Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଗୁରୁବାରରେ ଏମିତି କଟିବ ଆପଣଙ୍କ ଦିନ- ଜାଣନ୍ତୁ ଆପଣଙ୍କ ରାଶିଫଳ

23/10/2019 at 7:27 PM

ମେଷକିଛି ଦିନ ଆଗରୁ ସ୍ଥଗିତ ଥିବା କାମରେ ସଫଳତା ମିଳିପାରେ । ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ । ଛାତ୍ରୀମାନେ ଲେଖାପଢା ଲାଗି ଯୋଜନା କରିବେ । ଶୁଭରଙ୍ଗ ବାଦାମୀ । ଶୁଭଅଙ୍କ ୮।


ବୃଷ ଆପଣଙ୍କ ଜୀବନ ମହତ୍ତ୍ୱପୂର୍ଣ୍ଣ ମୋଡ ନେବ । ସଂପୂର୍ଣ୍ଣ ହେବାକୁ ଯାଉଥିବା କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ । ବାହନ ସାବଧାନତାର ସହଚଳାନ୍ତୁ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୧।


ମିଥୁନ ମାନସିକସ୍ତରରେ ଅଶାନ୍ତି ମୁକ୍ତ ରହିବେ । ଜୀବନସାଥୀଙ୍କ ସହିତ ଦୀର୍ଘସମୟ ଧରି କଥାବାର୍ତ୍ତା ହେବେ । ବ୍ୟବସାୟରୁ ଲାଭ ମିଳିପାରେ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୫।


କର୍କଟ ପରିବାରରେ ମଧୁରତା ସହିତ ବିଶ୍ୱାସ ବି ବଢିବ । ଭାବିଥିବା ସବୁକାମ ପୂରା ହୋଇଯିବ । ବେପାରୀବର୍ଗଙ୍କୁ ଅଚାନକ ଧନଲାଭ ହେବ । ଶୁଭରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬।


ସିଂହ ଆପଣ ନୂଆ ଲୋକଙ୍କ ସହିତ ମିଶିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ରାଜନୈତିକ ସଂପର୍କରୁ ଫାଇଦା ହେବ । ବ୍ୟବସାୟରେ ଆଗକୁ ବଢିବା ଲାଗି ନୂଆଯୋଜନା ପ୍ରସ୍ତୁତ କରିବେ । ଶୁଭରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮।


କନ୍ୟାଚାକିରିଜୀବୀଙ୍କ ଲାଗି ଦିନଟି ବଢିଆ ରହିବ। ଆପଣଙ୍କର ସକାରାତ୍ମକ ବିଚାର ପାଇଁ କର୍ତ୍ତୃପକ୍ଷଙ୍କ ଠାରୁ ଉପହାର ମିଳିପାରେ । ନିର୍ମାଣକାର୍ଯ୍ୟ ଲାଗି ଯୋଜନା କରିବେ । ଶୁଭରଙ୍ଗ ଧଳା। ଶୁଭ ଅଙ୍କ ୩।


ତୁଳାକିଛି କାମ ସମୟରେ ପୂରା ହେବ । ଖାସ୍‌ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା ହେତୁ କ୍ୟାରିୟରରେ ପରିବର୍ତ୍ତନ ହେବ। ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୧।


ବିଛା ପୂଜା ପାଠରେ ଅଧିକ ସମୟ ବିତିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଅଫିସରେ ଆପଣଙ୍କର କାମ ଦେଖି କର୍ତ୍ତୃପକ୍ଷ ଖୁସିରହିବେ । । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯।


ଧନୁଜରୁରୀ କାମରେ ମାତାପିତାଙ୍କ ସହଯୋଗ ପାଇବେ । ବ୍ୟବସାୟରେ ଥିବାକେସ୍‌ ଫଇସଲା ଲାଭପ୍ରଦ ହେବ । ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ । ଶୁଭରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧।


ମକରକାମରେ ଏଣେତେଣେ ଦୌଡିବାକୁ ପଡିବ । ପାରିବାରିକ ମାମଲାରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ । ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢିଆ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୯।


କୁମ୍ଭ -ଆପଣଙ୍କର ଆତ୍ମବିଶ୍ୱାସ ଉଚ୍ଚା ରହିବ। ଚାକିରିଜୀବୀଙ୍କୁ ନୂଆ ପରିଯୋଜନା ମିଳିପାରେ । ବ୍ୟବସାୟରେ ଉନ୍ନତି ହେ ବ। ଖେଳାଳିମାନେ ପୁରସ୍କୃତ ହେବେ । ଶୁଭରଙ୍ଗ ଧୂସର । ଶୁଭ ଅଙ୍କ ୭।


ମୀନ – କିଛି ଦିନରୁ ସ୍ଥଗିତ ଥିବା କା ମସଂପୂର୍ଣ୍ଣ ହେବ । କଳାତ୍ମକ କାର୍ଯ୍ୟରେ ରୁଚି ବଢିପାରେ । ଚାକିରିଜୀବୀଙ୍କ ଲାଗି ଦିନଟି ବଢିଆ ରହିବ। ଉଚ୍ଚ ପଦଧିକାରୀ ଆପଣଙ୍କ କାମକୁ ପ୍ରଶଂସା କରିବେ । ଶୁଭ ରଙ୍ଗ କ୍ରୀମ୍।ଶୁଭ ଅଙ୍କ ୮।

   Related Posts