ବଜ୍ରପାତ ନେଇ ୧୫ଟି ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ, ୫ଟି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

Published By : Prameya-News7 Bureau | September 24, 2020 IST

ଭୁବନେଶ୍ବର ୨୪।୯: ୧୫ ଜିଲ୍ଲାକୁ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।  ଆସନ୍ତା ୨୪ ଘଣ୍ଟାରେ  ଉତ୍ତର ଓଡିଶାର କିଛି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୫ଟି ଜିଲ୍ଲାରେ ବଜ୍ରପାତ ନେଇ ସତର୍କ ସୂଚନା ଦିଆଯାଇଛି । ୨୬ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ ।

ସେପଟେ ମୌସୁମୀ ଦୁର୍ବଳ ରହିଥିବା ବେଳେ ଜୁନ ୧ରୁ ସେପ୍ଟେମ୍ବର ୨୩ ସୁଦ୍ଧା ସ୍ଵାଭାବିକ୍ ବର୍ଷା ରେକର୍ଡ କରାଯାଇଛି । ୨୪ଟି ଜିଲ୍ଲାରେ ସ୍ଵାଭାବିକ୍, ୨ଟି ଜିଲ୍ଲାରେ ସ୍ଵାଭାବିକ୍ ଠାରୁ ଅଧିକ ଓ ୪ଟି ଜିଲ୍ଲାରେ ସ୍ଵାଭାବିକ୍ ଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ କୌଣସି ସୂଚନା ନଥିବା ବେଳେ ଆଗକୁ କାଁ ଭାଁ ବର୍ଷା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.