ଆଜି ସନ୍ଧ୍ୟାରେ ରାଜ୍ୟର ୧୦ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା

Published By : Prameya-News7 Bureau | April 22, 2019 IST

ଭୁବନେଶ୍ୱର ୨୨/୪ : ଗତକାଲି ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି | କାଳବୈଶାଖୀ ତାଣ୍ଡବ ରାଜଧାନୀରେ ମଧ୍ୟ ଦେଖିବାକୁ ମିଳିଥିଲା | ବଜ୍ରାଘାତର ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି | ଆଜି ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୌଶାଖୀର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାୟଗଡା, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି କନ୍ଧମାଳ, ଗଂଜାମ, ସମ୍ବଲପୁର, ମୟୁରଭଂଜ, ଭଦ୍ରକ, ବାଲେଶ୍ବର ଆଦି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବ ଅଧିକ ରହିବ । ଏହି ସମୟରେ ଘଣ୍ଟାପ୍ରତୀ ୩୦ କିଲୋମିଟରରରୁ ଅଧିକ ବେଗରେ ପବନ ବହିବା ସହ ବିଜୁଳି ଘଡଘଡିର ପ୍ରଭାବ ମଧ୍ୟ ରହିବ । ସେହିଭଳି ନୂଆପଡା, ଗଜପତି, କନ୍ଧମାଳ, ଗଂଜାମ, ନବରଙ୍ଗପୁର, ରାୟଗଡା ଆଦି ଅଂଚଳରେ କେତେକ ସ୍ଥାନରେ ଅତ୍ୟଧିକ ବର୍ଷାର ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଆଗାମୀ ଦୁଇଦିନ ଯାଏ ରାଜ୍ୟରେ ପାଗରେ ବିଶେଷ ପରିବର୍ତନ ହେବ ନାହିଁ । ଫଳରେ ତାପମାତ୍ରା ସାଧାରଣ ରହିବ । ୨୫ ପରେ ପୁଣି ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । …

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.