Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଲଦାଖରେ ଚୀନ ସେନାକୁ ଅଟକାଇଥିବା ତିବ୍ଦତୀୟ ହିରୋ ଭାରତ ପାଇଁ ଶହିଦ୍

3/09/2020 at 11:50 AM

ଲଦାଖ ୦୩/୦୯- ଲଦାଖର ସୋନଲିଙ୍ଗାରେ ନାଇମା ତେନ୍ଜିନଙ୍କ ମୃତଦେହରେ ଉଭୟ ତ୍ରିରଙ୍ଗା ଓ ତିବ୍ଦତ ପତାକାରେ ଅାବୃତ ହୋଇ ରହିଛି। ଏହା ବେଜିଂକୁ ଏକ ସୂକ୍ଷ୍ମୂ ବାର୍ତା ଦେଉଛି ଯେ ଭାରତରେ ରହୁଥିବା ତିବ୍ଦତୀୟମାନେ ଚୀନର ବିସ୍ତାରକୁ ପ୍ରତିରୋଧ କରିବା ପାଇଁ ଭାରତୀୟ ସେନାରେ ଯୋଗ ଦେଉଛନ୍ତି।


ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପୂର୍ବ ଲଦାଖର ପାନଗଙ୍ଗ ସୋ (ହ୍ରଦ)ର ଦକ୍ଷିଣ ତଟରେ ଭାରତୀୟ ସେନା ଦ୍ବାରା କରାଯାଇଥିବା ପ୍ରି-ଏମପଟିଭ୍ ଅପରେସନରେ ନିଜ ଜୀବନକୁ ବଳିଦାନ ଦେଇଛନ୍ତି ତେନଜିନ୍। ଏହା ସହ ଚୀନାଙ୍କ ସଦ୍ୟ ପଦକ୍ଷେପକୁ ବ୍ୟର୍ଥ କରି ରବିବାର ସକାଳୁ ପିପୁଲ୍ ଲିବରେସନ୍ ଆର୍ମି (ପିଏଲ୍ଏ) ଭାରତର କ୍ଷେତ୍ରକୁ ସ୍ଥାନାନ୍ତରିତ କରିଛନ୍ତି।

୫୧ ବର୍ଷୀୟ ତେନଜେନ୍ ଭାରତୀୟ ସେନାର ସ୍ପେସାଲ ଫ୍ରଣ୍ଟିୟର୍ ଫୋର୍ସ (ଏସଏଫଏଫ)ର ଗୋଟିଏ କମ୍ପାନିର ଲିଡର ଥିଲେ। ଏହା ୧୯୬୨ରେ ଭାରତ-ଚୀନ ଯୁଦ୍ଧ ସମୟରେ ଗଢ଼ି ଉଠିଥିଲା। ଯେଉଁଥିରେ ଅଧିକାଂଶ ଯୁବ ଶରଣାର୍ଥୀ ଓ ତିବ୍ଦତରୁ ଅାସିଥିବା ଗୁରିଲ୍ଲା ସୈନକ ଭର୍ତ୍ତି ଥିଲେ। ଏହାକୁ ସବୁ‌େବେଳ ଗୋପନୀୟ ରଖାଯାଏ।

ସଏଫଏଫ୍ ସୈନିକଙ୍କ ବୀରତାକୁ କେବେ ବି ଅଧିକାରିକ ରୂପରେ ସ୍ବୀକାର କରାଯାଇ ନାହିଁ କି ଯୁଦ୍ଧ ମଇଦାନରେ କେବେ ହେଲେ ହେଁ ଏମାନେ ସର୍ବୋଚ୍ଚ ବଳିଦାନ ଦେଇ ନାହାନ୍ତି। ତେବେ ତେନଜିନଙ୍କ ମୃତ୍ୟୁକୁ ନେଇ କିଛି ବି ଅାଧିକାରିକ ସୂଚନା ମିଳି ନାହିଁ । ଦୀର୍ଘ ୩୩ ବର୍ଷ ସେ ଏସଏଫଏଫରେ ସେବା କରିଛନ୍ତି। ରକ୍ଷା ମନ୍ତ୍ରାଳୟ ଦିଲ୍ଲୀରେ ଏକ ବୟାନ ଜାରି କରିଛନ୍ତି, ଯେତେବେଳେ ଭାରତୀୟ ସେନା ପୋଗାଙ୍ଗ ସୋ ହ୍ରଦର ଦକ୍ଷିଣ ତଟରେ ଚୀନ ପିଏଲଏ ପଦକ୍ଷେପକୁ ବିଫଳ କରିଥିଲେ। ମାତ୍ର ରାତି ତମାମ ଅପରେସନରେ ତାଙ୍କର ଏସଏଫଏଫର ଭୂମିକା ବିଷୟରେ ପଦୁଟିଏ କିଛି କହି ନ ଥିଲେ।


ନିଆମଙ୍କ ମର ଶରୀରକୁ ତ୍ରିରଙ୍ଗା ଓ ତିବ୍ଦୀତ ପତକାାର ରେ ଅାବୃତ କରାଯାଇଛି। ତାଙ୍କର ନଶ୍ବର ଅବଶେଷର ଅନ୍ତିମ ସଂସ୍କାର ତାଙକ ଘରେ ହେବ। ଏ ପାଇଁ ତାଙ୍କ ଘରେ ସ୍ତ୍ରୀ ଓ ତିନି ପିଲାଙ୍କ ଦ୍ବାରା ଆୟୋଜନ ହୋଇଛି। ପରିବାର ଲୋକ ଲେହରୁ ଭାରତୀୟ ସେନା ତରଫରୁ ଦିଆଯାଇଥିବା କଫିନ୍ ସ୍ବୀକାର କରିଛନ୍ତି। ଏବେ ବି ତାଙ୍କ ମୃତ ଦେହ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଘରେ ପଡ଼ି ରହିଛି। ଚୀନ ସରକାରଙ୍କ ଦ୍ବାରା ତିବ୍ଦତର ତ୍ରିରଙ୍ଗା ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ କଟକଣା ଲଗାଇ ରଖିଥିଲେ। ଯଦିଓ ଏହା ନିଜ ମାତୃଭୂମିରେ କମ୍ୟୁନିଷ୍ଟ ଦେଶରେ ଶାସନ ବିରୋଧରେ ତିବ୍ଦତୀୟଙ୍କ ପ୍ରତିରୋଧ ହୋଇ ରହିଛି।

ନ ପିଏଏଲ ବିରୋଧରେ ଶନିବାର-ରବିବାର ରାତିରେ ଭାରତୀୟ ସେନାର ଅପରେସନରେ ଭାଗ ନେଇ ୨୪ ବର୍ଷୀୟ ଏସଏଫଏଫ୍ ଯବାନ ତେନଜିନ୍ ଲୋଧନେ ଆହତ ହୋଇଛନ୍ତି। ଏସଏଫ୍ଏଫ୍ ଓରଫ୍ ‘ଏଷ୍ଟାବଲିସମେଣ୍ଟ ୨୨’ ଭାରତର ଇଣ୍ଟଲିଜେନ୍ସି ପ୍ରତିଷ୍ଠାନ ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ରହିଛି। ଅବଶ୍ୟ ଏହାକୁ ଭାରତୀୟ ସେନାର କମାଣ୍ଡରେ ରଖାଯାଇଛି। ଏହାର ଅଧିକାଂଶ ପୁରୁଷ ଶରଣାର୍ଥୀ ସମାିଲ ଅଛନ୍ତି। ନୂଆ ଦିଲ୍ଲୀ ଏଫ୍ଏଫ୍କୁ ନିଜ ଅଧୀନରେ ରଖିଛି।


ଏସଏଫ୍ଏଫ୍ ୧୯୭୧ରେ ବାଲାଂଦେଶର ମୁକ୍ତି ସଂଗ୍ରାମ ଓ ୧୯୯୯ର କାରଗିଲ୍ ଯୁଦ୍ଧ ସମୟରେ ପାକିସ୍ତାନ ସେନା ବିରୋଧରେ ଭାରତୀୟ ସେନାର ସହ କାନ୍ଧରେ କାନ୍ଧ ମିଶାଇ ଲଢ଼ିଥିଲା।

   Related Posts