ଚଡ଼କ ନେଲା ଜୀବନ, ବଜ୍ରପାତରେ ପ୍ରାଣ ହରାଇଲେ ୨ ଶ୍ରମିକ
14/06/2020 at 4:02 PM

ସୁନ୍ଦରଗଡ, ୧୪|୦୬ : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ଲୋଡସରା ଗ୍ରାମରେ ବଜ୍ରପାତ ଘଟି ୨ଜଣ ଶ୍ରମିକ ଜୀବନ ହାରିଛନ୍ତି । ସେମାନେ ପୋଲ କାମ କରୁଥିବା ବେଳେ ପ୍ରାଣ ହରାଇଛନ୍ତି ।
ସୂଚନାନୁସାରେ, ରବିବାର କୁଆଁରମୁଣ୍ଡା ଲୋଡ଼ସରା ଗ୍ରାମରେ ପୋଲ ନିର୍ମାଣ କାର୍ଯ୍ୟ ଚାଲୁଥିଲା । କିଛି ଶ୍ରମିକ ପୋଲ ନିର୍ମାଣରେ ନିୟୋଜିତ ଥିଲେ । କାମ ଚାଲିଥିବା ବେଳେ ହଠାତ ବଜ୍ରାପାତ ହୋଇଥିଲା । ଏଥିରେ ୨ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ମୃତ ଶ୍ରମିକଙ୍କ ମଧ୍ୟରୁ ଜଣେ ବାହାର ରାଜ୍ୟର ହୋଇଥିବା ସୂଚନା ମିଳିଛି ।ମୃତ ଦୁଇ ଶ୍ରମିକ ହେଲେ ଭୀମ କେରକେଟା ଓ ବିନୀତ ଡୁଙ୍ଗଡୁଙ୍ଗ୍ । ବିନିତଙ୍କ ଘର ଝାଡଖଣ୍ଡ ହୋଇଥିବା ସୂଚନା ମିଳିଛି ।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021