ଆକାଶରୁ ଖସିଲା ମୃତ୍ୟୁ : ବଜ୍ରାଘାତରେ ୨ ମୃତ, ଜଣେ ଗୁରୁତର

Published By : Prameya-News7 Bureau | September 19, 2020 IST

ରାୟଗଡା, ୧୯ ।୦୯:  ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମରେ ବଜ୍ରପାତରେ ୨ଜଣ ପ୍ରାଣ ହରାଇଛନ୍ତି । ଏହାସହ ଆଉ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, ଅମ୍ବାଦଳା ଗ୍ରାମର ନରେଶ ସୁନା ଓ ଅର୍ଜଲାଲ ପଲକିଆ ନଦୀକୁ ଯାଇଥିଲେ । ଏହାସହ ତ୍ରିପତି ନିଆଲ ନାମକ ଜଣେ ବ୍ୟକ୍ତି ଗାଈ ଚରାଉଥିଲେ । ସେହି ସମୟରେ ବର୍ଷା ହେବା ସହ ବଜ୍ରପାତ ହୋଇଥିଲା । ଫଳରେ ନରେଶ ଓ ଅର୍ଜଲାଲ ଏକ ଗଛ ତଳେ ଆଶ୍ରୟ ନେଇଥିଲେ । ସେଠାରେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ହିଁ ଉଭୟ ଟଳିପଡିଥିଲେ ।

ତେବେ ତ୍ରିପତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.