୭ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷ ସମ୍ଭାବନା : ସତର୍କ ସୂଚନା ଜାରି

Published By : Prameya-News7 Bureau | April 17, 2019 IST

ଉପର ମୁହାଁ ପାରଦ । ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଆଉଟ ପାଉଟ ଜନଜୀବନ । ପାଣିପାଗ ସଂସ୍ଥା 'ଏଲ ଡୋରାଡୋ' ଯେଉଁ ତଥ୍ୟ ଦେଇଛି ତାହା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର ବିଷୟ । ମଙ୍ଗଳବାର ଓଡ଼ିଶାର ତତଲା ତାୱା ଭାବେ ପରିଚିତ ଟିଟିଲାଗଡ଼କୁ ପଛରେ ପକାଇବା ସହିତ ବିଶ୍ବରେ ଭୁବନେଶ୍ବର ପାଲଟିଛି ଚତୁର୍ଥ ଉତ୍ତପ୍ତ ସହର। ଏପଟେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁ ରାଜସ୍ଥାନ,ମଧ୍ୟପ୍ରଦେଶ ଓ ଗୁଜରାଟରେ ଘୁର୍ଣ୍ଣିଝଡରେ ୩୫ ଜଣ ପ୍ରାଣ ହରାଇଛନ୍ତି।

{"id":104392}

ବିଶ୍ବର ଉତ୍ତପ୍ତ ସହର ତାଲିକାର ୪ ନମ୍ବର ସ୍ଥାନରେ ଭୁବନେଶ୍ବର । ରାଜଧାନୀର ତାପମାତ୍ରା ୪୩.୭ ଛୁଇଥିବା ବେଳେ ରାଜ୍ୟରେ ପ୍ରଥମ ଓ ବିଶ୍ବରେ ଚତୁର୍ଥ ସ୍ଥାନରେ ରହିଛି । 'ଏଲ ଡୋରାଡୋ'ର ତଥ୍ୟ ଅନୁସାରେ ବୁଧବାର ରେକର୍ଡ କରାଯାଇଥିବା ବିଶ୍ବର ବିଭିନ୍ନ ସହରର ତାପମାତ୍ରା ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି ଭୁବନେଶ୍ବର । ଏହି ତାଲିକାର ପ୍ରଥମରେ ରହିଛି ସେନେଗାଲ'ର ମାତମ ୪୫ ଡିଗ୍ରୀ, ଦ୍ବିତୀୟରେ ସେନେଗାଲ'ର କୋଲଦା ୪୪.୪ ଡିଗ୍ରୀ, ତୃତୀୟରେ ମିଆଁମାର'ର ଚଉକ ୪୪.୧ ଡିଗ୍ରୀ ଥିଲା ।

{"id":104393}

ବୁଧବାର ଦିନ ସାଢେ ଗୋଟେ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୪୧ ଡିଗ୍ରୀ ଥିବା ବେଳେ ୪୦ ଡିଗ୍ରୀ ଉପରେ ରହିଛି ୮ ସହରର ତାପମାତ୍ରା । ଆଜି କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ, ସମ୍ବଲପୁର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁରରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।

{"id":104394}

ଏପଟେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁ ରାଜସ୍ଥାନ,ମଧ୍ୟପ୍ରଦେଶ ଓ ଗୁଜରାଟରେ ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ। ଏଥିରେ ପାଖାପାଖି ୩୫ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି । କିଛି ଅଞ୍ଚଳରେ ପ୍ରବଳ ବର୍ଷା ସହିତ କୁଆପଥର ବର୍ଷା ହୋଇଛି । ରାଜସ୍ଥାନରେ ୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ମଧ୍ୟପ୍ରଦେଶରେ ୧୫ ଜଣଙ୍କର ମୃତ୍ୟୁ ହୋଇଛିଛି । ସେହିପରି ଗୁଜରାଟରେ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ବର୍ଷା ଏବଂ ଘୂର୍ଣ୍ଣିଝଡ ଯୋଗୁଁ ଅନେକ ଲୋକ ଆହତ ହୋଇଛନ୍ତି । ବୁଧବାର ପୁଣି ଫୂର୍ଣ୍ଣିଝଡ଼ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗୁଜରାଟରେ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ୨୦ ହଜାର ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

{"id":104395}

ବିଶ୍ବର ତାପମାତ୍ରା ବୃଦ୍ଧି ନେଇ ପୂର୍ବରୁ ସତର୍କ ସୂଚନା ଜାରି କରିଛନ୍ତି ବିଭିନ୍ନ ଦେଶର ପରିବେଶବିତ୍ । କିନ୍ତୁ ଦୃତ ସହରୀକରଣ ଓ ବିକାଶ ନାଁରେ ଏବେ ଆମ ରାଜଧାନୀରେ ଯେମିତି ବୃକ୍ଷ କଟା ଚାଲିଛି । ତାହା ଯଦି ଏମିତି ଚାଲେ ତେବେ ବିଶ୍ବର ଉତ୍ତପ୍ତ ସହର ତାଲିକାର ପ୍ରଥମ ସ୍ଥାନରେ ରହିବାକୁ ଆଉ ବେଶି ଦିନ ଲାଗିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.