ବାରବାଟୀରେ ଇଣ୍ଡିଆ-ଓ୍ବେଷ୍ଟଇଣ୍ଡିଜ୍ ମ୍ୟାଚ୍ ପାଇଁ ଆସନ୍ତା ୧୯ରୁ କାଉଣ୍ଟରରେ ଟିକେଟ୍ ବିକ୍ରି

Published By : Prameya-News7 Bureau | December 09, 2019 IST

କଟକ ୯।୧୨: ବାରବାଟୀରେ ଇଣ୍ଡିଆ-ଓ୍ବେଷ୍ଟଇଣ୍ଡିଜ୍ ମ୍ୟାଚ୍ ପାଇଁ ଏଥର ଟିକେଟ୍ କାଉଣ୍ଟରରେ ବିକ୍ରି ହେବ ମାତ୍ର ୧୦ ହଜାର ୫୦ ଖଣ୍ତ ଟିକେଟ । କିନ୍ତୁ ସେଥିଲାଗି ଟିକେଟ କାଉଣ୍ଟରର ସଂଖ୍ୟା ବୃଦ୍ଧି କରିବା ଲାଗି ନିଷ୍ପତ୍ତି କରିଛି ଓସିଏ । ୧୯ ତାରିଖରୁ ଆରମ୍ଭ ହେବ ଟିକେଟ ବିକ୍ରି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ମିଳିବ ୨ଟି ଟିକେଟ୍‌ । ଟିକେଟ ପାଇଁ କାଉଣ୍ଟରରେ ଯେକୌଣସି ପରିଚୟ ପତ୍ର ଦେଖାଇବାକୁ ପଡିବ, କିମ୍ବା ଟେଲିଫୋନ୍‌ ନମ୍ବର ଦେବାଲାଗି ଓସିଏ ଅନୁରୋଧ କରିଛି । ହେଲେ କାହିଁକି କାଉଣ୍ଟର ଟିକେଟ ଏତେ ପରିମାଣରେ କାଟ୍ କରାଗଲା, ତା ଉପରେ ଓସିଏ କର୍ତ୍ତୃପକ୍ଷଙ୍କ ପାଖରେ ସନ୍ତୋଷଜନକ ଉତ୍ତର ନାହିଁ ।

ବାରବାଟୀରେ ଇଣ୍ତିଆ-ଓ୍ବେଷ୍ଟଇଣ୍ତିଜ ମ୍ୟାଚ୍ ଦେଖିବାର ଇଛା ରଖିଥିବା କ୍ରିକେଟ୍ ପ୍ରମୀଙ୍କୁ ଏଥର ହୁଏତ ନିରାଶ ହେବାକୁ ପଡିପାରେ । କାରଣ କାଉଣ୍ଟରରେ ଏଥର ବିକ୍ରି ହେବ, ମାତ୍ର ୧୦ ହଜାର ୫୦ ଖଣ୍ତ ଟିକେଟ୍ । ୧୯ ତାରିଖ ସକାଳୁ  ଆରମ୍ଭ ହେବ ଟିକେଟ ବିକ୍ରି । ପ୍ରଥମ ଦିନରେ ଟିକେଟ ବଳକା ରହିଲେ ପୁଣି ୨୦ ତାରିଖରେ ଟିକେଟ୍‌ ବିକ୍ରି କରାଯିବ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ମିଳିବ ୨ଟି ଟିକେଟ୍ । ସେଥିପାଇଁ ଟିକେଟ୍ କାଉଣ୍ଟରରେ ଯେକୌଣସି ପରିଚୟ ପତ୍ର ଦେଖାଇବାକୁ ପଡିବ, କିମ୍ବା ଟେଲିଫୋନ୍‌ ନମ୍ବର ଦେବାଲାଗି ଓସିଏ ଅନୁରୋଧ କରିଛି । ତେବେ ଟିକେଟର ପରିମାଣ କମ୍ ହୋଇଥିଲେ ବି ଏଥର ଅଧିକ କାଉଣ୍ଟର ଖୋଲାଯିବ । କିନ୍ତୁ କାହିଁକି କାଉଣ୍ଟର ଟିକେଟର ସଂଖ୍ୟା ଏତେ ମାତ୍ରାରେ କମ୍‌ କରାଗଲା, ତା ଉପରେ ଓସିଏ କର୍ତ୍ତୃପକ୍ଷଙ୍କ ପାଖରେ ସନ୍ତୋଷଜନକ ଉତ୍ତର ନାହିଁ ।

ବାରବାଟୀ ଦିନିକିା ଲାଗି ଆଜି ୨ୟ ଥର ଲାଗି ଓସିଏ ସାଧାରଣ ପରିଷଦ ବୈଠକ ବସିଥିଲା । ମ୍ୟାଚର ସୁ-ଆୟୋଜନ ପାଇଁ ପ୍ରାୟ ୨୦ରୁ ଅଧିକ କମିଟି ଗଠନ କରାଯାଇଛି । ଏଥର ବାରବାଟୀରେ ମୋଟ୍ ୩୮ ହଜାର ୮୭୨ ଦର୍ଶକ ମ୍ୟାଚ୍ ଉପଭୋଗ କରିପାରିବେ ବୋଲି କୁହାଯାଇଛି । ତେବେ ଅନ୍‌ଲାଇନ୍‌ ଜରିଆରେ ମାତ୍ର ଗୋଟିଏ ଘଣ୍ଟାରେ ୮ ହଜାର ୧୫୦ ଖଣ୍ତ ଟିକେଟ୍‌ ବୁକ୍‌ ହୋଇସାରିଥିବାରୁ କାଉଣ୍ଟରରେ ଅଧିକ ଟିକେଟ୍‌ ବିକ୍ରି କରାଯାଉ ବୋଲି ଆଜିର ବୈଠକରେ ଅନେକ ସଦସ୍ୟ ଦାବି କରିଥିଲେ । କିନ୍ତୁ ସେହି ପ୍ରସ୍ତାବ ଗୃହିତ ହୋଇପାରିନାହିଁ । ଯେତେବେଳେ କି ଓସିଏ ଆଫିଲିଏଟେଡ୍‌ ୟୁନିଟମାନଙ୍କ ଲାଗି ୮ ହଜାର ୯୪୬ ଖଣ୍ତ ଟିକେଟ ସଂରକ୍ଷିତ ରଖାଯାଇଛି । ତେବେ ଦିନିକିଆ ଇଣ୍ଟରନ୍ୟାସନାଲ ପାଇଁ ସରକାରୀସ୍ତରରୁ ସମସ୍ତ ପ୍ରକାର ସହଯୋଗ ରହିବ ବୋଲି ଆଜିର ବୈଠକ ପରେ ସୂଚନା ଦେଇଛନ୍ତି ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ।

୭ ନମ୍ବର ଗ୍ୟାଲେରୀ ଅସୁରକ୍ଷିତ ହୋଇପଡିବା କରାଣରୁ ତାକୁ ବନ୍ଦ ରଖାଯିବ, ତେଣୁ ମ୍ୟାଚ୍ ବେଳେ ପ୍ରାୟ ୫ ହଜାର ୨୮୨ ସିଟ୍‌ ଫାଙ୍କା ରହିବ । କିନ୍ତୁ ପୂର୍ବରୁ କମ୍ପ୍ଲିମେଣ୍ଟାରୀ ଆକାରରେ ବଣ୍ଟା ଯାଉଥିବା ପ୍ରାୟ ଅଢେଇ ହଜାର ଟିକେଟ ଏଥର ବି ବାଣ୍ଟିବାକୁ ଲକ୍ଷ୍ୟ ରଖିଛି ଓସିଏ । ତେଣୁ ଏପ୍ରଶ୍ନ ଉଠିବା ସ୍ବାଭାବିକ୍‌ ଯେ, ସାଧାରଣ ଲୋକଙ୍କ କୋଟାରୁ ଟିକେଟ କାଟି ଦେଇ ଆଉକିଛି ଲୋକଙ୍କୁ କମ୍ପ୍ଲିମେଣ୍ଟାରୀ ପାସ୍ ଦିଆଯିବା ପଛର ଉଦ୍ଦେଶ୍ୟ କଣ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.