ଗୁରୁବାର ରାଶିଫଳ: ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | June 10, 2020 IST

ମେଷ – ସୁଖ, ସମ୍ମାନ ସବୁ କିଛି ମିଳିପାରେ । ନିଜ ବଂଶର ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ଆଜିଠୁ ୨୦ ଦିନ ପାଇଁ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟା ପାଇଁ ଦୂର ଯାତ୍ରା ହୋଇପାରେ ।
କର୍ମଜୀବି- କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ ।
ବ୍ୟବସାୟୀ- ବନ୍ଧୁ ସାହାର୍ଯ୍ୟ ମିଳିବ ।
ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବୃଷ – ଅଧା ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାରେ ସିଦ୍ଧହସ୍ତ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୪ ।
ଚାଷୀ- ଚାଷରେ କୀଟ ନ ଲାଗିବା ପାଇଁ, କୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ରୋଗର ଉପଶମ ଘଟିବ ।
ଛାତ୍ରଛାତ୍ରୀ- ପରିଶ୍ରମର ଫଳ ପାଇବେ ।
କର୍ମଜୀବି- ସହକର୍ମୀଙ୍କ ସାହାର୍ଯ୍ୟ ମିଳିବ ।
ବ୍ୟବସାୟୀ- ବନ୍ଧୁଙ୍କ ଦ୍ୱାରା ମିଳୁଥିବା ସାହାର୍ଯ୍ୟକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ମିଥୁନ - କାର୍ଯ୍ୟରେ ଅଗ୍ରଗତି ଘଟିବ । ଈର୍ଷାରୁ ନିବୃତ୍ତହେଲେ ପ୍ରଶଂସାର ପାତ୍ର ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।
ଚାଷୀ- ଜଳବାୟୁ ବିଭାଗ ସହ ଯୋଡି ରୁହନ୍ତୁ ।
ରୋଗୀ- ଅସୁସ୍ଥ ହେଲେ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଲାଗିବ ନାହିଁ ।
କର୍ମଜୀବି- କର୍ମ ମୟ ହେବେ ।
ବ୍ୟବସାୟୀ- ସମାନ୍ୟ ସତର୍କ ରୁହନ୍ତୁ, ସୁଯୋଗ ମିଳିବ ।
ଗୃହିଣୀ- ଦେହ ଖରାପ ହୋଇପାରେ ।
କର୍କଟ – ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ । ବ୍ୟବସାୟ ଲାଭଜନକ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସେବା ମନୋଭାବର ହୋଇପାରନ୍ତି । ବିବାହ ବିଳମ୍ବ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।
ଚାଷୀ- ଉତ୍ତମ ଫସଲ ପାଇଁ ଉତ୍ତମ ବିହନ ବୁଣନ୍ତୁ ।
ରୋଗୀ-ଯେପରି ଥଣ୍ଡା କାଶ ନ ହୁଏ, ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- ପାଠପଢାରେ ବ୍ୟସ୍ତ ରହିବେ ।
କର୍ମଜୀବି- ସରକାରୀ ସ୍ତରରୁ ସମ୍ମାନିତ ହେବେ ।
ବ୍ୟବସାୟୀ- ସଫଳତା ମିଳିବ ।
ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ହେତୁ ସାମାନ୍ୟ ଦୁର୍ବଳ ଲାଗିବ ।
ସିଂହ – ଏକ ନୂତନ କାର୍ଯ୍ୟ ହାତକୁ ଆସିପାରେ । ଆମୋଦ ପ୍ରମୋଦରେ ସମୟ ବିତାଉ ଥିବା ବେଳେ ଶତ୍ରୁର ଉପସ୍ଥିତି ପାଇଁ ବ୍ୟସ୍ତ ହୋପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ତଥାପି ସତର୍କ ଆବଶ୍ୟକ ।
ଛାତ୍ରଛାତ୍ରୀ- ଖେଳ ପ୍ରତି ମନ ଆନ୍ଦୋଳିତ ହେବ ।
କର୍ମଜୀବି- ନୂତନ କାର୍ଯ୍ୟ ଶିଖିବାକୁ ମିଳିବ ।
ବ୍ୟବସାୟୀ- ନୂଆ ସୁଯୋଗ ଲାଭ ହେବ ।
ଗୃହିଣୀ- ଆମୋଦ-ପ୍ରମୋଦରେ ଦିନଟି ଯିବ ।
କନ୍ୟା – ମିତ୍ର ଲାଭର ସୂଚନା ମିଳୁଛି । କର୍ମ ଚଞ୍ଚଳ ରହିବେ । ଆକସ୍ମିକ ଧନଲାଭ ହୋଇପାରେ । ବିଦ୍ୟା ଏପରିକି ଜ୍ୟୋତିଷ ବିଦ୍ୟାପ୍ରତି ଆଗ୍ରହୀ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।
ଚାଷୀ- ଜମିରେ ଉତ୍ତମ ସାର ବ୍ୟବହାର କରନ୍ତୁ ।
ରୋଗୀ- ଡାକ୍ତରଙ୍କ ପରାମର୍ଶ ନେଇ , ମେଡିସିନ ଖାଆନ୍ତୁ ।
ଛାତ୍ରଛାତ୍ରୀ- ପାଠ ଓ ସାଠରେ ଉନ୍ନତି ଦେଖା ଯାଉଛି ।
କର୍ମଜୀବି- କାର୍ଯ୍ୟ ସୁରୁଖୁରୁରେ ହୋଇଯିବ ।
ବ୍ୟବସାୟୀ- ନୂଆ ସୁଯୋଗ ହାତଛଡା ହୋଇଯିବ ।
ଗୃହିଣୀ- ଆଜି ଦିନଟି ସାମାନ୍ୟ ଚିନ୍ତିତ ରହିବେ ।
ତୁଳା – ଉଦାର ପ୍ରକୃତିର ହେବେ । ଦାନଶୀଳ ହୋଇପାରନ୍ତି । ବ୍ୟକ୍ତିତ୍ୱର ବିକଶିତ ହେବ । କୃଷି କାର୍ଯ୍ୟ ଉପରେ ଗୁରୁତ୍ୱ ଦେବେ । ବୁଦ୍ଧିମାନ୍ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।
ଚାଷୀ- ଉତ୍ତମ ବିହନ ଓ କୀଟନାଶକର ବ୍ୟବହାର କରନ୍ତୁ ।
ରୋଗୀ- ପୁରୁଣା ରୋଗ, ଆହୁରି ବାହାରି ପାରେ ।
ଛାତ୍ରଛାତ୍ରୀ- ବୁଦ୍ଧିମାନ ହେବେ ।
କର୍ମଜୀବି- ସହକର୍ମୀଙ୍କ ସହ ଯୋଗରେ କାର୍ଯ୍ୟ ସୁରୁଖୁରୁରେ ହୋଇଯିବ ।
ବ୍ୟବସାୟୀ- ସୁଯୋଗ କୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ପାଇଁ , ଅସୁସ୍ଥ ଅନୁଭବ କରିବେ ।
ବିଛା – କାର୍ଯ୍ୟକୁ ଆୟତ୍ତାଧୀନ କରିବାରେ ସକ୍ଷମ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ମେଳାପୀ ପ୍ରକୃତିର ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।
ଚାଷୀ- ପାଣିପାଗ ପରିବତ୍ତନ ହେବ, ଜଳବାୟୁ ବିଭାଗ ସହ ସଂଯୋଗ ରଖନ୍ତୁ ।
ରୋଗୀ- ସାମାନ୍ୟ ସତର୍କ ରହିଲେ ସୁସ୍ଥ ରହିବେ ।
ଛାତ୍ରଛାତ୍ରୀ- ବିଦ୍ୱାନ/ବୁଦ୍ଧିମାନ ହେବେ ।
କର୍ମଜୀବି- ମେଳାପୀ ହେବେ ।
ବ୍ୟବସାୟୀ- ମଧୁରକଥା କହି ସୁଯୋଗକୁ ନିଜ ଆଗକୁ ଆଣିବେ ।
ଗୃହିଣୀ- ପିଲାମାନଙ୍କ ପାଇଁ ଚିନ୍ତିତ ରହିବେ ।
ଧନୁ – ପରିଶ୍ରମର ମୂଲ୍ୟ ମିଳିବ । ଭାଗ୍ୟଶାଳୀ ହୋଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ମିତ୍ର ସୁଖ ମିଳିବ । ସୁସ୍ଥ ଓ ନିରାମୟ ରହିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୧ ।
ଚାଷୀ- ଫସଲ ଉତ୍ତମ ହେବ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ଉତ୍ତମ ସ୍ୱଭାବର ହେବେ ।
କର୍ମଜୀବିି- ପରିଶ୍ରମର ମୂଲ୍ୟ ମିଳିବ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ସୁଖ-ଶାନ୍ତି ଭରା ଦିନ ଟିଏ ।
ମକର – ପରାମର୍ଶ ବିନା, ସ୍ୱାଧୀନଭାବେ କିଛି କରିବାକୁ ଇଚ୍ଛା କଲେ ତାହ କଷ୍ଟସାଧ୍ୟ ହେବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।
ଚାଷୀ- ଚାଷ କାର୍ଯ୍ୟ ଉତ୍ତମ ପରିଲକ୍ଷିତ ହେଉଛି ।
ରୋଗୀ- ରୋଗରୁ ସାମାନ୍ୟ ଉପଶମ ମିଳିବ ।
ଛାତ୍ରଛାତ୍ରୀ – ବିଦ୍ୟାରେ ମନ ଦେବେ ।
କର୍ମଜୀବି- କଷ୍ଟପୂର୍ଣ୍ଣ ରହିବ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ- ସୁଖଭରା ଦିନ ରହିବ ।
କୁମ୍ଭ - ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଅଧିକ ବ୍ୟୟ ପାଇଁ ଇଚ୍ଛା କରିବେ । କର୍ମ ଚଞ୍ଚଳ ରହିବେ । ସ୍ନେହପୂର୍ଣ୍ଣ କଥାରେ ସହକର୍ମୀମାନଙ୍କୁ ଆପଣାର କରି କାର୍ଯ୍ୟ ହାସଲ କରିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।
ଚାଷୀ- ଜଳସେଚନ ପାଇଁ ଜଳସଞ୍ଚୟ କରନ୍ତୁ ।
ରୋଗୀ- ଦେହ ସାମନ୍ୟ ଅସୁସ୍ଥ ହୋଇପାରେ ।
ଛାତ୍ରଛାତ୍ରୀ- ବିଦ୍ୟା ପାଇଁ ଦୂର ଯାତ୍ରା ହେବ ।
କର୍ମଜୀବି- ଯାନବାହନ ପ୍ରତି ସତର୍କ ରୁହନ୍ତୁ ।
ବ୍ୟବସାୟୀ- ସୁଯୋଗ ହାତଛଡା ହୋଇପାରେ ।
ଗୃହିଣୀ- ପ୍ରଶଂସାର ପାତ୍ର ହେବେ ।
ମୀନ - କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିପାରନ୍ତି । କର୍ମ ଚଞ୍ଚଳ ରହିବେ । ଯଶସ୍ୱୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ଞ୍ଜ ।
ଚାଷୀ- ଚାଷ କାର୍ଯ୍ୟରେ କ୍ଷତି ହୋଇପାରେ ।
ରୋଗୀ- ଧୈର୍ଯ୍ୟ ହରା ହେବେ ନାହିଁ ।
ଛାତ୍ରଛାତ୍ରୀ- ବୁଦ୍ଧିମାନ ହେବେ ।
କର୍ମଜୀବି- କର୍ମକ୍ଷେତ୍ରରେ ଉନ୍ନତି ହେବ ।
ବ୍ୟବସାୟୀ- ଯଶସ୍ୱୀ ହେବେ ।
ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.