ଭୂମି ଉପରେ ଭୂତାଣୁ, ଆକାଶରୁ ବର୍ଷୁଛି ନିଆଁ : ବଜ୍ରପାତରେ ଗୋଟିଏ ଦିନରେ ୧୬ଜଣଙ୍କ ପ୍ରାଣ ଗଲା

Published By : Prameya-News7 Bureau | July 20, 2020 IST

ପାଟନା, ୨୦|୦୭:  ବିହାରରେ ଗୋଟିଏ ପଟେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏହା ମଧ୍ୟରେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୬ ଜଣ ପ୍ରାଣ ହରାଇଛନ୍ତି ।

ରାଜ୍ୟର ପୁର୍ଣ୍ଣିଆ ଜିଲ୍ଲାରେ ୩, ବେଗୁସରାୟରେ ୨, ପାଟନାରେ ୨, ସହରସାରେ ଜଣେ, ପୂର୍ବ ଚମ୍ପାରଣରେ ଜଣେ, ମଧେପୁରା ଓ ଦରଭଙ୍ଗାରେ ମଧ୍ୟ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।

wp:html /wp:html

ଗତ କିଛିଦିନ ଧରି ବିହାରରେ ଲଗାତାର ଭାବେ ବଜ୍ରପାତରେ ଅନେକ ଜୀବନ ଯାଉଛି । ଯାହାକୁ ନେଇ ବିହାରବାସୀ ଆତଙ୍କିତ ହୋଇ ରହୁଛନ୍ତି । ଏବେ ରାଜ୍ୟରେ ବନ୍ୟା ସ୍ଥିତି ମଧ୍ୟ ଜଟିଳ ରହିଛି । ଫଳରେ ଲୋକମାନେ ବନ୍ୟାରୁ ରକ୍ଷା ପାଇବା ପାଇଁ ଉଚ୍ଚ ସ୍ଥାନରେ ଆଶ୍ରୟ ନେଉଛନ୍ତି । ଏପରିକି ବଡ ଘରର ଛାତ ଉପରେ ମଧ୍ୟ ରହିଛନ୍ତି । ଫଳରେ ବଜ୍ରପାତର ଆଶଙ୍କା ବୃଦ୍ଧି ପାଉଛି ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏହାସହ ଅନୁକମ୍ପା ରାଶି ବାବଦରେ ୪ ଲକ୍ଷ ଟଙ୍କା ପ୍ରଦାନ କରିବେ ନେଇ ଘୋଷଣା କରିଛନ୍ତି ।  ସେ କହିଛନ୍ତି ଯେ, ଏହି ବିପଦ ସମୟରେ ସରକାର ସମସ୍ତଙ୍କ ସହ ରହିଛନ୍ତି । ଜନତାଙ୍କୁ ସତର୍କ ରହିବା ସହ ସମସ୍ତ ପରାମର୍ଶ ମାନିବାକୁ ସେ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.