ଚଡକ ନେଲା ଜୀବନ, ବିଭିନ୍ନ ସ୍ଥାନରେ ବଜ୍ରପାତ, ୨୫ ମୃତ
2/07/2020 at 7:05 PM

ପାଟନା, ୦୨|୦୭: ବିହାରରେ ପୁଣିଥରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୨୫ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି ।
ପାଟନାରେ ୯ଜଣ ପ୍ରାଣ ହରାଇଥିବା ବେଳେ ସମସ୍ତିପୁରରେ ୮, ପୂର୍ବ ଚମ୍ପାରମରେ ୪, ସିବହର ଓ କଟିହାରରେ ୨ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି ।
ପଟନାର ଦୁଲହିନ ବଜାରରେ ୫ଜଣ ଲୋକଙ୍କ ଉପରେ ବଜ୍ରାଘାତ ହୋଇଥିଲା । ଏହାସହ ଦୁଇଜଣ ଗୁରୁତର ମଧ୍ୟ ହୋଇଛନ୍ତି । ଗୁରୁତରହ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେହିପରି ଜିଲ୍ଲାର ଦାନାପୁରରେ ମଧ୍ୟ ଜଣେ ଏବଂ ଅନ୍ୟ ଏକ ଗ୍ରାମରେ ୩ଜଣ ପ୍ରାମ ହରାଇଛନ୍ତି ।
ସମସ୍ତିପୁର ଜିଲ୍ଲାର ରୋସରାରେ ୩, ମୋରସଣ୍ଡରେ ଜଣେ, ରାଜଖଣ୍ଡରେ ଜଣେ, ମୁସରୀଘରାରୀରେ ଜଣେ, ବିଭୂତିପୁରରେ ୨ଜଣ ପ୍ରାଣ ହରାଇଛନ୍ତି ।
Related Posts
୬ପଡୋଶୀ ଦେଶଙ୍କ କରୋନା ଟିକା ଆବଶ୍ୟକତା ପୂରଣ କରିବ ଭାରତ, ପାକିସ୍ତାନ ଜଳକା
19 January 2021