ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ଚାଲିଗଲା ୩୩ ଜୀବନ

Published By : Prameya-News7 Bureau | May 21, 2022 IST

ପାଟନା, ୨୧/୦୫: ବିହାରରେ କାଳବୈଶାଖୀ ଓ ବଜ୍ରପାତ । ୩୩ ଜଣଙ୍କ ମୃତ୍ୟୁ । ୧୬ ଜିଲ୍ଳାରେ ହୋଇଥିବା ବଜ୍ରପାତରେ ୩୩ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନାନୁସାରେ, ଶୁକ୍ରବାର ଅପରାହ୍ନରେ ବିହାରର ଅର୍ଦ୍ଧାଧିକ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିଥିଲା । ହଠାତ ପାଗ ପରିବର୍ତ୍ତନ ସହ ପ୍ରବଳ ବର୍ଷା ଓ ପବନ ହୋଇଥିଲା । ବିଜୁଳି ଓ ଘଡଘଡି ବି ମାରିଥିଲା । ଯେଉଁଥିରେ ପୃଥକ ପୃଥକ ସ୍ଥାନରେ ୩୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

wp:html /wp:html

ରାଜ୍ୟର ଭାଗଲପୁରରେ ସର୍ବାଧିକ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମୁଜାଫରପୁରରେ ଏହି ସଂଖ୍ୟା ୬ ରହିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟୁଇଟ୍ କରି ଲେଖିଛନ୍ତି ଯେ, ୧୬ଟି ଜିଲ୍ଲାରେ କାଳବୈଶାଖୀ ଏବଂ ବଜ୍ରପାତରେ ୩୩ ଜଣଙ୍କର ମୃତ୍ୟୁ ନେଇ ଗଭୀର ଦୁଃଖ ପ୍ରକାଶ କରୁଛି । ମୃତକ ଓ ଶୋକସନ୍ତପ୍ତ ପରିବାରକୁ ଜରୁରୀକାଳୀନ ଭିତ୍ତିରେ ୪-୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ଦିଆଯିବ ।

ଏତତ ବ୍ୟତୀତ ବଜ୍ରପାତରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଚିହ୍ନଟ କରି ସହାୟତା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କୁ କାଳବୈଶାଖୀ ଓ ବଜ୍ରପାତରୁ ସତର୍କ ରହିବା ପାଇଁ ଅପିଲ କରିଛନ୍ତି । ସେହିପରି ବିହାରରେ ବଜ୍ରପାତ ମୃତ୍ୟୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟ୍ବିଟ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.