ବାରବାଟୀରେ ଟିକେଟ୍‌ ବ୍ଲାକ୍‌ – ୫ଶହଟଙ୍କା ଟିକେଟ୍‌କୁ ୫ହଜାର ଟଙ୍କା

Published By : Prameya-News7 Bureau | December 19, 2019 IST

କଟକ ୧୯।୧୨ - ବାରବାଟୀରେ ଇଣ୍ଡିଆ-ଇଣ୍ଡିଜ୍‌ ଟକ୍କର ଦେଖିବାକୁ କ୍ରିକେଟ୍‌ପ୍ରେମୀଙ୍କ ଭିତରେ ପ୍ରବଳ ଉତ୍ସାହ । କାଉଣ୍ଟରରୁ ଟିକେଟ୍‌ କିଣିବାକୁ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ଏଥର ୧୦ ହଜାର ୩୯ ଟିକେଟ ବିକ୍ରି ପାଇଁ ୧୨ଟି କାଉଣ୍ଟର ବ୍ୟବସ୍ଥା କରିଛି ଓସିଏ ।

{"id":199919,"sizeSlug":"large"}

ନିଜର ପରିଚୟ ପତ୍ର ଦେଖାଇ ଜଣେ ବ୍ୟକ୍ତି ୨ଟି ଟିକେଟ୍‌ ନେବାକୁ ନିୟମ ହୋଇଛି । ହେଲେ ଭିଡ଼ ଭିତରେ ଏମିତି କିଛି ବ୍ୟକ୍ତି ଟିକେଟ୍‌ ପାଇଁ ଲାଇନ୍‌ ଲଗାଇଥିବା ଦେଖିବାକୁ ମିଳିଥିଲା, ଯେଉଁମାନଙ୍କର କ୍ରିକେଟ୍‌ ସହ କିଛି ଲେନାଦେନା ନାହିଁ । କେବଳ ଟିକେଟ୍‌ ବ୍ଲାକ୍‌ କରିବାକୁ ଟିକେଟ୍‌ କିଣୁଥିଲେ ସେମାନେ । ଆଉ ୫୦୦ଟଙ୍କା ଟିକେଟ୍‌କୁ ନେଇ କେମିତି ବୋଲି ଲାଗୁଥିଲା ।

{"id":199920,"sizeSlug":"large"}

୧୦ହଜାର ଟିକେଟ୍‌କୁ ପାଖାପାଖି ୪୦ହଜାର ଲୋକ । ରାତି ଅନିଦ୍ରା ହୋଇ କାଉଣ୍ଟରରେ ଟିକେଟ୍‌ କିଣିବା ପାଇଁ ଲମ୍ବା ଲାଇନ୍‌ ଲଗାଇଥିଲେ କ୍ରିକେଟ୍‌ପ୍ରେମୀ ।

{"id":199921,"sizeSlug":"large"}

ଏଥର ୧୦ ହଜାର ୩୯ ଟିକେଟ ବିକ୍ରି ପାଇଁ ୧୨ଟି କାଉଣ୍ଟର ବ୍ୟବସ୍ଥା କରିଛି ଓସିଏ  । ଆଜି କାଉଣ୍ଟର ଖୋଲିବା ପରେ ଆରମ୍ଭ ହୋଇଯାଇଥିଲା ଲୋକଙ୍କ ​‌ଠେଲାପେଲା ।

{"id":199922,"sizeSlug":"large"}

ଅସମ୍ଭବ ଭିଡ଼କୁ  ନିୟନ୍ତ୍ରଣ କରିବାକୁ ମୁତୟନ ହୋଇଥିବା ପୋଲିସ ଫୋର୍ସଙ୍କୁ ମଧ୍ୟ ବେଶ୍‌ ନାକେଦମ ହେବାକୁ ପଡ଼ିଥିଲା । ଲଗାଯାଇଥିବା ବ୍ୟାରିକେଡ୍‌ ଭିତରେ ଧାଡ଼ିରେ ଯାଇ ଟିକେଟ୍‌ କିଣିବାକୁ କହୁଥିଲେ ସୁରକ୍ଷାକର୍ମୀ ।

{"id":199923,"sizeSlug":"large"}

ନିଜର ପରିଚୟ ପତ୍ର ଦେଖାଇ ଜଣେ ବ୍ୟକ୍ତି ୨ଟି ଟିକେଟ୍‌ ନେବାକୁ ନିୟମ ହୋଇଛି । ହେଲେ ଭିଡ଼ ଭିତରେ ଏମିତି କିଛି ବ୍ୟକ୍ତି ଟିକେଟ୍‌ ପାଇଁ ଲାଇନ୍‌ ଲଗାଇଥିବା ଦେଖିବାକୁ ମିଳିଥିଲା, ଯେଉଁମାନଙ୍କର କ୍ରିକେଟ୍‌ ସହ କିଛି ଲେନାଦେନା ନାହିଁ । କେବଳ ଟିକେଟ୍‌ ବ୍ଲାକ୍‌ କରିବାକୁ ଟିକେଟ୍‌ କିଣୁଥିଲେ ସେମାନେ ।

{"id":199924,"sizeSlug":"large"}

ଟିକେଟ୍‌ ପାଇଁ ଧାଡ଼ିରେ ଠିଆ ହୋଇଥିବା ଏ ବୁଢ଼ୀ ମାଉସୀଙ୍କର କ୍ରିକେଟ୍‌ ସହ କିଛି ସମ୍ପର୍କ ନାହିଁ । ୟାଙ୍କୁ କିଛି ଦଲାଲ୍‌ ଲାଇନ୍‌ରେ ଏଇଥିପାଇଁ  ଠିଆ କରିଛନ୍ତି, କାହିଁକି ନା କିଣିଥିବା ଟିକେଟ୍‌କୁ ବ୍ଲାକ୍‌ କରିବେ । ୫୦୦ଟଙ୍କାର ଟିକେଟ୍‌କୁ ୫୦୦୦ଟଙ୍କାରେ ବିକ୍ରି କରିବେ ।

{"id":199925,"sizeSlug":"large"}

ଖାଲି କ’ଣ ଏତିକି ଟିକେଟ୍‌ କଳାବାଜାରୀଙ୍କ ଆଉ ଗୋଟେ ଫଣ୍ଡା ବି ଦେଖନ୍ତୁ । ଏଠି ଲୋକେ ଟିକେଟ୍‌ ପାଇନଥିବେ, ହେଲେ ଦଲାଲ୍‌ ଟିକେଟ୍‌ ନେଇ ଚଢ଼ା ଦରରେ ବିକିବାକୁ OLXରେ ପକାଇସାରିଲେଣି ।  ଏଠି କ୍ରିକେଟ୍‌ ପ୍ରତି ଯେଉଁମାନଙ୍କ ଦୁର୍ବଳତା ଅଛି ସେମାନେ ଟିକେଟ୍‌ ପାଇଁ ସଂଘର୍ଷ କରୁଛନ୍ତି, ହେଲେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ସମୟରେ ଟିକେଟ୍‌ କଳାବାଜାରୀ କରି ମାଲେମାଲ୍‌ ହେବା ଚକ୍କରରେ ଅଛନ୍ତି ।

{"id":199926,"sizeSlug":"large"}

କିଛି ଦିନ ତଳେ ଅନ୍‌ଲାଇନ୍‌ରେ ଦୁଇ ଦିନ ଧରି ୮ହଜାର ୧୫୦ଖଣ୍ଡ ଟିକେଟ୍‌ ବିକ୍ରି ହେବ ବୋଲି ଘୋଷଣା ହୋଇଥିଲା । ହେଲେ ମାତ୍ର ଅଧଘଣ୍ଟାରେ ସରିଯାଇଥିଲା ଟିକେଟ୍‌ ।ଏବେ ବି ଠିକ୍‌ ସେଇ ସମାନ ଅବସ୍ଥା । କାଉଣ୍ଟର ଖୋଲିବାର ୪/୫ଘଣ୍ଟା ଭିତରେ ଗ୍ୟାଲେରୀ ଟିକେଟ୍‌ ସରିଯାଇଛି । ଅନ୍‌ ଲାଇନ୍‌ ଭଳି ଅଫ୍‌ ଲାଇନ୍‌ରେ ମଧ୍ୟ  ଅନେକ କ୍ରିକେଟ୍‌ପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିଛି । ତେବେ ଟିକେଟ୍‌ କଳାବଜାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।

{"id":199927,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.