Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ରାଜଧାନୀରେ ପର୍ଯ୍ୟଟନସ୍ଥଳ ଓ ପ୍ରାଚୀନ କୀର୍ତ୍ତିରାଜିକୁ ସୁରକ୍ଷା ଦେବା ଆଳରେ ଚାଲିଛି ହରିଲୁଟ୍

14/11/2019 at 6:18 PM

ଭୁବନେଶ୍ୱର ୧୪।୧୧  ଜୈନ କୀର୍ତ୍ତିସ୍ଥଳୀ ଭୁବନେଶ୍ବର ଉଦୟଗିରି ପାହାଡ଼ରେ ଚାଲିଛି ଟିକଟ କଳାବଜାରୀ । ଟିକଟ ବାବଦକୁ ଟୁରିଷ୍ଟଙ୍କ ଠାରୁ ଯେଉଁ ଟଙ୍କା ନିଆଯାଉଛି, ତାହାକୁ ମଳିମିଶି ଲୁଟ୍ କରୁଛନ୍ତି ଟୁରିଷ୍ଟ ଗାଇଡ୍, ସିକ୍ୟୁରିଟି କର୍ମଚାରୀ ଓ ପ୍ରତ୍ନତତ୍ତ୍ବ ବିଭାଗ କର୍ମଚାରୀ । ଗୋଟିଏ ଟିକେଟକୁ ବାରମ୍ବାର ବିକ୍ରି କରି ଚାଲିଥିବା ଏହି କାରସାଦିକୁ ଧରିଛି ନ୍ୟୁଜ୍ ସେଭେନ୍ ।

ପର୍ଯ୍ୟଟନସ୍ଥଳ ଓ ପ୍ରାଚୀନ କୀର୍ତ୍ତିରାଜିକୁ ସୁରକ୍ଷା ଦେବା ଆଳରେ ଚାଲିଛି ହରିଲୁଟ୍ । ଟୁରିଷ୍ଟଙ୍କ ଟିକେଟ୍ ଟଙ୍କାକୁ ବାଣ୍ଟି ନେଉଛନ୍ତି  ଟୁରିଷ୍ଟ ଗାଇଡ୍, ସିକ୍ୟୁରିଟି କର୍ମଚାରୀ ଓ ପ୍ରତ୍ନତତ୍ତ୍ବ ବିଭାଗ କର୍ମଚାରୀ । ଜୈନ କୀର୍ତ୍ତିସ୍ଥଳୀ ଭୁବନେଶ୍ବର ଉଦୟଗିରି ରେ ଚାଲିଥିବା ଏମିତି ସାଂଘାତିକ କେଳେଙ୍କାରୀକୁ ଧରିଛି ନ୍ୟୁଜ୍ ସେଭେନ୍ । ଖଣ୍ଡଗିରିରେ ଲାଗୁଛି ଟୁରିଷ୍ଟ ବସ୍ । ଏକକାଳୀନ ୭୦ରୁ ୧୦୦ ପର୍ଯ୍ୟଟକଙ୍କ ପାଇଁ କାଉଣ୍ଟରରେ ଟିକେଟ୍ କଟାହେବା କଥା ।

ହେଲେ ସେମାନଙ୍କ ସାଥୀରେ ଆସିଥିବା ଟୁରିଷ୍ଟ ଗାଇଡ୍ ଏଏସଆଇ କର୍ମଚାରୀଙ୍କୁ କିଛି ଟଙ୍କା ଧରାଇଦେଇ ଯାତ୍ରୀମାନଙ୍କୁ ଗେଟ୍ ଏଣ୍ଟ୍ରି କରାଇ ଦେଉଛନ୍ତି । ଏଥିରେ ତାଙ୍କୁ ସହାୟତା କରୁଛନ୍ତି ନିୟୋଜିତ ହୋଇଥିବା ପ୍ରାଇଭେଟ୍ କମ୍ପାନୀର ସୁରକ୍ଷା କର୍ମଚାରୀ । ଟୁରିଷ୍ଟଙ୍କ ପାଇଁ କଟାଯାଇଥିବା ଟିକେଟ୍କୁ ନା’ ଚିରାଯାଉଛି, ନା’ ସେମାନଙ୍କୁ ଫେରସ୍ତ ହେଉଛି । ଅର୍ଥାତ୍ ଗୋଟିଏ ଥର କଟାଯାଇଥିବା ଟିକେଟ୍କୁ ବାରମ୍ବାର ବ୍ୟବହାର କରାଯାଇ ହଜାର ହଜାର ପର୍ଯ୍ୟଟକଙ୍କୁ ବୁଲାଇ ଆଣୁଛନ୍ତି ଟୁରିଷ୍ଟ ଗାଇଡ୍ । ଏହିଭଳି ଭାବେ ପ୍ରତିଦିନ  ଟୁରିଷ୍ଟ ଗାଇଡ୍, ପତ୍ନତତ୍ତ୍ବ ବିଭାଗ କର୍ମଚାରୀ ଏବଂ ସୁରକ୍ଷା କର୍ମଚାରୀଙ୍କ ମଧୂଚନ୍ଦ୍ରିକାରେ ଲୁଟ୍ ହେଉଛି ହଜାର ହଜାର ଟଙ୍କା ।

ପ୍ରତିଦିନ ୫୦ହଜାରରୁ ଅଧିକ ଟଙ୍କା ଲୁଟ୍ ହେଉଥିବା ଜଣାପଡ଼ିଛି ।ପ୍ରାଚୀନ କିର୍ତ୍ତିରାଜିର ସୁରକ୍ଷା ଓ ଉନ୍ନତି ପାଇଁ ପର୍ଯ୍ୟଟକଙ୍କ ଠାରୁ ଆଦାୟ ହେଉଥିବା ଟଙ୍କାକୁ କେମିତି କାରସାଦି କରାଯାଇ ଲୁଟ୍ କରାଯାଉଛି ଇଏ ହେଉଛି ତା’ର ଜ୍ବଳନ୍ତ ପ୍ରମାଣ ।

ଏହି କେଳେଙ୍କାରୀରେ ପ୍ରତ୍ନତତ୍ତ୍ବ ବିଭାଗର ବଡ଼ ଅଧିକାରୀ ମଧ୍ୟ ସାମିଲ୍ ଥିବା ସଂଦେହ କରାଯାଉଛି । ଏହାର ଏକ ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀ କର୍ମଚାରୀମାନଙ୍କୁ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

   Related Posts