ଗୁରୁବାର ରାଶିଫଳ: ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | May 06, 2020 IST

ମେଷ – ବନ୍ଧୁ ସହଯୋଗ ମିଳିବାର ସୁଯୋଗ ଅଛି। କାର୍ଯ୍ୟରେ ସଫଳତା ମିଳିବ। ମୂଲ୍ୟବନ୍ ପଦାର୍ଥ ଲାଭ ହୋଇପାରେ। ଶ୍ରେଷ୍ଠ ସମ୍ମାନ ମିଳିପାରେ । ଗର୍ବଭାବ ମନକୁ ଛୁଇଁବ । ସ୍ତ୍ରୀ ଓ ପୁତ୍ର ପାଇଁ ଚିନ୍ତିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ବୃଷ – ଶତ୍ରୁ ଯେତେ ବଳବାନ୍ ହେଲେ ବି, ଆପଣଙ୍କ ନିକଟରେ ହାର ମାନିବ । ଧର୍ମପ୍ରିୟ ଓ ଚଞ୍ଚଳମନା ହେବେ । ରାଜତୁଲ୍ୟ ସମ୍ମାନର ଅଧିକାରୀ ହୋଇପାରନ୍ତି । ଉତ୍ସାହର ସହ କାର୍ଯ୍ୟ ସଂପାଦନ କରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।

ମିଥୁନ - ଉନ୍ନତମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଆପଣଙ୍କ ସଦ୍‌-ଗୁଣର ବିକାଶ ଘଟିବ । ବ୍ୟବସାୟ ଲାଭଜନକ ହେବ । କନ୍ୟା,ପୁତ୍ର, ପୌତ୍ର ଆଦି ଲାଭ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

କର୍କଟ – ଶୁଭାଶୁଭ ମିଶ୍ରିତ ଫଳ ମିଳିପାରେ । ସତ୍‌-ପଥଗାମୀ ହେବେ । ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରନ୍ତି । ନୃତ୍ୟ-ସଙ୍ଗୀତପ୍ରିୟ ହେବେ । କୃଷି କାର୍ଯ୍ୟ ଉପରେ ଧ୍ୟାନ ଦେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

ସିଂହ – ସକଳ ଗୁଣର ଆଧାର ହୋଇପାରନ୍ତି । କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । ସୁଖ ମିଳିବ । ସତ୍ୟର ପୂଜାରୀ ହେବେ । ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

କନ୍ୟା – ଆଶାବାଦୀ ହୋଇପାରନ୍ତି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ମନ ପ୍ରଫୁଲ୍ଲ ରହିବ । ପାରିବାରିକ ସୁଖ ମିଳିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ତୁଳା – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିପାରେ । ରୋଜଗାରର ମାତ୍ରା ବୃଦ୍ଧି ପାଇବ । ଧନବାନ୍ ହେବେ । ଗୁଣଜ୍ଞ ହୋଇପାରନ୍ତି । ବୁଦ୍ଧି ବଳରେ କାର୍ଯ୍ୟ ହାସଲ କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

ବିଛା – ମନରେ ପ୍ରସନ୍ନତା ଦେଖା ଦେବ । ବିଦ୍ୟାର ଅଧିକାରୀ ଓ ଯଶସ୍ୱୀ ହେବେ । ବିଳାସ-ବ୍ୟସନରେ ଖର୍ଚ୍ଚାନ୍ତ ହେବେ । ନିର୍ଭୀକ ଭାବେ କାର୍ଯ୍ୟ ସଂପାଦନ କରିବେ । କାର୍ଯ୍ୟ ପସନ୍ଦଯୋଗ୍ୟ ହେବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।

ଧନୁ – ଆୟ ବୃଦ୍ଧିର ସୂଚନା ମିଳୁଛି । ମନ ପ୍ରସନ୍ନ ରହିବ । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିପାରେ । ଆନନ୍ଦ ଉପଭୋଗ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ମକର – କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିପାରନ୍ତି । ସେବା ମନୋଭାବ ଉଦ୍ରେକ ହୋଇପାରେ । ଆର୍ଥିକ ଅଭିବୃଦ୍ଧିର ସୂଚନା ମିଳୁଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

କୁମ୍ଭ - ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରନ୍ତି । ଯାନବାହନ ସୁଖ ମିଳିପାରେ । ବନ୍ଧୁ ପ୍ରାପ୍ତିର ସୂଚନା ମିଳୁଛି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ସର୍ବାଙ୍ଗୀଣ ଉନ୍ନତି ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ମୀନ - ସାବଧାନତାର ସହ ଭ୍ରମଣ କରିବାକୁ ପଡିବ । ଦ୍ୱିଜାନୁରକ୍ତ ହୋଇପାରନ୍ତି । ପତ୍ନୀଙ୍କ ଉପରେ ନିର୍ଭରଶୀଳ ହେବେ । କର୍ମକ୍ଷେତ୍ର ଉତ୍ସାହଜନକ ହେବ । ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.