ଗୁରୁବାର ରାଶିଫଳ: ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | July 08, 2020 IST

ମେଷ – ବଳବାନ୍ କର୍ମାଧିପତିଙ୍କ ସହ ଚର୍ତୁର୍ଥାଧିପ ହେତୁ ଆଜି ହଠାତ୍ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ ହୋଇଯିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।
ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।
ରୋଗୀ- ୟୋଗା କରନ୍ତୁ ।
ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
କର୍ମଜୀବି- ନୂଆ ଜବ୍ ମିଳିବା କଷ୍ଟ ।
ବ୍ୟବସାୟୀ- ବିଦେଶୀ ଜିନିଷରେ କ୍ଷତି ହେବ ।
ଗୃହିଣୀ- ପରକୁ ଆପଣାର କରିବେ ।
ବୃଷ – ଭାଗ୍ୟାଧିପତିଙ୍କ ଶୁଭତ୍ୱ କାରଣରୁ ଯେ କୌଣସି ପ୍ରକାରର ପରିସ୍ଥିତି ମଧ୍ୟରେ ଆପଣ ପଛକୁ ଫେରିବେ ନାହିଁ । ବିଜୟର ଜଳଯାତ୍ରା କର୍ମକ୍ଷେତ୍ରକୁ ରୁଦ୍ଧିମନ୍ତ କରିବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୫ ।
ବ୍ୟବସାୟୀ- ବିଦେଶୀ ଜିନିଷରେ କ୍ଷତି ହେବ ।
କର୍ମଜୀବି- ନୂଆ ଜବ୍ ମିଳିବା କଷ୍ଟ ।
ଛାତ୍ରଛାତ୍ରୀ- ବଡ ଲୋକଙ୍କ କଥା ଶୁଣିବେ ନାହିଁ ।
ରୋଗୀ- ଚକ୍ଷୁ ପୀଡା ହେବ ।
ଚାଷୀ- ଅଧିକା ପାଣିରୁ , ହିନସ୍ତା ହୋଇପାରନ୍ତି ।
ଗହିଣୀ- ସଦିଚ୍ଛା ଭାବ ରହିବ ।
ମିଥୁନ - ଆଜିର ଚନ୍ଦ୍ର ଦୁଃସ୍ଥାନରେ ରହିଥିବାରୁ ସ୍ୱାସ୍ଥ୍ୟ ସମସ୍ୟା ମାନସିକ ଦୁଶ୍ଚିନ୍ତା ବୃଦ୍ଧି କରିବ । କୌଣସି କାମ ସହଜ କିମ୍ବା ସୁବିଧାରେ ହେବ ନାହିଁ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।
ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଚୌର ଭୟ ଅଛି ।
କର୍ମଜୀବି- କର୍ମଚଞ୍ଚଳ ରହିବେ ।
ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।
ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇ ପାରନ୍ତି ।
ଚାଷୀ- ଜମିରୁ ବର୍ଷା ପାଣି ବାହାରିବାର ବ୍ୟବସ୍ଥା କରନ୍ତୁ ।

କର୍କଟ – ଆଜିର ଗ୍ରହସ୍ଥିତି ଆପଣଙ୍କୁ ନୂତନ କର୍ମାରମ୍ବ ପାଇଁ ପ୍ରେରଣା ପ୍ରଦାନ କରିବ । ଦୀର୍ଘଦିନର ସ୍ଥଗିତ କାମକୁ ଆରମ୍ଭ କରିବାର ଅନୁକୂଳ ବାତାବରଣ ସୃଷ୍ଟି ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।
ଚାଷୀ- ଉତ୍ତମ ଫଳ ପାଇବେ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
କର୍ମଜୀବି- ସମ୍ମାନ ପାଇବେ ।
ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
ସିଂହ – ବିପରୀତ ରଜଯୋଗ ପ୍ରଭାବରୁ ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଅର୍ଥ ସମ୍ପର୍କ ପ୍ରଭୃତି ପ୍ରତ୍ୟେକ ଦିଗରୁ ସାମାନ୍ୟ ଶୁଭ ଫଳ ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।
ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
ଛାତ୍ରଛାତ୍ରୀ- ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ସୁଖଭାରା ଦିନଟି ।
କନ୍ୟା – ପାପଗ୍ରହ ମଧ୍ୟସ୍ଥ ଧନାଧିପ ଯୋଗୁ ଅସାବଧାନତା କାରଣରୁ ଧନ ହାନିର ସମ୍ଭାବନା ରହିଛି । ସ୍ଥଗିତ କାମ ଗୁଡିକ ଆଜି ପରିସ୍ଥିତିବଶତଃ ଓଲଟା ହେବାରୁ ଚିନ୍ତା ପ୍ରକଟ କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।
ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ-ସତର୍କତାର ଦିନ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।
ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
ଗୃହିଣୀ- ପରକୁ ଆପଣାର କରିବେ ।

ତୁଳା – ଶନି ଦୃଷ୍ଟ ମଙ୍ଗଳ ଅର୍ଥ ସମ୍ବନ୍ଧିତ ସମସ୍ୟା କିମ୍ବା କଳହର କାରଣ ହୋଇପାରେ । ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ, ନତୁବା ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
ବିଛା – କେନ୍ଦ୍ରସ୍ଥ ମଙ୍ଗଳ ପ୍ରଭାବରେ ସ୍ଥଗିତ କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇବେ । ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।
ଧନୁ – କେତୁ ଗ୍ରହ ଯୁକ୍ତ ବୃହସ୍ପତି ହେତୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରସ୍ଥ ମନ୍ଥର କରିବ । ପୁର୍ବାଷାଢା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହ-ଯୋଗ ପାଇବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।
ଚାଷୀ- ଅଧିକା ବର୍ଷା ହେତୁ , ହତାସ ହୋଇପାରନ୍ତି ।
ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇ ପାରନ୍ତି ।
ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ମକର – ସ୍ୱରାଶିସ୍ଥ ଶନି ପ୍ରଭାବରୁ ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ । କେତେକ କ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।
କୁମ୍ଭ - ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବା ସଙ୍ଗକୁ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ବ୍ୟବସାୟୀ- ମଧୁରଭାଷୀ ହେବେ ।
ଗୃହିଣୀ- ସୁଖୀ ହେବେ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ମୀନ - ଶୁକ୍ର ପ୍ରଭାବରେ ଯେ କୌଣସି କାର୍ଯ୍ୟାରମ୍ଭ ପାଇଁ ପ୍ରତିକୂଳ ସ୍ଥିତି ଉପୁଜିବ । ଦୀର୍ଘ ପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।
ଗୃହିଣୀ- ଭାଗ୍ୟଶାଳୀ ହେବେ ।
ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।
ରୋଗୀ- ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
ଛାତ୍ରଛାତ୍ରୀ- ବଡ ଲୋକଙ୍କ କଥା ଶୁଣିବେ ନାହିଁ ।
କର୍ମଜୀବି- ନୂଆ ଜବ୍ ମିଳିବା କଷ୍ଟ ।
ବ୍ୟବସାୟୀ- ଦେଶୀ ଜିନିଷ ଅଧିକା ବ୍ରିକ୍ରୀ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.