ସିଲପଡ଼ାରେ କାଳବୈଶାଖୀର ତାଣ୍ଡବ, ବଜ୍ରପାତରେ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ, ୭ ଗୁରୁତର

Published By : Prameya-News7 Bureau | May 17, 2022 IST

ଲମତାପୁଟ, ୧୭/୦୫: ସିଲପଡ଼ା ଗ୍ରାମରେ କାଳବୈଶାଖୀର ତାଣ୍ଡବ ବେଳେ ଅଘଟଣ ଘଟିଛି । ବଜ୍ରପାତରେ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି । ଦୁର୍ଗା କ୍ରିସାନି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣଙ୍କ ଅବସ୍ଥା ଗୁରୁତର ଅଛି । ସେମାନଙ୍କୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଥିବା ବେଳେ ଚିକିତ୍ସା ଜାରି ରହିଛି । ସମସ୍ତ ଗୁରୁତରଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ କୁ ସ୍ଥାନାନ୍ତରିତ କରିବା ପାଇଁ ଡାକ୍ତର କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.