Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ବିଜେଡି ଟିକେଟ ପାଇଁ ଆରମ୍ଭ ହେଲାଣି କସରତ : ନବୀନ ନିବାସରେ ନେତାଙ୍କ ଭିଡ

23/02/2019 at 7:15 PM

ଭୁବନେଶ୍ବର୨୩|୨: ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଉ ରହିଲା ଦୁଇ ମାସ । ଟିକେଟ୍‌ ପାଇଁ  ବିଜେଡିରେ ଆରମ୍ଭ ହୋଇଗଲାଣି ଛକାପଞ୍ଝା । ବିଜେଡିରି ପୁରୁଣା ନେତା  ଓ ଅନ୍ୟ ଦଳରୁ ଡିଆଁ ମାରି ଆସିଥିବା ନେତାଙ୍କ ଭିତରେ ଆରମ୍ଭ ହୋଇ ଗଲାଣି ଟିକେଟ ପାଇଁ  ଲବି। ଆଜି ବ୍ରଜାରଜନଗରରୁ କିଛି ବିଜେଡି କର୍ମୀ  ଅନୁପ ସାଏଙ୍କ ବିରୋଧରେ ନବୀନ ନିବାସରେ ଫେରାଦ ହୋଇଥିବାବେଳେ ଚିଲିକାରୁ କିଛି ବି​‌ଜେପି କର୍ମୀଙ୍କୁ ଦଳରେ ମିଶାଇ ରଘୁ ସାହୁ ଦବଦବା ଦେଖାଇଛନ୍ତି ।

ବିଜେଡି ଟିକେଟ ପାଇଁ ଆରମ୍ଭ ହେଲାଣି କସରତ  । ସେଥିପାଇଁ ନବୀନ ନିବାସରେ ଲାଗିଲାଣି ନେତାଙ୍କ ଭିଡ। ଅନୁପ ସାଏଙ୍କ ବିରୋଧରେ ନିବୀନ ନିବାସ​‌ରେ ଫେରାଦ ହୋଇଛନ୍ତି ବ୍ରଜରାଜନଗରର କିଛି ବିଜେଡି କର୍ମୀ। ହାତରେ ୧୦ହଜାର ଲୋକଙ୍କ ସ୍ବାକ୍ଷରିତ ସ୍ମାରକ ପତ୍ର ଧରି ଅନୁପ ସାଏଙ୍କୁ ଟିକେଟ ନଦେବାକୁ ଦାବିକରିଛନ୍ତି । ଗତ ନିର୍ବାଚନରେ ବିଜେଡିରେ ଯୋଗଦେଇଥିବା ଅନୁପ ସାଏ  ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି । ଏପରିକି ପୁରୁଣା ବିଜେଡି ନେତାଙ୍କ ସହିତ ମିଶି କାମ କରୁନାହାନ୍ତି। ତେଣୁ ଏଥର ନିର୍ବାଚନରେ ଦଳର ପୁରୁଣା ନେତା, ଜିଲ୍ଲା ସଭାପତି କିଶୋର ମହାନ୍ତି , ବିଶ୍ବନାଥ ନାଏକ କିମ୍ବା ନନ୍ଦ କିଶୋର ଅଗ୍ରଓ୍ବାଲଙ୍କୁ ଟିକେଟ ଦେବାକୁ ଦାବି କରିଛନ୍ତି ।

ଚିଲିକା ନିର୍ବାଚନ ମଣଣ୍ଡଳୀରେ ବି  ଟିକେଟ ପାଇଁ ସମାନ ଅବସ୍ଥା । ବିଜେଡିର ମାନସ ମଙ୍ଗରାଜ ମିଶିବା ପ​‌ରେ ଟିକେଟ ପାଇଁ ଛକାପଞ୍ଚା ଆରମ୍ଭ ହୋଇଛି। ୨୦୧୪ରେ ଏଠାରୁ ରଘୁ ସାହୁ ହାରି ଯାଇଥିବାବେଳେ କଂଗ୍ରେସ ଛାଡି ବିଜେଡିରେ ମିଶିଛନ୍ତି ମାନସ ମଙ୍ଗରାଜ। ତେଣୁ ମାନସ ବି ଟିକେଟ ଲବିରେ ଅଛନ୍ତି। ଚିଲିକାରେ ନିଜ ଦବଦବା ବଢ଼ାଇବା​କୁ‌ ପୂର୍ବତନ ବିଧାୟକ ରଘୁ ମହାନ୍ତି ଆଜି କିଛି ବିଜେପି କର୍ମୀଙ୍କୁ ଦଳରେ ମିଶାଇଛନ୍ତି ।

କଂଗ୍ରେସ ଓ ବି​‌ଜେପିର ବଡ ବଡ ମୁଣ୍ଡ ଦଳ ଛାଡି ବିଜେଡିରେ ମିଶିଛନ୍ତି । ବିଜେଡି ଟିକେଟରେ ବିଧାନସଭାକୁ ଲମ୍ଫ ମାରିବାକୁ ଜଗିବସିଛନ୍ତି। ତେଣୁ ବିଜେଡିର ପୁରୁଣା ଏବଂ ଏହି ଦଳ ଡିଆଁ ନେତାଙ୍କ ଭିତରେ ଟିକେଟ୍‌ ହାତେଇବାକୁ ଆରମ୍ଭ ହୋଇଗଲାଣି ଛକାପଞ୍ଝା । ଯାହା ଆଗକୁ ଉଗ୍ର ରୂପ ନେବାର ସମ୍ଭାବନା ଅଛି ।

   Related Posts