Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

୫ଥର ଜିତିଥିବା ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏଥର ପାଇବେନି ଟିକେଟ !

31/01/2019 at 5:32 PM

ବ୍ରହ୍ନପୁର୩୧|୧: ପାଖେଇ ଆସିଲାଣି ନିର୍ବାଚନ । ଚଳଚଞ୍ଚଳ ବ୍ରହ୍ମପୁର ରାଜନୀତି ।  ଟିକେଟ୍ ପାଇଁ ନେତା ଚଳାଇଛନ୍ତି ଗେମ୍ ପ୍ଳାନ୍ ।  ସେପଟେ ପ୍ରମୁଖ ରାଜନୈତିକ ଦଳରେ ଦେଖାଦେଇଛି ଗୋଷ୍ଠୀ କନ୍ଦଳ  ।

ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ।ଲଗାତର ୫ ଥର ଜିତିସାରିଲେଣି । ଏଥର ବି ବିଜେଡିରୁ ଟିକେଟ୍ ପାଇବେ ବୋଲି ଆଶା ବାନ୍ଧିଛନ୍ତି । ହେଲେ ଦଳରେ ଗୋଷ୍ଠୀ କନ୍ଦଳ ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କଲାଣି । କିଛି ଦିନ ତଳେ ଦଳର କେତେକ ସମର୍ଥକ ରମେଶଙ୍କ ବିରୋଧରେ ମାଆ ବାଲ୍ୟ ଠାକୁରାଣୀ ମନ୍ଦିର ପରିସରରେ ଏକାଠି ହୋଇଥିଲେ । ରମେଶଙ୍କ ବଦଳରେ ଅନ୍ୟ କାହାକୁ ଦଳ ପ୍ରାର୍ଥୀ କରୁ ବୋଲି ଏମାନଙ୍କ ଦାବି । ସେପଟେ ବିଧାୟକଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦୀ ବିକ୍ରମ ପଣ୍ଡା, ଚନ୍ଦ୍ର ଶେଖର ସାହୁ ବିଜେଡିରେ ସାମିଲ୍ ହୋଇସାରିଛନ୍ତି । ବିକ୍ରମ ପଣ୍ଡା,  ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଚନ୍ଦ୍ର ଶେଖର ସାହୁ ନା ଅନ୍ୟ କାହାକୁ  ଦଳ ଟିକେଟ୍ ଦେବ ତାକୁ ନେଇ ଦେଖାଦେଇଛି ଦ୍ବନ୍ଦ୍ବ। ସେପଟେ ଏଭଳି ବିରୋଧକୁ ବିଧାୟକ ହସରେ ଉଡାଇ ଦେଇଛନ୍ତି।

ବି.ଜେ.ପି ଏବଂ କଂଗ୍ରେସ ଦଳରେ ମଧ୍ୟ ସମାନ ପରିସ୍ଥିତି। ଗତ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ବିଧାନ ସଭା ଆସନରୁ ବି.ଜେ.ପିରୁ ଶିବ ଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସ ଏବଂ କଂଗ୍ରେସରୁ ବିକ୍ରମ ପଣ୍ଡା ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଶିବ ଶଙ୍କର ଏବେ ଜେଲ୍‌ରେ । ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲା ବି.ଜେ.ପି ସଭାପତି କାହ୍ନୁ ଚରଣ ପତି, ଯୁବ ନେତା ରାମ ପାତ୍ର, ଶିଶିର ପାଢୀ ପ୍ରାର୍ଥୀ ହେବାକୁ ଚଳାଇଛନ୍ତି  ଗେମ୍ ପ୍ଳାନ୍ । ବିକ୍ରମ ପଣ୍ଡା ଓ ଚନ୍ଦ୍ର ଶେଖର ସାହୁ କଂଗ୍ରେସ ଛାଡି ବି.ଜେ.ଡିରେ ମିଶିବା ପରେ ବିଧାୟକ ପ୍ରାର୍ଥୀ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଜିଲ୍ଲା କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ବରିଷ୍ଠ ନେତା ଦୀପକ ପଟ୍ଟନାୟକ, ନଗର କଂଗ୍ରେସ ସଭାପତି ପ୍ରମୋଦ ଜେନା ପ୍ରମୁଖ  ପ୍ରାର୍ଥୀ ହେବାକୁ ଆଶା ବାନ୍ଧି ବସିଛନ୍ତି ।

   Related Posts