ଗୁରୁବାର ରାଶିଫଳ: କିପରି କଟିବ ଆପଣଙ୍କ ଦିନ ?

Published By : Prameya-News7 Bureau | March 25, 2020 IST

ମେଷ – ଆପଣଙ୍କ ରାଶିରେ ଶୁକ୍ର ଅବସ୍ଥାନ କରି ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟ ପ୍ରତି ମନକୁ ପ୍ରଲୋଭିତ କରିବେ । ମଙ୍ଗଳଙ୍କ କୁପ୍ରଭାବରୁ ବାରମ୍ବାର ଦେହ ଖରାପ ହେଉଥିବା ଅନୁଭବ କରିପାରନ୍ତି । କାମଗୁଡିକ ହେଉ ନ ଥିବାରୁ ବିରକ୍ତ ରହିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।
ବୃଷ – ଏକାଦଶସ୍ଥ ରବି ଅର୍ଥ ଓ ସମ୍ମାନ ପ୍ରଦାନ କରିବା ସହ ପାରିବାରିକ ଶାନ୍ତି ଫେରାଇ ଆଣିବ । ଅନେକ ସମୟରେ ପାଖରେ କାମ କରଥିବା ଲୋକଟି ଉପରେ ନିର୍ଭରଶୀଳ ହୋଇପାରନ୍ତି । ମନୋରଞ୍ଜନ କାର୍ଯ୍ୟ ପ୍ରତି ରୁଚି ବଳିବ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୯ ।
ମିଥୁନ - ରାହୁ ରାଶିରେ ଅବସ୍ଥାନ କରି ଅସ୍ଥିରତାଜନିତ ମାନସିକ ସ୍ୱାସ୍ଥ୍ୟ ଓ ପାରିବାରିକ ଶାନ୍ତିକୁ ବି ନଷ୍ଟ କରିପାରେ । କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୪ ।
କର୍କଟ – ଚତୁର୍ଥଭାବ ଶୁକ୍ର ଦୃଷ୍ଟି ଯୋଗୁ ପାରିବାରିକ ସ୍ଥିରତା, ଯାନବାହନ କିମ୍ବା ବିଳାସବ୍ୟସନ ଉପକରଣ ଖରିଦ କରିପାରନ୍ତି । ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ବନ୍ଧୁ ବାନ୍ଧବମାନଙ୍କ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।
ସିଂହ – ଉଚ୍ଚାରୋହୀ ରବିଙ୍କ ପ୍ରଭାବରୁ ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ଦେହ ଭଲ ରହିବ, ମାତ୍ର ଶ୍ରମଜନିତ ଦୁର୍ବଳତା ଅନୁଭବ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।
କନ୍ୟା – ରାଶ୍ୟାଧିପ ବୁଧ ଷଷ୍ଠସ୍ଥ ହୋଇ ବ୍ୟୟାଧିପ ଯୁକ୍ତ ହୋଇଥିବାରୁ ପ୍ରତିଦ୍ୱନ୍ଦ୍ୱିତା କଲେ ବିଜୟର ଆଶା ନିରର୍ଥକ ହୋଇପାରେ । ପାତର ଅନ୍ତର ନୀତିକୁ କେନ୍ଦ୍ର କରି ପରିବାରରେ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ହେବ ନାହିଁ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।
ତୁଳା – ଦିନଟି ସାମଗ୍ରିକ ଦୃଷ୍ଟି କୋଣରୁ ଖୁସୀରେ ଅତିବାହିତ ହେବ । କୋଣସି ମନ ଭୁଲାଣିଆ କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିବେ । ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।
ବିଛା – ବୃହସ୍ପତି ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଶୁଭ ପ୍ରଭାବରୁ ମାନସିକ ଅବସ୍ଥା ଭଲ ରହିବ । ପାରିବାରିକ ତିକ୍ତତାର ସମାପ୍ତି ଘଟାଇବା ସକାଶେ ଚେଷ୍ଟା କରିବେ । ସ୍ୱାସ୍ଥ୍ୟ ସାମାନ୍ୟ ଗଡ୍‌-ବଡ୍‌ ହୋଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।
ଧନୁ – ଚନ୍ଦ୍ର ସହ କର୍ମାଧିପତିଙ୍କ ସ୍ୱଗୃହକୁ ଦୃଷ୍ଟି କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଉତ୍ପନ୍ନ କରିପାରେ । ଯେ କୌଣସି କ୍ଷେତ୍ର ହେଉନା କାହିଁକି, ଚୁପଚାପ ହୋଇ ବସି ରହିଲେ ବହୁ କ୍ଷତି ସହିବାକୁ ପଡିବ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୨ ।
ମକର – ରାଶିରେ ଶନି ସହ ମଙ୍ଗଳଙ୍କ ସ୍ଥିତି ଦୈହିକ ଓ ମାନସିକ ସ୍ଥିତିକୁ ବିକ୍ଷିପ୍ତ କରିପାରେ । କିଛି ନ ବୁଝି ନ ସୁଝି କୌଣସି ବିବାଦ ସମ୍ପର୍କରେ ମନ୍ତବ୍ୟ ଦେବା ଠିକ୍‌ ହେବ ନାହିଁ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।
କୁମ୍ଭ - ସ୍ୱାସ୍ଥ୍ୟ ସମସ୍ୟା କେତେକାଂଶରେ ଦୂରୀଭୂତ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ । ଆଜି କର୍ମକ୍ଷେତ୍ରରୁ ଫେରିବା ବାଟରେ ଜଣେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୮ ।
ମୀନ - କର୍ମକ୍ଷେତ୍ରରେ ଏକାଧିକଗ୍ରହ ଥିବାରୁ ବିଭିନ୍ନ ପ୍ରକାରର କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି । ପରସ୍ପର ମଧ୍ୟରେ ଆପୋସ ଆଲୋଚନା ଦ୍ୱାରା ପାରିବାରିକ ସମସ୍ୟାର ସମାଧାନ ଘଟିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.