ହେଭିୱେଟଙ୍କୁ ଖୁସି କଲେ ବିଜେଡି ସୁପ୍ରିମୋ, ନୂଆ ମୁହଁ ଉପରେ ଭରସା କଲା କଂଗ୍ରେସ ; ସେପଟେ ୧୭ ଆସନରେ କିଏ ହେବ ବିଜେପି ପ୍ରାର୍ଥୀ, ତାଉପରେ ନଜର

Published By : Prameya-News7 Bureau | March 30, 2019 IST

ଭୁବନେଶ୍ବର ୩୦|୩ : ୧୮ବିଧାନସଭା ଆସନ ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ହେଲେ ଏଥର ଆଉ ରିସ୍କ ନେଇନାହାନ୍ତି ନବୀନ । ୭ବିଧାୟକଙ୍କ ଟିକେଟ କାଟିଥିଲେ ମଧ୍ୟ ହେଭିୱେଟ୍ ନେତାଙ୍କୁ ହାତ ମାରି ନାହାନ୍ତି । ମୟୁରଭଞ୍ଜକୁ ବାଦ ଦେଲେ ସବୁଠି ପୁରୁଣା ନେତାଙ୍କ ଉପରେ ଆସ୍ଥାନ ପ୍ରକଟ କରିଛନ୍ତି ବିଜେଡି ସୁପ୍ରିମୋ । ଏବେବି ଆଉ ୩ଟି ଲୋକସଭା ଆସନ ଏବଂ ୨୮ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଟଣା କରିନି ବିଜେଡି । ଏସବୁ ଆସନରେ ପ୍ରାର୍ଥୀଙ୍କୁ ନେଇ କିଛି କିଛି ଅଡୁଆ ଥିବାରୁ ଡୁଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ଆଗରୁ ସବୁ ଦିଗକୁ ମାପିଚୁପି ହିସାବ କରୁଛନ୍ତି ନବୀନ ।

ଏପଟେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସ ୭ଲୋକସଭା  ସହ ୨୦ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଏଭିତରୁ ୬ଟି ଲୋକସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇଥିବା ବେଳେ ୨ଟି ଆସନରେ ମହିଳାଙ୍କୁ ଟିକେଟ୍ ମିଳିଛି । ଲୋକସଭା ପ୍ରାର୍ଥୀଙ୍କ ଭିତରୁ ୫ଜଣ ନୂଆ ମୁହଁ, ଯିଏ ପ୍ରଥମଥର ନିର୍ବାଚନ ମଇଦାନକୁ ଓହ୍ଲାଇବେ । ସେହିପରି ୨୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ କେବଳ ୩ଟି ଆସନରେ ଦଳ ପ୍ରାର୍ଥୀ ରିପିଟ୍ କରିଛି । ବାକି ୧୭ଟି ଜାଗାରେ ପ୍ରାର୍ଥୀ ବଦଳିଛନ୍ତି । ପ୍ରାୟ ୧୬ଜଣ ନୂଆ ମୁହଁ ଏଥିରେ ରହିଛନ୍ତି ।

ସେପଟେ ବିଜେପି ଏଯାଏଁ ୪ଟି ଲୋକସଭା ଏବଂ ୧୭ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିନି । ଏସବୁ ଆସନରେ ବିଜେଡି ଏବଂ କଂଗ୍ରେସକୁ ଟକ୍କର ଦେବାକୁ କାହାକୁ ବିଜେପି କାହାକୁ ପ୍ରାର୍ଥୀ କରିବ ତାଉପରେ ନଜର  ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.