ଝଡତୋଫାନ ସତର୍କତା : Bigstory Followup

Published By : Prameya-News7 Bureau | May 05, 2018 IST

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡତୋଫାନ ହେବାର ଆଶଙ୍କା ରହିଛି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ | ଓଡିଶା ସମେତ ପଶ୍ଚିମବଙ୍ଗ,ବିହାର ଓ ଉତ୍ତରପ୍ରଦେଶରେ ହାଇ ଆଲର୍ଟ ଜାରି କରିଛି ଗୃହ ମନ୍ତ୍ରାଳୟ | ପ୍ରବଳ ବର୍ଷା ସହ କୂଆପଥର ବର୍ଷାର ସମ୍ଭାବନା ରହିଛି | ରାଜ୍ୟରେ କେନ୍ଦୁଝର,ମୟୁରଭଞ୍ଜ,ବାଲେଶ୍ୱର,ଭଦ୍ରକ,ଯାଜପୁର,ଢେଙ୍କାନାଳରେ ଝଡତୋଫାନର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ | ଗତ ବୁଧବାର ଦିନ ରାଜସ୍ଥାନ ସହ ୫ଟି ରାଜ୍ୟରେ ଆସିଥିବା ଭୟଙ୍କର ଝଡତୋଫାନରେ ୧୨୪ ଜଣଙ୍କର ମୃତ୍ୟୁ ହେବା ସହ ୩୦୦ ଆହତ ହୋଇଥିଲେ | ଅନେକ ଧନଜୀବନ ହାନି ହୋଇଥିଲା | ଏହାର ଗୋଟିଏ ଦିନ ପରେ ଗୃହ ମନ୍ତ୍ରାଳୟ ପ୍ରାକୃତିକ ଦୁର୍ବିପାକ ନେଇ କରିଥିବା ପୂର୍ବାନୁମାନ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.