ଦେଶ ପ୍ରେମ: ଚୀନ ସୀମାକୁ ଯାଉଥିବା ଯବାନଙ୍କୁ ଉତ୍ସାହିତ କଲେ ତିବ୍ବତ ସଂପ୍ରଦାୟର ଲୋକ, ଖଟା ଓ କମ୍ବଳ ଦେଇ କଲେ ସମ୍ମାନିତ

Published By : Prameya-News7 Bureau | September 05, 2020 IST

ସିମଲା  ୦୫।୦୯: ହିମାଚଳ ପ୍ରଦେଶର ରାଜଧାନୀ ସିମଲାରେ ତିବ୍ବତି ସଂପ୍ରଦାୟର ସଦସ୍ୟ ଶୁକ୍ରବାର ସୁରକ୍ଷାକର୍ମୀଙ୍କୁ କରତାଳି, ହାତରେ ପ୍ଲାକାର୍ଡ ଧରି ଏବଂ ସ୍ଲୋଗାନ ଦେଇ ଉତ୍ସାହିତ କରିଛନ୍ତି। କାରଣ ଭାରତୀୟ ଯବାନ ଚୀନ ସହିତ ଜାରି ଉତ୍ତେଜନା ମଧ୍ୟରେ ହିମାଚଳ ପ୍ରଦେଶର ଲାହୋ-ସ୍ପିତି ଏବଂ କିନ୍ନୋର ଜିଲ୍ଲାରେ ଭାରତ-ଚୀନ ସୀମାରେ ମୁତୟନ ହେବାକୁ ଯାଉଛନ୍ତି।

ଏହି ସମୟରେ ପନ୍ଥାଘାଟି ବସ୍ତିରେ ରହୁଥିବା ତିବ୍ବତି ସଂପ୍ରଦାୟର ଲୋକ ସ୍ଵତନ୍ତ୍ର ସୀମାବଳର କର୍ମୀଙ୍କ ସହିତ ସିମଲା ଜାତୀୟ ରାଜପଥ କଡରେ ଏକତ୍ର ହୋଇ ଯବାନଙ୍କୁ ଖଟା, ବୌଦ୍ଧ ପ୍ରାର୍ଥନା କମ୍ବଳ ସହିତ ସମ୍ମାନିତ କରିଛନ୍ତି।

ସ୍ଵତନ୍ତ୍ର ତିବ୍ବତୀ ସୀମା ୟୁନିଟ୍‌ରେ ବଡ ସଂଖ୍ୟାରେ ତିବ୍ବତି ନିର୍ବାସିତ ସାମିଲ। ଚୀନ ସହିତ ଜାରି ଗତିରୋଧ ମଧ୍ୟରେ ଚୀନ ସୀମାରେ ସ୍ଥିତ ନିଜ ସୈନ୍ୟ ଶିବିରକୁ ଯବାନଙ୍କୁ ନେଇ ଯାଉଥିବା ସୈନ୍ୟ ବାହାନ ହିମାଚଳ ପ୍ରଦେଶର ସୀମାବର୍ତ୍ତୀ ଅଞ୍ଚଳ ଦେଇ ଯାତାୟତ କରିଥାଏ।

ତିବ୍ବତି ସଂପ୍ରଦାୟର ସଦସ୍ୟ ଭବିଷ୍ୟତରେ ଭାରତର ପ୍ରୟାସରେ ତିବ୍ବତ ସ୍ଵାଧୀନ ହେବ ବୋଲି ଆଶା ରଖିଛନ୍ତି। ସେମାନଙ୍କର ଏହି ଆଶା ଚୀନ ସହ ଗତିରୋଧ ସମୟରେ ଆଉ ଏକ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଛି, ଯାହା ଯବାନଙ୍କ ମନୋବଳକୁ ଆହୁରି ମଜବୁତ କରୁଛି। ଏହି ତିବ୍ବତି ସଂପ୍ରଦାୟ ଲୋକଙ୍କ କର୍ତ୍ତବ୍ୟ ଏହା ଯେ, ସେମାନେ ନିର୍ବାସନ ଯବାନଙ୍କ ମନୋବଳକୁ ବୃଦ୍ଧି କରନ୍ତୁ।

ସିମଲା ନଗର ନିଗମର ପୂର୍ବତନ ଡେପୁଟୀ ମେୟର ରାକେଶ ଶର୍ମା କହିଛନ୍ତି ଏହା ଆମ ପାଇଁ ଦେଶର  ବାହାଦୂର ଯବାନଙ୍କୁ ସମ୍ମାନିତ କରିବାର ସୌଭାଗ୍ୟ ଏବଂ ଗର୍ବର ମୁହୂର୍ତ୍ତ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.