ଭୟଙ୍କର ଝଡିତୋଫାନ ସମ୍ବାବନା ; ଦେଶର ୨୦ଟି ରାଜ୍ୟରେ ଝଡିତୋଫାନ ସତର୍କତା ସୂଚନା ଜାରି କରିଛି ପାଣିପାଗ ବିଭାଗ

Published By : Prameya-News7 Bureau | May 08, 2018 IST

ଭୟଙ୍କର ଝଡିତୋଫାନ ସମ୍ବାବନା। ଉତ୍ତରଭାରତ ଓ ପୂର୍ବ ଭାରତର ୧୩ଟି ରାଜ୍ୟରେ ଆଜି ଘୁର୍ଣ୍ଣିଝଡ ସହ ପ୍ରବଳ ବର୍ଷା ଓ କୁଆପଥର ମାଡ ସମ୍ଭାବନା। ଦେଶର ୨୦ଟି ରାଜ୍ୟରେ ଝଡିତୋଫାନ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଝଡିବାତ୍ୟାର ସର୍ବାଧିକ ଆଶଙ୍କା ରହିଥିବାରୁ ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଦିଲ୍ଲୀ,ହରିୟାଣା,ୟୁପି ଓ ପ଼ଞ୍ଜାବରେ ଦୁଇ ଦିନ ସ୍କୁଲ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଉତ୍ତରପ୍ରଦେଶ,ବିହାର,ପଶ୍ଚିମବଙ୍ଗ,ସିକ୍କିମ୍,ଓଡିଶା,ଆସାମ,ମେଘାଳୟ,ନାଗାଲାଣ୍ଡ,ମଣିପୁର,ମିଜୋରାମ,ତ୍ରିପୁରା,କର୍ଣ୍ଣାଟକ,କେରଳ ଘୁର୍ଣ୍ଣିଝଡରେ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କରିଛି ଆକଳନ। ଏହି ସବୁ ରାଜ୍ୟରେ ଲୋକମାନଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ପରାମର୍ଶ। ଧନଜୀବନ ହାନିକୁ ରୋକିବାକୁ ଲାଗି ଜାରିକରିଛି ସତର୍କତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.