ବଜ୍ରପାତରେ ବଳଦ ମୃତ, ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ
27/06/2020 at 8:07 PM

Image Courtesy : Lighning strikes.
ପାଟଣା, ୨୭|୦୬: କେନ୍ଦୁଝର ଜିଲ୍ଲା ପଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ମାଧପୁର ଗ୍ରାମରେ ଶନିବାର ଅପରାହ୍ନରେ ବଜ୍ରପାତ ଘଟି ଗୋଟିଏ ବଳଦର ମୃତ୍ୟୁ ଘଟିଛି। ଏହାସହ ଅନ୍ୟ ଏକ ବଳଦ ଆହତ ହୋଇଛି । ତେବେ ଏହି ବଜ୍ରପାତରୁ ଗୋଟିଏ ପରିବାର ଅଳ୍ପକେ ବର୍ତ୍ତିଯାଇଛି ।
ଗ୍ରାମର ମହେନ୍ଦ୍ର ମହାନ୍ତ ନିଜ ଗୁହାଳରେ ବଳଦ ବାନ୍ଧୁଥିବା ବେଳେ ଘର ଉପରକୁ ହଠାତ ବଜ୍ରପାତ ହୋଇଥିଲା। ଘଟଣା ସ୍ଥଳରେ ଗୋଟିଏ ବଳଦ ର ମୃତ୍ୟୁ ଘଟିଥିବା ବେଳେ ଆଉ ଗୋଟେ ବଳଦ ଗୁରୁତର ହୋଇଛି। ବଳଦ ବାନ୍ଧୁଥିବା ମହେନ୍ଦ୍ରଙ୍କ ସ୍ତ୍ରୀ ସମେତ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
Related Posts
ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
4 March 2021