁ ବିଜେଡ଼ିର ଅସନ୍ତୁଷ୍ଟ ଗୋଷ୍ଠୀ ନାରାବାଜି ପକାଇଥିଲେ ନବୀନ ନିବାସ ଆଗରେ ।

ଯେହେତୁ ପ୍ରଭାତ ତ୍ରିପାଠୀ ନିଜେ ନ ଲଢି ବାଙ୍କିରେ ତାଙ୍କ ପୁଅ ପାଇଁ ଟିକେଟ୍ ଲବି କରୁଛନ୍ତି ସେଥିପାଇଁ ପ୍ରଭାତ ତ୍ରିପାଠୀଙ୍କ ବିରେ।ଧୀ ଗେ।ଷ୍ଠୀ ନବୀନ ନିବାସ ଆଗରେ ହୋ ହଲ୍ଲା କରିଛନ୍ତି। ସେହିଭଳି ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ରଙ୍କ ବିରୋଧରେ ମଧ୍ୟ ବିଜେଡ଼ିର ଅସନ୍ତୁଷ୍ଟ ଗେ।ଷ୍ଠୀ ନବୀନ ନିବାସ ଆଗରେ ନାରାବାଜି କରିଛନ୍ତି ।

ନବୀନ ନିବାସ ବାହାରେ ଏଭଳି ଚିତ୍ର ବିଜେଡ଼ି ରାଜନୀତିକୁ ଯେତିକି ସରଗରମ କରିଛି ନବୀନ ନିବାସ ଭିତରେ ଉପକୂଳ ନେତାଙ୍କ ଭିଡ଼ ତୃତୀୟ ଚତୁର୍ଥ ପର୍ଯ୍ୟାୟ ଟିକେଟ୍ ଗଣିତକୁ ଆହୁରି ଜଟିଳ କରୁଛି । ପ୍ରଥମ ଦୁଇ ପର୍ଯ୍ୟାୟ ଟିକେଟ୍ ବଣ୍ଟନ ପରେ ଯେଭଳି ବିଜେଡ଼ିର ବିଧାୟକ ଓ ସାଂସଦ ସିଧା ବିଜେପି ମୁହାଁ ହେଲେ ତାକୁ ନଜରରେ ରଖି ବିଜେଡ଼ି ଶେଷ ଦୁଇ ପର୍ଯ୍ୟାୟ ଟିକେଟ୍ ବଣ୍ଟନକୁ ବିଳମ୍ବ କରିଚାଲିଛି ।

ଯେହେତୁ ଉପକୂଳର ବହୁ ନେତାଙ୍କ ବିରେ।ଧରେ ଅସନ୍ତୋଷ ଅଛି ତେଣୁ ସେମାନଙ୍କ ଟିକେଟ୍ କାଟିବା ପରେ ପରବର୍ତ୍ତୀ ପ୍ରତିକ୍ରିୟା କଣ ହେବ ତାକୁ ଆକଳନ କରୁଛି ଦଳ । ଟିକେଟ ଆଶାୟୀ ବହୁନେତା କିଛି ଠୋସ୍ ପ୍ରତିଶୃତି ନପାଇ ଫେରୁଛନ୍ତି ।

ବିଜେଡି ଏପର୍ଯ୍ୟାନ୍ତ ୧୨ ସାଂସଦ ଓ ୮୭ ବିଧାୟକଙ୍କ ନାଁ ଘୋଷଣା କରିନାହିଁ। ଉପକୂଳର ବହୁ ସାଂସଦଙ୍କ ଟିକେଟ କଟିବା ଏକପ୍ରକାର ସ୍ଥିର ହେ।ଇସାରିଛି । କିନ୍ତୁ କେଉଁ ବିଧାୟକଙ୍କ ଟିକେଟ କଟିବ ଏବଂ କେଉଁ ବଡ଼  ନେତା କେଉଁଠି ଆଡ଼ଜଷ୍ଟ ହେବେ ତାକୁ ନେଇ ସସପେନ୍ସ ଜାରି ରହିଛି । ଯେଉଁଥିପାଇଁ ଆଶାୟୀଙ୍କ ଭିତରେ ଅସନ୍ତେ।ଷ ସାମ୍ନାକୁ ଆସୁଛି ।

   Related Posts