ଚଡକ ନେଲା ଜୀବନ, ୨ ମହିଳା ମୃତ

Published By : Prameya-News7 Bureau | April 28, 2020 IST

ମୟୂରଭଞ୍ଜ, ୨୮|୦୪:  ମଙ୍ଗଳବାର ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୨ଜଣ ମହିଳା ପ୍ରାଣ ହରାଇଛନ୍ତି । ମୟୂର଼ଭଞ୍ଜ ଜିଲ୍ଲାରେ ୨ ଜଣ ମହିଳା ମୃତ୍ୟୁବରଣ କରିଛନ୍ତି ।

ସୂଚନାନୁସାରେ, ଜିଲ୍ଲାର ଉଦଳା ଚନ୍ଦ୍ରପୁର ଗ୍ରାମରେ ଜଣେ ମହିଳା ବିଲକୁ ଯାଇଥିଲେ । ସେହି ସମୟରେ ହଠାତ କାଳବୈଶାଖୀ ଆସିଥିଲା । ଏହାସହ ବଜ୍ରପାତ ମଧ୍ୟ ହୋଇଥିଲା । ଏଥିରେ ମହିଳାଜଣଙ୍କ ପ୍ରାଣ ହରାଇଛନ୍ତି। ସେହିପରି ରାଇରଙ୍ଗପୁର ବଡଜାରୀ ଗ୍ରାମରେ ମଧ୍ୟ ବଜ୍ରପାତ ଘଟି ଜଣେ ମହିଳା ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.