Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ହକି ବିଶ୍ବକପ୍ : ଆଜିଠୁ କାଉଣ୍ଟରରେ ଆରମ୍ଭ ହେଲା ଟିକେଟ୍ ବିକ୍ରି

5/11/2018 at 3:18 PM

ଭୁବନେଶ୍ବର ୫|୧୧: ହକି ବିଶ୍ବକପ୍ ପାଇଁ ମଝିରେ ଆଉ ମାତ୍ର ୨୨ଦିନ । ଆଜିଠୁ କାଉଣ୍ଟରରେ ଆରମ୍ଭ ହୋଇଛି ଟିକେଟ୍ ବିକ୍ରି । କଳିଙ୍ଗ ଷ୍ଟାଡିୟମ୍ ଗେଟ୍ ନମ୍ବର-୯ ସ୍ଥିତ ବକ୍ସ ଅଫିସ୍ ସମେତ ଭୁବନେଶ୍ବର ଓ କଟକରେ ମୋଟ୍ ୨୦ଟି ସ୍ଥାନରେ ଟିକେଟ୍ ମିଳୁଛି । ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟିକେଟ୍ ମିଳୁଛି ।

ରାଜଧାନୀରେ ହକି ଫିଭର । ଟିକେଟ୍ ପାଇଁ କଳିଙ୍ଗ ଷ୍ଟାଡିୟମରେ ଲମ୍ବା ଲାଇନ୍ । ସକାଳ ୬ଟାରୁ ଧାଡିରେ ଛିଡା ହୋଇଛନ୍ତି ହକି ପ୍ରେମୀ । ୬ମାସ ପୂର୍ବରୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ ସୋମବାରଠାରୁ ଅଫଲାଇନ୍ ରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । କଳିଙ୍ଗ ଷ୍ଟାଡିୟମର ଗେଟ୍ ନମ୍ବର-୯ ସ୍ଥିତ ବକ୍ସ ଅଫିସ ସମେତ ଭୁବନେଶ୍ବରର ୧୮ଟି ଏବଂ କଟକର ୨ଟି ସ୍ଥାନରେ ଟିକେଟ୍ ମିଳୁଛି । କଳିଙ୍ଗ ଷ୍ଟାଡିୟମରେ ପୁରୁଷମାନଙ୍କ ପାଇଁ ୬ଟି ଏବଂ ମହିଳାଙ୍କ ପାଇଁ ୨ଟି ଲାଇନ୍ କରାଯାଇଛି । ହକି ପାଇଁ ସବୁ ବର୍ଗର ଲୋକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ କରାଯାଇଥିଲା ।

ହକି ବିଶ୍ବ କପରେ ବିଶ୍ବର ୧୬ଟି ଦଳକୁ ନେଇ ହେବ ଟକ୍କର । ତେବେ ପୁଲ୍ ଓ ନକ୍ ଆଉଟ୍ ପର୍ଯ୍ୟାୟରେ ଟିକେଟ୍ ମୂଲ୍ୟ ଅଲଗା ଅଲଗା ରହିଛି । ଫୁଲ୍ ପର୍ଯ୍ୟାୟରେ ପୂର୍ବ ଷ୍ଟାଣ୍ଡର ମୂଲ୍ୟ ୨ଶହ ଟଙ୍କା, ଉତ୍ତର ଏବଂ ଦକ୍ଷିଣ ଷ୍ଟାଣ୍ଡର ମୂଲ୍ୟ ୧୦୦ ଟଙ୍କା ରହିଛି । ସେହିପରି ନକ୍ ଆଉଟ୍ ପର୍ଯ୍ୟାୟରେ ପୂର୍ବ ଷ୍ଟାଣ୍ଡ ଟିକେଟ୍ ମୂଲ୍ୟ ୨୫୦ ଟଙ୍କା ଥିବା ବେଳେ ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ ଟିକେଟ୍ ମୂଲ୍ୟ ୧୫୦ ଟଙ୍କା ।

ନଭେମ୍ବର ୨୮ରେ ହକି ବିଶ୍ବକପ୍ । ୨୭ରେ ଅନୁଷ୍ଠିତ ହେବ ଉଦଘାଟନ । ଉତ୍ସବର ମୁଖ୍ୟ ଆକର୍ଷଣ ଏ.ଆର ରେହମାନ ଓ କିଂ ଖାନ୍ । ଏଥିପାଇଁ ଆସନ୍ତା ୧୫ ତାରିଖରୁ ଉଭୟ ଅନଲାଇନ୍ ଓ ଅଫଲାଇନରେ ଟିକେଟ୍ ବିକ୍ରି ହେବ । ଯାହାର ମୂଲ୍ୟ ରହିଛି ୫ଶହ ଟଙ୍କା ।

   Related Posts