ଗୁରୁବାର, ୧୫ ତାରିଖ ରାଶିଫଳ: ଜାଣନ୍ତୁ କେଉଁ ରାଶି ପାଇଁ କିଭଳି ରହିବ କାଲିର ଦିନ

Published By : Prameya-News7 Bureau | April 14, 2021 IST

ମେଷ– ଆଜି ଆପଣ ହସ, ଖୁସୀ ଓ ଆନନ୍ଦ ମଧ୍ୟରେ ସମୟ କଟାଇବେ । ଦ୍ୱିଜା ନକ୍ଷତ୍ରର ପ୍ରତ୍ୟୁଷ ଯାତ୍ରା, ଆଗାମୀ କାଲିର ଆନୁଷ୍ଠାନିକ କାମ ପାଇଁ ଉତ୍ସାହ ବୃଦ୍ଧି ପାଇବ । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୬ ।
• ଚାଷୀ-ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
• ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ଭୁଲ୍‌ମାର୍ଗ ଅନୁସରଣ କରିପାରନ୍ତି ।
• କର୍ମଜୀବି- କାର୍ଯ୍ୟରେ ଶିଥିଳତା ଆସିବ ।
• ଗୃହିଣୀ- କାର୍ଯ୍ୟରେ ବିଳମ୍ବ ହୋଇପାରେ ।
• ବ୍ୟବସାୟୀ- ବିଜୟୀ ହେବେ ।

ବୃଷ–କୃତ୍ତିକା ନକ୍ଷେତ୍ର ଅଟକିରହିଥିବା କାମ ସମ୍ପନ୍ନ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ । ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାକୁ ଅନ୍ୟମାନେ ସହି ନ ପାରି ଭିନ୍ନ ମନ୍ତବ୍ୟ ଦେଇ ପାରନ୍ତି । ଶୁଭରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୪ ।
• ଗୃହିଣୀ-ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
• କର୍ମଜୀବି-କାର୍ଯ୍ୟବ୍ୟସ୍ତ ରହିବେ ।
• ଛାତ୍ରଛାତ୍ରୀ- ମନରେ ଗର୍ବଭାବ ଆସିବ ।
• ରୋଗୀ- ସତର୍କତାର ଦିନ ।
• ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

ମିଥୁନ - ଆଦ୍ରା ନକ୍ଷତ୍ର ଆଜି ଯେତିକି ଅର୍ଥ ପାଇବେ ପ୍ରତିଦାନରେ ତାହାଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଅନ୍ୟମାନଙ୍କ କଥାରେ ଭାସିଯାଇ ପରେ ଅନୁତାପ କରିବାକୁ ପଡିପାରେ । ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୮ ।
• ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।
• ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
• ଛାତ୍ରଛାତ୍ରୀ- ବ୍ୟାୟାମ୍‌ କରନ୍ତୁ ।
• କର୍ମଜୀବି-ସମ୍ମାନିତ ହେବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

କର୍କଟ– ଆଜି ଈର୍ଷା ପରାୟଣ ହୋଇ ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି । ଅଶ୍ଳେଷା ନକ୍ଷତ୍ର ସକାଶେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ମକ୍ଟମକ୍ଟବ ନାହିଁ । ଶୁଭରଙ୍ଗ ପିଚ୍‌ । ଶୁଭ ଅଙ୍କ ୩ ।
• ଗୃହିଣୀ- କାର୍ଯ୍ୟରେ ବିଳମ୍ବ ହୋଇପାରେ ।
• ବ୍ୟବସାୟୀ- ଗୃହୋପକରଣ କ୍ରୟ କରିପାରନ୍ତି ।
• କର୍ମଜୀବି – କାମଟି ହଠାତ୍‌ ହୋଇଯିବ ।
• ଛାତ୍ରଛାତ୍ରୀ- ବନ୍ଧୁଙ୍କୁ ଆପଣାର କରିବେ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଚାଷୀ- ଶ୍ରମସାର୍ଥକ ହେବ ।

ସିଂହ – ଆଜି ପୂର୍ବା ଫାଲଗୁନୀ ନକ୍ଷତ୍ର ଯେଉଁ କାମରେ ହାତ ଦେବେ ସଫଳତା ପାଇବେ । କିନ୍ତୁ ପରିସ୍ଥିତି ବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁବାଧ୍ୟ ହେବେ । ଶୁଭରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୫ ।
• ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)
• ରୋଗୀ- ଚକ୍ଷୁ ପୀଡାହେବ ।
• ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
• କର୍ମଜୀବି- କରତ୍‌କର୍ମା ହେବେ ।
• ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
• ଗୃହିଣୀ- ଧର୍ଯ୍ୟବାନ୍ ‌ହେବେ ।

କନ୍ୟା– ଆଜି କୌଣସି ସ୍ପର୍ଶକତା କଥା ସକାଶେ ଟେନସନ୍‌ ଲାଗି ରହିବ । ହସ୍ତା ନକ୍ଷତ୍ର ହଠାତ୍ ‌ବନ୍ଧୁଙ୍କ ଗୃହକୁ ଯିବା ସକାଶେ ସଜବାଜ ହୋଇପାରନ୍ତି । ଖାଦ୍ୟପେୟରେ ସତର୍କ ରୁହନ୍ତୁ । ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୧ ।
• ଗୃହିଣୀ-ଧାର୍ମିକ ହେବେ ।
• ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
• କର୍ମଜୀବି- ନୂଆଜବ୍ ‌ମିଳିବା କଷ୍ଟ ।
• ଛାତ୍ରଛାତ୍ରୀ- ବନ୍ଧୁଙ୍କୁ ଆପଣାର କରିବେ ।
• ରୋଗୀ- ଆର‌୍ୟୁରବେଦୀ ଚିକିତ୍ସାଲାଭ ଦେବ ।
• ଚାଷୀ- ଶ୍ରମ ସାର୍ଥକ ହେବ ।

ତୁଳା– ଆସନ୍ତା କାଲିର କାର୍ଯ୍ୟ ସକାଶେ ଆଜି ବିଶେଷ ଆଲୋଚନା ସହ ଚିନ୍ତା ମଧ୍ୟ କରିବେ ।ହଠାତ୍‌ କୌଣସି ବାଧିଲା ଭଳି କଥା ବନ୍ଧୁଙ୍କ ମୁଖରୁ ଶୁଣି ଦୁଃଖ ପ୍ରକାଶ କରିପାରନ୍ତି । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୯ ।
• ଚାଷୀ- ଉତ୍ତମ ଫଳ ପାଇବେ ।
• ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି-ସମ୍ମାନିତ ହେବେ ।
• ବ୍ୟବସାୟୀ- ସଫଳତା ମିଳିବ ।
• ଗୃହିଣୀ-ସୁଖ ଅନୁଭବ କରିବେ ।

ବିଛା–ସମ୍ପର୍କୀୟମାନେ କ୍ରମଶଃ ଦୂରେଇ ରହୁଥିବାର ଅନୁଭବ କରିବେ । ଭୁଲ୍‌ ବୁଝାମଣା ଜନିତ ପାରିବାରିକ କ୍ଷେତ୍ରରେ ନାନା ସମସ୍ୟାରେ ପଡି ବ୍ୟସ୍ତ ହୋଇପାରନ୍ତି । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୪ ।
• ଗୃହିଣୀ- ଭାଗ୍ୟଶାଳୀ ହେବେ ।
• ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
• କର୍ମଜୀବି- ନୂଆ ଜବ୍‌ମିଳିବା କଷ୍ଟ ।
• ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
• ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
• ଚାଷୀ- ଅନ୍ୟ ଚାଷକରିବାକୁ ମନ ବଳାଇବେ ।

ଧନୁ – ଆଜି ଅର୍ଥ ଲାଭ ସଙ୍ଗକୁ ବନ୍ଧୁମାନଙ୍କ ବଦାନ୍ୟତାରୁ ସମ୍ମାନ ପାଇବେ । ଭାଙ୍ଗି ପଡିଥିବା ସମ୍ପର୍କକୁ ପୁଣି ଯୋଡିବାକୁ ଚେଷ୍ଟା କରି ମଧ୍ୟ କିଛିଲାଭ ପାଇବେ ନାହିଁ । ଶୁଭରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୭ ।
• ଚାଷୀ- ମୁଣ୍ଡରେ ପଗଡି ବାନ୍ଧନ୍ତୁ ।
• ରୋଗୀ- ଥଣ୍ଡା ଜନିତ ରୋଗ ହୋଇପାରେ ।
• ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
• କର୍ମଜୀବି-କାର୍ଯ୍ୟତତ୍ପର ରହିବେ ।
• ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
• ଗୃହିଣୀ- ମିତ୍ରସୁଖ ପାଇବେ ।

ମକର–ମନକଥା ମନରେ ରଖି କଅଁଳ କଥା କହି ପରକୁ ଆପଣାର କରିପାରିବେ । ପ୍ରଶଂସା ଓ ପ୍ରୋତ୍ସହନ ପାଇ ନିଜର ଭାବାବେଗକୁ ରୋକି ପାରିବେ ନାହିଁ । ଏକ ଅଜଣା ଆଶଙ୍କାରେ ମନ ଉଦ୍‌ବେଳିତ ହୋଇପାରେ । ଶୁଭରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୨ ।
• ଗୃହିଣୀ- ନୂତନ ଜିନିଷ କ୍ରୟ କରିପାରନ୍ତି ।
• ବ୍ୟବସାୟୀ- ଗୃହୋପକରଣ କ୍ରୟ କରିପାରନ୍ତି ।
• କର୍ମଜୀବି – କାମଟି ହଠାତ୍‌ ହୋଇଯିବ ।
• ଛାତ୍ରଛାତ୍ରୀ- ମିତ୍ର ସହ କଟୁତା ହୋଇପାରେ ।
• ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
• ଚାଷୀ- ସାଙ୍ଗରେ ପାଣିନେଇ ବାହାରନ୍ତୁ ।

କୁମ୍ଭ -ଆଜି ପ୍ରତ୍ୟେକ କ୍ଷେତ୍ରରେ ସଂଯମ ରକ୍ଷା ନ କଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି ।ଗତକାଲିର କୌଣସି ଘଟଣାକୁ ନେଇ ଆଜି ମନଟା ଭାରାକ୍ରାମ୍‌ତ ରହିବ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
• ଚାଷୀ- ସାଙ୍ଗରେ ପାଣିନେଇ ବାହାରନ୍ତୁ ।
• ରୋଗୀ- ୟୋଗା କରନ୍ତୁ ।
• ଛାତ୍ରଛାତ୍ରୀ- ମିତ୍ର ସହ କଟୁତା ହୋଇପାରେ ।
• କର୍ମଜୀବି- ସମ୍ମାନ ପାଇବେ ।
• ବ୍ୟବସାୟୀ- ଚୌରଭୟ ଅଛି ।
• ଗୃହିଣୀ- ସଦିଚ୍ଛାଭାବ ରହିବ ।

ମୀନ - ରେବତୀ ନକ୍ଷତ୍ର ପାଇଁ ଆଜି ଆର୍ଥିକ ଅନଟନ ଓ ସ୍ୱାସ୍ଥ୍ୟ ସମସ୍ୟା ଭାରାକ୍ରାନ୍ତ କରିବ । ଯେତେ ଭାବିଚିନ୍ତି କାମ କଲେ ମଧ୍ୟ ପାରିବାରିକ ପ୍ରତିରୋଧ କେତେକ କାମକୁ ବିଶୃଙ୍ଖଳିତ କରିବ ।ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୮ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ- ଧାର୍ମିକ ହେବେ ।
• କର୍ମଜୀବି – କାମଟି ହଠାତ୍ ‌ହୋଇଯିବ ।
• ଛାତ୍ରଛାତ୍ରୀ- ବନ୍ଧୁଙ୍କୁ ଆପଣାର କରିବେ ।
• ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
• ଚାଷୀ- ଶାରୀରିକ କ୍ଳାନ୍ତି ଆସିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.