ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ପତ୍ର ଘୋଷଣା ଲାଗି ନବୀନ ନିବାସରେ କସରତ : କାହାକୁ ମିଳିବ ଟିକେଟ, ଟେନସନରେ ନେତା ଓ କର୍ମୀ

Published By : Prameya-News7 Bureau | March 21, 2019 IST

ଭୁବନେଶ୍ବର ୨୧/୩: ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ନବୀନ ନିବାସରେ କସରତ ଆରମ୍ଭ ହୋଇ ଯାଇଛି । ତାସହ ପୁଳା ପୁଳା ପ୍ରଶ୍ନ ଏବେ ବିଜେଡି ଶିବିରରେ ଆଲୋଡନ ସୃଷ୍ଟି କଲାଣି । କାହାକୁ ମିଳିବ ଟିକେଟ? କିଏ ବାଦ ପଡିବ? ଚିଟଫଣ୍ଡରେ ସାମିଲ ଥିବା ନେତାଙ୍କୁ ଟିକେଟ୍ ମିଳିବ କି? ଯେଉଁ ମାନେ ଜେଲ୍ ଯାଇଛନ୍ତି କେବଳ ସେମାନଙ୍କ ଟିକେଟ୍ କଟିବ ନା ନୋଟିସ ପାଇଥିଲେ ବି ଟିକେଟ୍ କାଟିଦିଆଯିବ? ଏହାକୁ ନେଇ ନେତା କର୍ମୀ ଏବଂ ଭୋଟର ଦ୍ବନ୍ଦ୍ବରେ ।

{"id":95407,"width":590,"height":612}

ଉପକୂଳ ଓ ଉତ୍ତର ଓଡ଼ିଶାର ନେତାମାନେ ଚିଟଫଣ୍ଡ ଜାଲରେ ଛନ୍ଦି ହୋଇଥିବା କାରଣରୁ ଏହି ଦୁଇ ପର୍ଯ୍ୟାୟ ଟିକେଟ୍ ଆବଣ୍ଟନ ପ୍ରକ୍ରିୟାରେ ନିର୍ଦ୍ଦିଷ୍ଟ କି ଆଭିମୁଖ୍ୟ ଗ୍ରହଣ କରାଯିବ ସେ ନେଇ ଦ୍ବନ୍ଦ୍ବ ବଢୁଛି । ଗତ ସୋମବାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ୯ ଲୋକସଭା ଏବଂ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ । ତେବେ ଦଳୀୟ କନ୍ଦଳ ଏଭଳି ସ୍ଥିତିରେ ଅଛି ଯେ ଏହି ଦୁଇ ପର୍ଯ୍ୟାୟର ଆହୁରି ୯ଟି ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଘୋଷଣା ହୋଇପାରିନାହିଁ ।

{"id":95408,"width":590,"height":610}

କନ୍ଧମାଳଠାରୁ ସୁନ୍ଦରଗଡ, କଳାହାଣ୍ଡି ଠାରୁ ମାଲକାନଗିରି ଯାଏ ସବୁଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏକାଧିକ ନେତା ଦଳ ଛାଡିସାରିଲେଣି । ଜଣେ ପରେ ଜଣେ ବିଧାୟକ ଓ ସାଂସଦ ବିଜେଡି ଛାଡିବାରେ ଲାଗିଛନ୍ତି । ଏମାନେ ପ୍ରାୟ ସମସ୍ତେ ଏକ ମୁହାଁ ହୋଇ ବିଜେପି ଆଡକୁ ମୁହାଁଇଛନ୍ତି । ଯାହାକୁ ନେଇ ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.