ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା : ୧୧ ଜିଲ୍ଲାକୁ ସତର୍କ ସୂଚନା

Published By : Prameya-News7 Bureau | May 13, 2019 IST

ଭୁବନେଶ୍ୱର ୧୩/୫ : ଆଜି ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । କେନ୍ଦୁଝର, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କନ୍ଧମାଳ, ବୌଦ୍ଧ, କଟକ, ଭୁବନେଶ୍ବର, ଯାଜପୁର, ବାଲେଶ୍ବର, ଭଦ୍ରକ ଆଦି ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା ଜାରୀ କରାଯାଇଛି । ଏହିସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଓଡିଶାରେ ଗ୍ରୀଷ୍ମ ଲହରି ଜାରି ରହିଛି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଆଭ୍ୟନ୍ତରୀଣ ଓଡିଶାରେ ସାଧାରଣ ତାପମାତ୍ରାଠାରୁ ୨ରୁ ୩ ଡିଗ୍ରୀ ଉପରେ ରହୁଛି । ଆଜି ଭୁବନେଶ୍ବରରେ ତାପମାତ୍ରା ୩୭ରୁ ୩୮ ଡିଗ୍ରୀ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.