ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା : ବଜ୍ରାଘାତରେ ୩ ମୃତ, ଜଣେ ଗୁରୁତର

Published By : Prameya-News7 Bureau | April 22, 2019 IST

ଭୁବନେଶ୍ୱର ୨୨/୪ : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ଗତକାଲି ସନ୍ଧ୍ୟାରେ ବଜ୍ରାଘାତରେ ବିଭିନ୍ନ ସ୍ଥାନରେ ୩ ଜଣଙ୍କ ଜୀବନ ଯାଇଛି । କୁଚିଣ୍ଡାରେ ବଜ୍ରପାତରେ ଜଣଙ୍କର ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । କୁଚିଣ୍ଡା ଗୋବିନ୍ଦପୁର ଥାନା ବମ୍ଫେଇ ଗାଁରେ ଗଛତଳେ ଆଶ୍ରୟ ନେଇଥିବା ବାଇକ୍ ଆରୋହୀଙ୍କ ଉପରେ ବଜ୍ରାଘାତ ହୋଇଛି । ମୃତକଙ୍କ ପରିଚୟ ମିଳିନାହିଁ । ଆହତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସେପଟେ ଢେଙ୍କାନାଳ ଭୁବନ ବ୍ଲକ ଅନ୍ତର୍ଗତ ଜୟପୁର ଗାଁର ବାବୁଲି ମାଝି ଶୌଚ ସାରି ଫେରୁଥିବା ବେଳେ ବଜ୍ରାଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ନନ୍ଦାହାଣ୍ଡି ବ୍ଲକ୍ ନୂଆଗଡ଼ ଗାଁରେ ବଜ୍ରପାତରେ ବିଷ୍ଣୁ ଅମନାତ୍ୟଙ୍କ ମୃତ୍ୟୁ ହୋଇଛି । ବାଡିରେ କାମ କରୁଥିବା ବେଳେ ବଜ୍ରାଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି …..

{"id":105944,"width":587,"height":329}

ସେପଟେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.