ଚେକ ଡ୍ୟାମ୍ କାମ ବେଳେ ଶ୍ରମିକଙ୍କ ଉପରେ ହେଲା ବଜ୍ରପାତ, ଜଣେ ମୃତ ୩ ଗୁରୁତର

Published By : Prameya-News7 Bureau | June 25, 2021 IST

ଢେଙ୍କାନାଳ, ୨୫/୦୬: ଢେଙ୍କାନାଳରେ ଗତକାଲି ତୁହାକୁ ତୁହା ବର୍ଷା ହେଇଥିବା ବେଳେ କେତକ ସ୍ଥାନରେ ବଜ୍ରପାତ ଘଟିଥିଲା । ଏହି ସମୟରେ ବଜ୍ରପାତ ହେବାରୁ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ତାଳବରକୋଟ ଗ୍ରାମରେ ଏହି ବଜ୍ରପାତ ଘଟିଛି । ଗ୍ରାମର ଖୁଣ୍ଡି ପୋଖରୀ ଚେକ ଡ୍ୟାମ କାମ ଚାଲିଥିବାବେଳେ ଶ୍ରମିକ ମାନଙ୍କ ଉପରେ ବଜ୍ରପାତ ପଡ଼ିଥିଲା । ତେବେ ମୃତ ଶ୍ରମିକ ହେଲେ ଆଠଗଡ଼ ଅଚଳକୋଟ ଗ୍ରାମର  ସୂର୍ଯ୍ୟମଣି ସେଠି । ଗୁରୁତର ଶ୍ରମିକମାନେ ତାଳବରକୋଟ  ଗ୍ରାମର ରୂପକ ଜେନା, ଋତୁରଞ୍ଜନ ରାଉତ ଓ ମାନସ ମହାନ୍ତି ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.