Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||

୩ ପ୍ରମୁଖ ଦଳର ଛିଣ୍ଡିପାରୁନି ଟିକେଟ ଅଙ୍କ : ବିଜେଡି ପ୍ରାର୍ଥୀ ତାଲିକା ନେଇ ସବୁଠୁ ଅଧିକ ଟେନସନ

17/03/2019 at 6:42 PM

ଭୁବନେଶ୍ୱର ୧୭/୩ : ସାଧାରଣ ନିର୍ବାଚନ ଲାଗି କାଲିଠୁ ଆରମ୍ଭ ହେବ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା । ହେଲେ ଏବେ ଘୋଷଣା ହୋଇ ପାରୁନି ପ୍ରାର୍ଥୀ ତାଲିକା । ଏଆଇସିସି ତାଲିକା ଘୋଷଣା କରିଛି ସତ ହେଲେ ଏଥିରେ ଓଡିଶା ପ୍ରାର୍ଥୀଙ୍କ ନାଁ ନାହିଁ । ସେପଟେ ବିଜେପି ସଂସଦୀୟ ବୋର୍ଡ ବସିଥିଲେ ବି ଓଡିଶା ସମେତ ୪ ରାଜ୍ୟ ବିଧାନସଭା ଏବଂ ସାଂସଦଙ୍କ ତାଲିକାରେ ମୋହର ବାଜିପାରୁନି । ଏପଟେ ବିଜେଡିର ପ୍ରାର୍ଥୀ ତାଲିକା ନେଇ ବି ଅଙ୍କ ଛିଣ୍ଡିନୁ ।

ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ପାଇଁ ଆଉ କେଇଘଣ୍ଟା ବାକି । ହେଲେ ପ୍ରାର୍ଥୀ ତାଲିକା ଘୋଷଣା ନେଇ ଚାଲିଛି ଛକାପଞ୍ଝା । ଓଡିଶାରେ ତିନି ପ୍ରମୁଖ ଦଳର ଛିଣ୍ଡିପାରୁନି  ଟିକେଟ ଅଙ୍କ । ଗୋଟିଏ ଦଳ ଆଉ ଗୋଟିଏ ଦଳର ତାଲିକାକୁ ଚାହିଁ ବସିଛି । ତାଲିକା ଚୁଡାନ୍ତ ପାଇଁ ସବୁ ଦଳରେ ଚାଲିଛି କସରତ ।

ପ୍ରଥମ ପର୍ଯ୍ୟାୟରେ ଦେଶର ୯୧ ଟି ସିଟ ଲାଗି ନାମାଙ୍କନ ଦାଖଲ ହେବ । ହେଲେ ଏଯାଏ ପ୍ରାର୍ଥୀ ତାଲିକା ଘୋଷଣା ହେଉନି । ରାଜ୍ୟରେ ପଞ୍ଚମ ଥର ଲାଗି ସରକାର ଗଢିବା ଲକ୍ଷ୍ୟରେ ନିର୍ବାଚନ ଲଢିବାକୁ ଓହ୍ଳାଉଥିବା ବିଜେଡିର ପ୍ରାର୍ଥୀ ତାଲିକା ନେଇ ସବୁଠୁ ବେଶୀ ଟେନସନ୍ ।

କାହାର ଟିକେଟ କାଟିବେ କାହାକୁ ରଖିବେ ଓ କେଇଁ ଦଳରୁ କେଉଁ ନେତାକୁ ଆଣି କେଉଁଠୁ ଲଢାଇବେ ସେନେଇ ଘନ ଘନ ବୈଠକ ବସୁଛି । ତେବେ ତାଲିକା ଘୋଷଣା ହେଉନି ।

କେବଳ ବିଜେଡି ନୁହେଁ ରାଜ୍ୟର ବିରୋଧୀ ଦଳ ମାନଙ୍କର ବି ସେଇ ସମାନ ଅବସ୍ଥା । ଦିଲ୍ଲୀରେ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ ବସିଛି, ତାଲିକା ଚୂଡାନ୍ତ ହୋଇଥିବା ପିସିସି ସଭାପତି କହିଛନ୍ତି, ହେଲେ ଓଡିଶାର ତାଲିକା ପ୍ରକାଶ ପାଉନି ।

ବିଜେପି ସଂସଦୀୟ ବୋର୍ଡ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ତାଲିକା ଉପରେ ଆଲୋଚନା କରିଛି ହେଲେ ପ୍ରାର୍ଥୀ ଘୋଷଣା ସମୟ ଘୁଞ୍ଚି ଘୁଞ୍ଚି ଚାଲିଛି କୁହାଯାଉଛି ଓଡିଶାରେ ଶାସକ ଦଳର ରଣନୀତି ଦେଖି  କାଉଣ୍ଟର ଷ୍ଟ୍ରାଟେଜୀ କରିବାକୁ ବିଜେପି ତାର କାର୍ଡ ଖୋଲୁନି । ଏମିତି ବି ବିଜେଡିରେ ଟିକେଟ କଟିବା ଭୟରେ ଅନେକ ନେତା ଏବେ ବିଜେପି ମୁହାଁ ହେଉଛନ୍ତି । ତେଣୁ ବିଜେପି ତାଲିକା ଘୋଷଣା ନକରି ଶାସକ ଦଳକୁ ଛକିଛି ।

ନାମାଙ୍କନ ତାରିଖ ପାଖେଇ ଆସୁଛି । ହେଲେ ତାଲିକା ଘୋଷଣା ନେଇ କିନ୍ତୁ ସମୟ ଗଡି ଗଡି ଚାଲୁଛି । ଆଉ ସେପଟେ ନେତାଙ୍କ ହାର୍ଟ ବିଟ ବଢି ବଢି ଚାଲିଛି ।

   Related Posts