ଚଡକ ନେଲା ଜୀବନ: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭ ମୃତ

Published By : Prameya-News7 Bureau | April 24, 2020 IST

ବାଲେଶ୍ୱର, ୨୪|୦୪: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭ଜଣ ପ୍ରାଣ ହରାଇଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ୩ଜଣ ଯୁବକ ପ୍ରାଣ ହରାଇଥିବା ବେଳେ କେନ୍ଦୁଝର ଓ ବାଲେଶ୍ୱରରେ ୪ଜଣ ପ୍ରାଣ ହରାଇଛନ୍ତି ।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ନିକଟବର୍ତ୍ତୀ ବଡପଥରା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ବଜ୍ରପାତ ଘଟି ୩ ଜଣ ଯୁବକ ପ୍ରାଣ ହରାଇଛନ୍ତି । ଆଜି ଅପରାହ୍ନରେ ୩ଜଣ ଯୁବକ ମାଛ ଧରିବାକୁ ଯାଇଥିଲେ । ସେହି ସମୟରେ ହଠାତ ବର୍ଷା ପବନ ଆସିବା ସହ ବଜ୍ରପାତ ହୋଇଥିଲେ । ଏଥିରେ ୩ଜଣ ପ୍ରାଣ ହରାଇଥିଲେ । ମୃତକ ହେଲେ କୌଶିଶ ମହାନ୍ତ, ଯାମିନୀକାନ୍ତ ମହାନ୍ତ ଓ ଦିବ୍ୟଶଙ୍କର ମହାନ୍ତ । ୩ଜଣଙ୍କ ମୃତ୍ୟୁପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ସେହିପରି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅଞ୍ଚଳରେ ବଜ୍ରାପାତରେ ୨ଜଣ ପ୍ରାଣ ହରାଇଛନ୍ତି । ଏହାସହ ଜଣେ ଆହତ ମଧ୍ୟ ହୋଇଛନ୍ତି । ଏତତ୍ ବ୍ୟତୀତ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ବଜ୍ରପାତ ଘଟି ୨ଜଣ ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.