ରାଜ୍ୟର ୭ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା
28/10/2019 at 1:08 PM

ଭୁବନେଶ୍ବର୨୮|୧୦; ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ।ବିଶେଷ କରି ଦକ୍ଷିଣ ଓଡିଶାର ୭ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ । ଏହି୭ ଜିଲ୍ଲା ହେଲା- କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, କଳାହାଣ୍ଡି ।
୧୫ ଦିନ ପରେ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ଅନୁଭୂତ ହେବ ।ବର୍ତ୍ତମାନ କେବଳ ଦାରିଙ୍ଗିବାଡି ଏବଂ ସୁନ୍ଦରଗଡରେ ତାପମାତ୍ରା କମୁଛି ।ସୁନ୍ଦରଗଡରେ ୧୫ ଡିଗ୍ରୀ ଓ ଦାରିଙ୍ଗିବାଡିରେ ୧୫.୫ ଡିଗ୍ରୀ ସେଲସିୟସ ସର୍ବନିମ୍ନ ତାପାମାତ୍ରା ରହୁଛି ।ଅପରପକ୍ଷରେ ଦାରିଙ୍ଗିବାଡିରେ ୧୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି
Related Posts
ଆଜି ରାଜ୍ୟ କ୍ୟାବିନେଟ୍ : ୧୧ ପ୍ରସ୍ତାବରେ ବାଜିପାରେ ମୋହର
12 April 2021