Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ବାତିଲ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ଆସନ୍ତା ଦୁଇ ଦିନ ଯାଏଁ ଦେଶର ବିଭିନ୍ନ ସ୍ଥାନରେ ଝଡ଼ବତାସ ସମ୍ଭାବନା

4/06/2018 at 7:59 AM

ଆସନ୍ତା ଦୁଇ ଦିନ ଯାଏଁ ପାଣିପାଗ ବିଭାଗ ଦେଶର ଅଧିକାଂଶ ଅଞ୍ଚଳରେ ଖରାଦିନିଆ ଝଡ଼ବତାସ ବହିବାର ସତର୍କ ସୂଚନା ଦେଇଛି।ସୋମବାର ସକାଳେ ଜାରି କରାଯାଇଥିବା ପାଣିପାଗ ସତର୍କ ସୂଚନା ଅନୁସାରେ, ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, ଗୋଆ, ତାମିଲ୍ନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶରେ ଝଡ଼ବତାସ ସହ ପବନ ଏବଂ ବଜ୍ରପାତର ସମ୍ଭାବନା ରହିଛି। ଉତ୍ତର ପ୍ରଦେଶର ୧୩ଟି ଜିଲ୍ଲାରେ ଝଡ଼ବତାସ ଓ ଧୂଳିଝଡ଼ ବହିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ କହିଛି। ବନ୍ଦା, ଚିତ୍ରକୂଟ, ଫତେପୁର, ହାର୍ଦୋଇ, ଶାହନାଜପୁର, ପିଲିଭିତ୍, ବରେଲି, ରାମପୁର, ମୋରାଦାବାଦ, ମିରଟ, ବିଞ୍ଜୋର, ମୁଜାଫରନଗର ଏବଂ ସାହାରଣପୁର ଆଦି ଜିଲ୍ଲା ଏଥିରେ ଅନ୍ତର୍ଭୁକ୍ତ।ଏହା ବ୍ୟତୀତ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଉପକୂଳ ଆନ୍ଧ୍ରପ୍ରଦେଶ, କେରଳ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।

Leave a Reply

   Related Posts