Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||
  • ଖଲ୍ଲିକୋଟ : ପାଖେଇ ଆସୁଛି ‘ଜଓ୍ବାଦ’, ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମତ୍ସ୍ୟଜୀବୀ
  • ||

ଟିକ୍‌ଟକ୍ ଆପ୍‌ ନେଲା ବଡ଼ ନିଷ୍ପତ୍ତି: ମନଇଚ୍ଛା ଆଉ ପୋଷ୍ଟ କରିପାରିବେନି ଭିଡିଓ…

8/01/2020 at 7:50 PM

ନୂଆଦିଲ୍ଲୀ୮/୧: ସର୍ଟ ଭିଡିଓ ଟିକ୍‌ଟକ ଆପ୍‌ ଭାରତୀୟ ୟୁଜର୍ସଙ୍କ ପାଇଁ ନେଲା ବଡ଼ ନିଷ୍ପତ୍ତି। ଭାରତୀୟ ୟୁଜର୍ସ ଟିକ୍‌ଟକ୍‌ରେ ମନ ଇଚ୍ଛା ଆଉ ପୋଷ୍ଟ କରିପାରିବେନି । ଟିକ୍‌ଟକ ଆପ୍‌ରେ ହିଂସାକୁ ପ୍ରୋତ୍ସାହନ ଦେଉଥିବା ଭଳି ଭିଡିଓ ଗୁଡିକ ହଟାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ୧୩ରୁ କମ୍‌ ବର୍ଷ ବୟସ ପିଲାମାନଙ୍କୁ ସର୍ଟ ଭିଡିଓ ଆପ୍‌ ଟିକ୍‌ଟକରୁ ବାଦ୍‌ ଦିଆଯିବ।

ତେବେ କମ୍ପାନୀ କହିଛି ଯେ ଟିକ୍‌ଟକ୍‌ ଆପ୍‌କୁ ଭଲ ଦିଶାରେ ବ୍ୟବହାର କରିବା ଉଚିତ୍‌। ଯେପରି କି କାହାର କୌଣସି କ୍ଷତି ନ ହେଉ। ତେଣୁ ଏସବୁ ଭିତରେ ଅନେକ ଭାରତୀୟ ୟୁଜର୍ସ ହିଂସାକୁ ପ୍ରୋତ୍ସାହନ ଦେଉଥିବା ଭଳି ଭିଡିଓ ପୋଷ୍ଟ କରୁଛନ୍ତି। ଯାହାଫଳରେ ସମାଜରେ ଅଶାନ୍ତି ବାତାବରଣ ସୃଷ୍ଟି ହେଉଛି। ଏଭଳି ଭିଡିଓକୁ ଟିକ୍‌ଟକରୁ ହଟାଇ ଦିଆଯିବ ବୋଲି କମ୍ପାନୀ ନିଷ୍ପତ୍ତି ନେଇଛି। ଚୀନ ସାମଗ୍ରୀର ବ୍ୟବହାର ନେଇ ବିଭିନ୍ନ ସମୟରେ ଭାରତରେ ସଚେତନତା କରାଯାଉଛି। ସେହିପରି ଚୀନ ସାମଗ୍ରୀର ବ୍ୟବହାର ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି।

ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ ଉପରେ ଆମେରିକା ସେନା ପ୍ରତିବନ୍ଧକ ଲଗାଇଛି। ଟିକ୍‌ଟକ୍‌ ଆପ୍‌ ସାଇବର ଆକ୍ରମଣର ମୁଖ୍ୟ କାରଣ ବୋଲି ଆମେରିକାର ସେନା ସୂଚନା ଦେଇଥିଲେ। ଏହି ଭିଡିଓରେ ହିଂସାକୁ ପ୍ରୋତ୍ସାହନ ଦେଲା ଭଳି ଭିଡିଓ ପୋଷ୍ଟ ହେଉଛି। ତେଣୁ ଆମେରିକା ଏହି ଆପ୍‌କୁ ବ୍ୟାନ କରିଛି।

   Related Posts