Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଗୁରୁବାର ରାଶିଫଳ: ସ୍ତ୍ରୀ କିମ୍ବା ଭାଇଙ୍କ ସ୍ୱାସ୍ଥ୍ୟ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡିପାରେ

6/10/2021 at 6:18 PM

ମେଷ–କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଦେଖା ଦେବାରୁ କିଛିଟା ଦ୍ୱନ୍ଦ୍ୱ ଓ ଆଶଙ୍କା ମଧ୍ୟରେ ମନ ହଲଚଲ ହୋଇପାରେ । ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତତ୍ପରତା ବୃଦ୍ଧି ପାଇବ । ଶୁଭରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୬ ।
• ଗୃହିଣୀ- ପରକୁ ଆପଣାର କରିବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ଛାତ୍ରଛାତ୍ରୀ-ବ୍ୟାୟାମ୍‌ କରନ୍ତୁ ।
• ରୋଗୀ-ବ୍ୟାୟାମ୍‌ କରିବା ଉଚିତ୍‌ ।
• ଚାଷୀ- ଶ୍ରମସାର୍ଥକ ହେବ ।

ବୃଷ– ଦକ୍ଷତା ସାଙ୍ଗକୁ କୃତି ଓ କୃତିତ୍ୱ କାରଣରୁ କର୍ମ କ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଅର୍ଥ ସମ୍ପର୍କିତ କେତେକ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି । ଶୁଭରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୨ ।
• ଚାଷୀ-ଗୋବରକ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)
• ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
• ଛାତ୍ରଛାତ୍ରୀ-ବିଦ୍ୱାନ୍‌ ହେବେ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ-ଅର୍ଥ ଲାଭ ହେବ ।
• ଗୃହିଣୀ-ସୁଖଭାରା ଦିନଟି ।

ମିଥୁନ – ଆଜି ଟଙ୍କା ପଇସାକିମ୍ବା ଦରକାରି କାଗଜପତ୍ର ନ ପାଇ ବ୍ୟସ୍ତ ହେବେ । ସମସ୍ୟା ବଢିଚାଲିଥିବାରୁ କର୍ମକ୍ଷେତ୍ରରେ ବ୍ୟସ୍ତତା ବୃଦ୍ଧି ପାଇବ । ଜଣେ ବନ୍ଧୁଙ୍କ ଠାରୁ ଅର୍ଥ ସାହାର୍ଯ୍ୟ ପାଇ ଖୁସି ହେବେ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୫ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
• ବ୍ୟବସାୟୀ-ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
• କର୍ମଜୀବି- କରତ୍‌କର୍ମା ହେବେ ।
• ଛାତ୍ରଛାତ୍ରୀ-ଯୋଗ, ସ୍ମରଣଶକ୍ତି ବଢାଇଥାଏ ।
• ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
• ଚାଷୀ-ଜୈବିକସାର ମାଟିରେ ବ୍ୟବହାର ଉଚିତ୍‌ ।

କର୍କଟ– ଆଜି କୌଣସି କ୍ଷେତ୍ରରେ ମଧ୍ୟ ଠିକ୍‌ ନିଷ୍ପତ୍ତି ଆପଣ ନେଇପାରିବେ ନାହିଁ । ପରିବାର ଲୋକମାନଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶୁଭରଙ୍ଗ ପିଚ୍‌ । ଶୁଭ ଅଙ୍କ ୯ ।
• ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଛାତ୍ରଛାତ୍ରୀ-ଯୋଗ, ସ୍ମରଣଶକ୍ତି ବଢାଇଥାଏ ।
• କର୍ମଜୀବି-ସହଯୋଗ ମିଳିବ ।
• ବ୍ୟବସାୟୀ-ଅର୍ଥ ହାନୀ ହେବ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

ସିଂହ –ଯେତେ ଖୁସିରେ ରହିବାକୁ ଚାହିଁଲେ ମଧ୍ୟ ଆଜିର ପରିସ୍ଥିତି ଓ ରହୁଥିବା ପରିବେଶ ତାହା କରାଇ ଦେବ ନାହିଁ । ଯେଉଁଥି ପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ପାଇଯିବେ । ଶୁଭରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୩ ।
• ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।
• ବ୍ୟବସାୟୀ-ନୂଆଡିଲ୍‌ ମିଳିବ ।
• କର୍ମଜୀବି- କାର୍ଯ୍ୟକରି ପ୍ରଶଂସିତ ହେବେ ।
• ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ଆବଶ୍ୟକ ।
• ରୋଗୀ-ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍‌ ଖାଆନ୍ତୁ ।
• ଚାଷୀ-କୀଟ ନାଶକର ସଠିକ୍‌ ସମୟରେ ବ୍ୟବହାର କରନ୍ତୁ ।

କନ୍ୟା – ଆଜି ଦିନରେ ଯାହା କରିବେ ଭାବିଚିନ୍ତି ନ କଲେ ପରିସ୍ଥିତି ବିଗିଡି ଯାଇପାରେ । ବହୁଚେଷ୍ଟା ପରେ ଋଣ ସୂତ୍ରରେ ଅର୍ଥ ପାଇବା ସକାଶେ ବନ୍ଧୁଙ୍କୁ ମନେଇ ପାରନ୍ତି । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୭ ।
• ଚାଷୀ-ଜଳବାୟୁ ବିଭାଗ ସହ ଯୋଗାଯୋଗ ରଖନ୍ତୁ ।
• ରୋଗୀ-ଆଜିକିଛି ଦିନ ସତର୍କ ରୁହନ୍ତୁ ।
• ଛାତ୍ରଛାତ୍ରୀ-ପାଠପଢା ପ୍ରତି ସଜାଗ ରହିବେ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତି ହେବ ।
• ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।

ତୁଳା– ପ୍ରତ୍ୟେକ କ୍ଷେତ୍ରରେ ଆଳସ୍ୟ ଓ ଅବହେଳା ସାଙ୍ଗକୁ କାଳକ୍ଷେପଣ ନୀତିହେତୁ ମନରେ ସରସତା ରହିବ ନାହିଁ । କାମରେ ମନଦେଇ କାମଟିକୁ ପୂରା ନ କରିବା ଯାଏଁ ଛାଡିବେ ନାହିଁ । ଶୁଭରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।
• ଗୃହିଣୀ-ସୁଖ ଅନୁଭବ କରିବେ ।
• ବ୍ୟବସାୟୀ-ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
• କର୍ମଜୀବି-କାର୍ଯ୍ୟରେ ଅବହେଳା କରିବେ ନାହିଁ ।
• ଛାତ୍ରଛାତ୍ରୀ-ସ୍ମରଣଶକ୍ତି ପାଇଁ ବୁଧକାରକ ଚେର ବ୍ୟବହାର କରନ୍ତୁ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଚାଷୀ-ଜମିରଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ବିଛା–ସ୍ୱାସ୍ଥ୍ୟ ସମସ୍ୟା ନିତନ୍ତ୍ରଣ ମଧ୍ୟରେ ରହିବ । ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ କର୍ମ ଜଞ୍ଜାଳ ମଧ୍ୟ ବୃଦ୍ଧି ପାଇବ । ବିବାଦିୟ ପରିସ୍ଥିତିର ଦୃଢ ମୁକାବିଲା କରି ଆପଣ ବିଜୟୀ ହେବେ । ଶୁଭରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୪ ।
• ଚାଷୀ-ଉତ୍ତମବିହନ, କୃଷି ବିଭାଗରୁ ଆଣନ୍ତୁ ।
• ରୋଗୀ-ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
• ଛାତ୍ରଛାତ୍ରୀ-ବିଦ୍ୟାରେ ମନ ଦେବେ ।
• କର୍ମଜୀବି-କାର୍ଯ୍ୟବ୍ୟସ୍ତ ରହିବେ ।
• ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତିହେବ ।
• ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ଧନୁ – ପରିସ୍ଥିତି ବଦଳିଯିବ ଏବଂ ପ୍ରତ୍ୟେକ କ୍ଷେତ୍ରରେ ସ୍ୱଚିନ୍ତା ଧାରା ଅନୁଯାୟୀ କାମ ହାସଲରେ ସମର୍ଥ ହେବେ । ପିଲାଙ୍କ ବିବାହ ସମ୍ପର୍କିତ ନୂତନ ବନ୍ଧୁ ପ୍ରସ୍ତାବ ପାଇଁ ଯୋଗାଯୋଗ କରି କୃତକାର୍ଯ୍ୟ ହେବେ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୮ ।
• ଗୃହିଣୀ-ସୁଖୀ ହେବେ ।
• ବ୍ୟବସାୟୀ-ସଫଳତାକୁ ହାତଛଡା କରନ୍ତୁ ନାହିଁ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ଛାତ୍ରଛାତ୍ରୀ-ଗ୍ରୀନ୍‌ ରଙ୍ଗର ଆସନରେ ବସି ପଢନ୍ତୁ ।
• ରୋଗୀ-ସୁସ୍ଥ ଅନୁଭବ କରିବେ ।
• ଚାଷୀ-ଜଳବାୟୁ ବିଭାଗସହ ଯୋଗାଯୋଗ ରଖନ୍ତୁ ।

ମକର–ଭୁଲ୍‌ ବୁଝାମଣା ନେଇ ବନ୍ଧୁ କିମ୍ବା ସହକର୍ମୀମାନଙ୍କ ସହ ତିକ୍ତତା ଦେଖା ଦେଇପାରେ । କର୍ମକ୍ଷେତ୍ରରେ ଯେତେ ଭଲ କାମକଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୨ ।
• ଚାଷୀ-ଜମିରଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
• ରୋଗୀ-ଆଜିକିଛି ଦିନ ସତର୍କ ରୁହନ୍ତୁ ।
• ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।
• କର୍ମଜୀବି-କାର୍ଯ୍ୟବ୍ୟସ୍ତ ରହିବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।

କୁମ୍ଭ -ନିଜ ଲୋକଙ୍କ କାର୍ଯ୍ୟକଳାପ ନେଇ ବ୍ୟସ୍ତ ହୋଇପାରନ୍ତି । ସ୍ତ୍ରୀ କିମ୍ବା ଭାଇଙ୍କ ସ୍ୱାସ୍ଥ୍ୟ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧିଘଟିବ । ଶୁଭରଙ୍ଗ ଗ୍ରୀନ୍‌ ।ଶୁଭ ଅଙ୍କ ୯ ।
• ଗୃହିଣୀ-ଧାର୍ମିକହେବେ ।
• ବ୍ୟବସାୟୀ-ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
• କର୍ମଜୀବି-ସହଯୋଗ ମିଳିବ ।
• ଛାତ୍ରଛାତ୍ରୀ-ବହୁ ପରିଶ୍ରମ କରିବାକୁ ପଡିବ ।
• ରୋଗୀ-ବ୍ୟାୟାମ୍‌ କରିବା ଉଚିତ୍‌ ।
• ଚାଷୀ-ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍‌ ।

ମୀନ – ଚେଷ୍ଟା କରିଥିବା କାମଗୁଡିକ ଠିକ୍‌ଭାବରେ ସମ୍ପନ୍ନ ହେବାରୁ ମନ ଖୁସି ହୋଇଯିବ । ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
• ଚାଷୀ-ମାଟିରେ ଉର୍ବରତା ପାଇଁ କୃଷିବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ-ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ-ପାଠପଢାରେ ମନ ଦେବେ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ-ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ ।

   Related Posts