ସବୁ ଦଳରେ ଟିକେଟ୍ ବଣ୍ଟାକୁ ନେଇ ଛକାପଞ୍ଝା ; ପ୍ରାର୍ଥୀ ଘୋଷଣାରେ ସବୁଠୁ ଆଗରେ ବିଜେପି, ପଛରେ ପଡିଛି କଂଗ୍ରେସ, ମାପିଚୁପି ଚାଲିଛି ବିଜେଡି

Published By : Prameya-News7 Bureau | March 29, 2019 IST

ଭୁବନେଶ୍ବର ୨୯|୩ :  ତୃତୀୟ ପ୍ରର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା । ହେଲେ ଏବେ ବି ଲୋକ ସଭା ଏବଂ ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା ଦ୍ବନ୍ଦ୍ବ ହଟୁନି । ୧୪୭ ଆସନରୁ ବିଜେଡି ୧୦୧ ଆସନ ଘୋଷଣା କରିଥିବା ବେଳେ ବିଜେପି ୧୩୦ ଆସନ ଏବଂ କଂଗ୍ରେସ ୯୨ ଟି ଆସନରେ ଏଯାବତ୍ ପ୍ରାର୍ଥୀ ଘୋଷଣା କରିଛନ୍ତି ।

ସେହିପରି ୨୧ଟି ଲୋକ ସଭା ଆସନରୁ ବିଜେଡି ୧୮, ବିଜେପି ୧୯ ଘୋଷଣା କରିଥିବାବେଳେ କଂଗ୍ରେସ ୧୧ ଆସନ ଘୋଷଣା କରିଛି । ମାତ୍ର ୧୭ଟି ଆସନକୁ ହାତରେ ରଖି ସବୁ ଆସନରେ ପ୍ରାର୍ଥୀ ଦେଇସାରିଲାଣି ବିଜେପି । ବିଜେଡି ୪୬ ଆସନ ଉପରେ ପରାଦା ଢ଼ାଙ୍କି ରଖିଛି । କଂଗ୍ରେସ ୫୫ ସିଟରେ ଘେଷଣା କରିନାହିଁ । ତିନି ଦଳ ଭୁବନେଶ୍ବର ଉତ୍ତର ଆସନରେ ପ୍ରାର୍ଥୀ ଘୋଷଣା କରି ନାହାନ୍ତି ।

ବିଜେଡି ଜଗତସିଂହପୁରର ଗୋଟିଏ ଆସନରେ ବି ପ୍ରାର୍ଥୀ ଘୋଷଣା କରିନି । ଏପଟେ କେନ୍ଦ୍ରପଡାରେ ବିଜେପି ବିଜୟ ମହାପାତ୍ରଙ୍କୁ ଆଖି ଆଗରେ ରଖି ପାଟକୁରା, ମହାକାଳପଡା ଓ କେନ୍ଦ୍ରପଡା ସିଟ୍‌ରେ ପ୍ରାର୍ଥୀ ଘୋଷଣା କରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.