Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଗୁରୁବାର ରାଶିଫଳ: ଖାଦ୍ୟ, ପେୟରେ ତୃପ୍ତି ଲାଭ କରିବେ, ଶାରୀରିକ ପୀଡା ଅନୁଭବ କରିପାରନ୍ତି

1/12/2021 at 7:34 PM

ମେଷ– ଉଦାର ପ୍ରକୃତିର ହୋଇପାରନ୍ତି । ଦାନ-ଧର୍ମରେ ନିଜକୁ ନିୟୋଜିତ କରିବେ । ସୁଖ ମିଳିବ । ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ ।
• ଗୃହିଣୀ- ସଦିଚ୍ଛାଭାବ ରହିବ ।
• ବ୍ୟବସାୟୀ- ଚୌରଭୟ ଅଛି ।
• କର୍ମଜୀବି-କାର୍ଯ୍ୟକରି ପ୍ରଶଂସିତ ହେବେ ।
• ଛାତ୍ରଛାତ୍ରୀ- ଅଳସୁଆ ପ୍ରବୃତ୍ତି ହେବେ ।
• ରୋଗୀ- ଆୟୁର୍ବେଦ ଚିକିତ୍ସାଲାଭ ଦେବ ।
• ଚାଷୀ-ଜଳସଞ୍ଚୟ କରନ୍ତୁ ।

ବୃଷ–ଖାଦ୍ୟ, ପେୟରେ ତୃପ୍ତି ଲାଭ କରିବେ । ଶାରୀରିକ ପୀଡା ଅନୁଭବ କରିପାରନ୍ତି । ଈର୍ଷାରୁ ନିବୃତ ହେଲେ ସାମାଜିକ ସ୍ତରରେ ମାର୍ଯ୍ୟାଦା ମିଳିବ । ସ୍ୱାଭିମାନୀ ହେବେ ।
• ଗୃହିଣୀ-ସୁଖୀ ହେବେ ।
• ବ୍ୟବସାୟୀ- ମଧୁରଭାଷୀ ହେବେ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ଛାତ୍ରଛାତ୍ରୀ- ଚକ୍ଷୁରେ ପୀଡାହେବ ।
• ରୋଗୀ- ଅଳସୁଆ ଲାଗିପାରେ ।
• ଚାଷୀ- କାର୍ଯ୍ୟମନ୍ଥର ହେବ ।

ମିଥୁନ – ଅଧିକ ଲାଭବାନ୍‌ ହେବା ଆଶା ରଖି ଅର୍ଥ ବିନିଯୋଗ କରିପାରନ୍ତି । ସତ୍ସଙ୍ଗୀ ଓ ଭାଗ୍ୟଶାଳୀ ହେବେ । ଦିନଟି ଭୋଗବିଳାସରେ କଟାଇ ପାରନ୍ତି ।
• ଚାଷୀ-ଚାଷକାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
• ରୋଗୀ- ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
• କର୍ମଜୀବି-ସମ୍ମାନିତ ହେବେ ।
• ବ୍ୟବସାୟୀ-ଅର୍ଥ ହାନୀ ହେବ ।
• ଗୃହିଣୀ-କାର୍ଯ୍ୟରେ ବ୍ୟସ୍ତ ରହିବେ ।

କର୍କଟ– ବ୍ୟବସାୟରେ ଲାଭବାନ୍‌ ହେବେ । ସୁଖ-ସନ୍ତୋଷ ଲାଭ କରିପାରନ୍ତି ।ସେବା ଭାବନା ନେଇ କାର୍ଯ୍ୟ କରିବେ । ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି ।
• ଚାଷୀ- କ୍ଳାନ୍ତି ଅନୁଭବ କରିବେ ।
• ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
• ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
• କର୍ମଜୀବି-ଅର୍ଥ ହାନୀ ହେବ ।
• ବ୍ୟବସାୟୀ-ଅର୍ଥ ହାନୀ ହେବ ।
• ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

ସିଂହ –ଗୃହ ଜଞ୍ଜାଳରେ ବ୍ୟସ୍ତ ରହିବେ । ଆଲୋଚନା ମାଧ୍ୟମରେ କାର୍ଯ୍ୟକଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି ।
• ଚାଷୀ-ଗୋବରକ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)
• ରୋଗୀ- ଅସାଧ୍ୟ ରୋଗରୁମୁକ୍ତ ହେବେ ।
• ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ-ହାତକୁ ଆସୁଥିବାଡିଲ୍‌, ପଳେଇ ଯାଇପାରେ ।
• ଗୃହିଣୀ-ସୁଖୀ ହେବେ ।

କନ୍ୟା – ସାମାନ୍ୟ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ଜୋଇଛି । ମନରେ ଗର୍ବଭାବ ଦେଖା ଦେଇପାରେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
• ବ୍ୟବସାୟୀ- ଧର୍ଯ୍ୟହାରା ହୋଇପାରନ୍ତି ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ଛାତ୍ରଛାତ୍ରୀ- ଅଳସୁଆ ପ୍ରବୃତ୍ତି ହେବେ ।
• ରୋଗୀ- ଅଳସୁଆ ଲାଗିପାରେ ।
• ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।

ତୁଳା–ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁର ସମ୍ଭାଷଣରେ ଅନ୍ୟମାନଙ୍କର ମନ ନେଇ ପାରନ୍ତି । ଥଣ୍ଡା-କଫ ଜନିତ ପୀଡା ଅନୁଭବ କରିପାରନ୍ତି ।
• ଚାଷୀ-ଉତ୍ତମ ବିହନ, କୃଷିବିଭାଗରୁ ଆଣନ୍ତୁ ।
• ରୋଗୀ- ଅସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି-କାର୍ଯ୍ୟବ୍ୟସ୍ତ ରହିବେ ।
• ବ୍ୟବସାୟୀ- ବିଜୟୀ ହେବେ ।
• ଗୃହିଣୀ-ଧାର୍ମିକ ହେବେ ।

ବିଛା– ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । କର୍ମତତ୍ପରତା ପ୍ରକାଶ ପାଇବ । କୁଳଦୀପକ ହେବେ । ମନ ପ୍ରସନ୍ନରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି ।
• ଗୃହିଣୀ-ସୁଖଭାରା ଦିନଟି ।
• ବ୍ୟବସାୟୀ- ବାହାରେ ବ୍ୟବସାୟ କରିବା କଷ୍ଟ ହେବ ।
• କର୍ମଜୀବି- ସମ୍ମାନ ପାଇବେ ।
• ଛାତ୍ରଛାତ୍ରୀ- ବିଚକ୍ଷଣ ବୁଦ୍ଧି ହେବ ।
• ରୋଗୀ- ଆୟୁର୍ବେଦ ଚିକିତ୍ସା ଲାଭ ଦେବ ।
• ଚାଷୀ- କ୍ଳାନ୍ତି ଅନୁଭବକରିବେ ।

ଧନୁ –ଗୃହକାର୍ଯ୍ୟରେ ଲାଗିପଡିବେ । ବିଭିନ୍ନସ୍ତରରେ ସମ୍ମାନିତ ହେବେ ।ଶାରିରୀକ ଶକ୍ତି ବୃଦ୍ଧି ହେବ । ଐଶ୍ୱର୍ଯ୍ୟ ଯୁକ୍ତ ହେବେ । ବ୍ୟବସାୟ ପାଇଁ ଉଦ୍ୟମଚଳାଇବେ ।
• ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
• ରୋଗୀ- ଚକ୍ଷୁ ପୀଡା ହେବ ।
• ଛାତ୍ରଛାତ୍ରୀ- ବ୍ୟାୟାମ୍‌ କରନ୍ତୁ ।
• କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
• ବ୍ୟବସାୟୀ- ଧର୍ଯ୍ୟହାରା ହୋଇପାରନ୍ତି ।
• ଗୃହିଣୀ- ମାନସିକ ଶାନ୍ତି ପାଇବେ ।

ମକର–ବ୍ୟବସୟରେ ବାଦାନୁବାଦ ଉପୁଜିଲେ ବି ଭଲ ଆୟହେବ ।କର୍ମକ୍ଷେତ୍ର ଉତ୍ସାହଜନକ ହେବ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଯାନବାହନ ସୁଖମିଳିବ ।
• ଚାଷୀ- ଅଧିକା ପାଣିରୁ , ହିନସ୍ତା ହୋଇପାରନ୍ତି ।
• ରୋଗୀ- ଆୟୁର୍ବେଦ ଚିକିତ୍ସା ଲାଭ ଦେବ ।
• ଛାତ୍ରଛାତ୍ରୀ- ଯୋଗ, ସ୍ମରଣଶକ୍ତି ବଢାଇଥାଏ ।
• କର୍ମଜୀବି-କାର୍ଯ୍ୟବ୍ୟସ୍ତ ରହିବେ ।
• ବ୍ୟବସାୟୀ-ସଫଳତା ହାତଛଡା ହୋଇଯିବ ।
• ଗୃହିଣୀ-ସୁଖ ଅନୁଭବ କରିବେ ।

କୁମ୍ଭ -ନିଜ ପ୍ରଭାବର ଉପଯୋଗ କରିବେ । ବ୍ୟୟବୃଦ୍ଧିର ସୂଚନା ମିଳୁଛି । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳସ୍ୱଭାବର ହେବେ । ଗୁପ୍ତବିଦ୍ୟାରେ ରୁଚି ରହିବ ।
• ଗୃହିଣୀ- ମିତ୍ରସୁଖ ପାଇବେ ।
• ବ୍ୟବସାୟୀ- ମଧୁରଭାଷୀ ହେବେ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ଛାତ୍ରଛାତ୍ରୀ- ଅଳସୁଆ ପ୍ରବୃତ୍ତି ହେବେ ।
• ରୋଗୀ- ଦିନବେଳା ବାହାରକୁ ଯାଆନ୍ତୁ ନାହିଁ ।
• ଚାଷୀ- କାର୍ଯ୍ୟମନ୍ଥର ହେବ ।

ମୀନ – କାର୍ଯ୍ୟରେ ଢେର ଉନ୍ନତି ଦେଖା ଦେବ । ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବୁଦ୍ୟା ପ୍ରେମୀ ହେବେ ।
• ଗୃହିଣୀ- ସଦିଚ୍ଛାଭାବ ରହିବ ।
• ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
• କର୍ମଜୀବି-କାର୍ଯ୍ୟକରି ପ୍ରଶଂସିତ ହେବେ ।
• ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
• ରୋଗୀ- ଆଜିକିଛି ଦିନ ସତର୍କ ରୁହନ୍ତୁ ।
• ଚାଷୀ-ଆଧୁନିକ ପଦ୍ଧତିରେ ଚାଷକାର୍ଯ୍ୟ କରିବେ ।

   Related Posts