Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ବାସ୍ତବ ଜୀବନରେ ଏପରି ଦେଖାଯାଆନ୍ତି ‘ତେରେ ନାମ’ର ଭିକାରୁଣୀ : ଦେଖନ୍ତୁ ଫଟୋ

5/12/2019 at 1:14 PM

ମୁମ୍ବାଇ ୫/୧୨: ସତୀଶ କୌଶିକ ୨୦୦୩ମସିହାରେ ସଲମାନ ଖାନଙ୍କୁ ନେଇ ‘ତେରେ ନାମ’ ଫିଲ୍ମ ନିର୍ମାଣ କରିଥିଲେ। ଫିଲ୍ମଟି ଖୁବ୍ ହିଟ୍ ହୋଇଥିଲା। ଫିଲ୍ମ ‘ତେରେ ନାମ’ରେ ପାଗଳ ପ୍ରେମିକଙ୍କ ଭୂମିକାରେ ଅଭିନୟ କରିଥିବା ରାଧେ ଅର୍ଥାତ୍ ସଲମାନ ଖାନଙ୍କ ମୁହଁରେ ପଡ଼ୁଥିବା କେଶ ତାଙ୍କ ପ୍ରଶଂସକଙ୍କୁ ଆଜି ବି ମନେ ଅଛି। ଏହି ହେୟାର ଷ୍ଟାଇଲ୍ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା ଏବଂ ଏହାକୁ ରାଧେ କଟ୍ ନାମରେ ଜଣା ଗଲା। ଏହା ତାମିଲ ଭାଷାରେ ହୋଇଥିବା ଫିଲ୍ମ ‘ସେତୁ(୧୯୯୯)ର ରିମେକ୍ ଥିଲା।

ଏହି ଫିଲ୍ମରେ ଭୂମିକାଙ୍କ ନିରୀହତା ମଧ୍ୟ ସମସ୍ତଙ୍କ ହୃଦୟ ଜିତିଥିବାବେଳେ ଏହି ଫିଲ୍ମରେ ପାଗଳି ଭିକାରୁଣୀ ଭୂମିକାରେ ନଜର ଆସିଥିବା ରାଧିକା ଚୌଧୁରୀ ମଧ୍ୟ ସମସ୍ତଙ୍କୁ ଇମୋସନାଲ କରି ଦେଇଥିଲେ। ପାଗଳଖାନା ଯାଉଥିବାବେଳେ ସଲମାନଙ୍କୁ ରୋକିବା ପାଇଁ ତାଙ୍କ ପଛେ ପଛେ ଦୌଡ଼ୁଥିବାର ଇମୋସନାଲ ସିନ୍ ଆଜି ବି ଫ୍ୟାନଙ୍କୁ କନ୍ଦାଇ ଦେଇଥାଏ।

ଆପଣ ଜାଣିଛନ୍ତି କି ଫିଲ୍ମରେ ଭିକାରୁଣୀ ହୋଇଥିବା ଏହି ଯୁବତୀ ପ୍ରକୃତରେ ଜଣେ ଜଣାଶୁଣା ଅଭିନେତ୍ରୀ ରାଧିକା ଚୌଧୁରୀ। ରାଧିକା ହିନ୍ଦୀ ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ‘ତେରେ ନାମ’ରେ ରାଧିକା ଚିରା ପୋଷାକରେ ନଜର ଆସିଥିଲେ ମଧ୍ୟ ପ୍ରକୃତରେ ସେ ଖୁବ୍ ସୁନ୍ଦରୀ।

୧୯୯୯ମସିହାରେ ତେଲୁଗୁ ଫିଲ୍ମରୁ ରାଧିକା ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ରାଧିକାଙ୍କ ପ୍ରଥମ ବଲିଉଡ ଫିଲ୍ମ କରୀନା କପୁର ଏବଂ ଫରଦୀନ ଖାନଙ୍କ ଅଭିନୀତ ‘ଖୁସି’ ଫିଲ୍ମ ଥିଲା। ଏହା ପରେ ରାଧିକା ଗୋଟିଏ କିମ୍ବା ଦୁଇଟି ଫିଲ୍ମ କରି ହଠାତ୍ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ।

ଏହା ପରେ ରାଧିକା ନିଦ୍ଦେଶନା ଜଗତରେ ପାଦ ଥାପିଥିଲେ। ୨୦୧୦ମସିହାରେ ସେ ଲସ୍ ଭେଗାସ୍ ଫିଲ୍ମ ଫେଷ୍ଟିଭାଲରେ ନିଜ ଶର୍ଟ ଫିଲ୍ମ ‘ଅରେଞ୍ଜ ବ୍ଲସମ୍’ ପାଇଁ ସିଲଭର ଏସ୍ ଆଓ୍ବାର୍ଡ଼ ଜିତିଥିଲେ।

   Related Posts