ଘନିଭୂତ ହେବ ଆଉ ଏକ ଲଘୁଚାପ, ବିଭିନ୍ନ ଜ଼ିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା

Published By : Prameya-News7 Bureau | October 07, 2021 IST

ଭୁବନେଶ୍ୱର, ୦୭/୧୦: ଚଳିତ ମାସରେ ଅର୍ଥାତ ଅକ୍ଟୋବରରେ ଆଣ୍ଡାମାନରେ ଘନିଭୂତ ହେବ ଆଉ ଏକ ଲଘୁଚାପ । ଯାହା ଉତ୍ତର ଆଣ୍ଡମାନ ସମୁଦ୍ରରେ ସୃଷ୍ଟି ହେବା ସହ ଆନ୍ଧ୍ରମୁହାଁ ହେବ । ହେଲେ ଓଡିଶା ଉପରେ ଏହାର ପ୍ରଭାବ ନେଇ ସ୍ପଷ୍ଟତା ଆସିନଥିଲେ ମଧ୍ୟ  ଆସନ୍ତା ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜ଼ିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସତର୍କ ସୂଚନା ଜାରି ହୋଇନଥିଲେ ମଧ୍ୟ ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମାଲକାନଗିରି, ଗଞ୍ଜାମ, ଗଜପତି, କୋରାପୁଟ ଭଳି ଜ଼ିଲ୍ଲା ଗୁଡିକରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜ଼ିଲ୍ଲାର ଗରଦପୁର ଠାରେ ସର୍ବାଧିକ ୨୨.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବାଲେଶ୍ୱରରେ ୧୮ ମିଲିମିଟର ବର୍ଷା ରେକର୍ଡ ସହ ଆସନ୍ତା ୩ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜ଼ିଲ୍ଲାରେ ଘଡଘଡି ସହ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.